Vivo ଲଞ୍ଚ କଲା ଜବରଦସ୍ତ ଫୋନ୍, 12GB RAMର ଫୋନ୍ ମିଳୁଛି ମାତ୍ର ଏତିକି ଟଙ୍କାରେ

Vivo 200MP କ୍ୟାମେରା ଏବଂ 7000mAh ବ୍ୟାଟେରୀ ସହିତ ଏକ ଜବରଦସ୍ତ ଫୋନ୍ ଲଞ୍ଚ କରିଛି । ଏହି Vivo Y ସିରିଜ୍ ଫୋନର ବଜେଟ୍ ପକେଟକୁ ସୁହାଇଲା ପରି ଏହାର ପ୍ରାଇସ୍ ରହିଛି । ଏହି ଫୋନର କ୍ୟାମରା ସର୍କୁଲାର୍ ରିଙ୍ଗ୍ ଡିଜାଇନର ରହିଛି । ଏହି ଫୋନ୍ ଗତ ବର୍ଷ ଲଞ୍ଚ ହୋଇଥିବା Vivo Y500 Proର ଅପଗ୍ରେଡ୍ । ଯାହା ଏବେ ଚୀନରେ ଉପଲବ୍ଧ ହୋଇଛି । କିନ୍ତୁ ଖୁବ୍ ଶୀଘ୍ର ମାର୍କେଟରେ ଲଞ୍ଚ ହେବାକୁ ଯାଉଛି ।

Vivoର ଏହି ଫୋନର ମୂଲ୍ୟ ପ୍ରାୟ ୨୨ ହଜାରରୁ ଆରମ୍ଭ ହେଉଛି । କମ୍ପାନୀ ଏହି ଫୋନକୁ ଚାରୋଟି ଷ୍ଟୋରେଜର ଭେରିଆଣ୍ଟସରେ ପ୍ରଚଳନ କରିଛି । ଏହି ଫୋନରେ 8GB RAM + 128GB, 8GB RAM + 256GB, 12GB RAM + 256GB ଏବଂ 12GB RAM + 512GBର ଭେରିଆଣ୍ଟ ରହିଛି । କମ୍ପାନୀ ଅସପିସିୟସ କ୍ଲାଉଡ୍, ଲାଇଟ୍ ଗ୍ରୀନ୍, ସପ୍ଟ ପାଉଡର ଏବଂ ଟିଟାନିୟମ୍ ବ୍ଲାକ୍ କଲରର ଫୋନ୍ ପ୍ରଚଳିତ କରିଛି ।

ଫିଚର୍ସ :

ଯଦି ଏହି ଫୋନର ଫିଚର୍ସ କଥା କୁହାଯାଏ ତେବେ Vivoର ଏହି ଫୋନଟି ୬.୬୭ଇଞ୍ଚ ସହିତ ୧.୫K OLEDର ଡିସପ୍ଲେ ରହିଛି । ଏହି ଫୋନର ଡିସପ୍ଲେ 120Hz ହାଇ ରିଫ୍ରେସ୍ ରେଟ ସପୋର୍ଟ କରେ । ଏଥିସହ ଏହି ଫୋନରେ MediaTek Dimensity 7400 ପ୍ରୋସେସର, 12GB RAM ଏବଂ 512 GBର ଷ୍ଟୋରେଜର ସପୋର୍ଟ ରହିଛି । 7000mAh ବ୍ୟାଟେରୀ ସହିତ 90Wର ଫାଷ୍ଟ  ଚାର୍ଜଂ ଫିଚର୍ସ ମଧ୍ୟ ରହିଛି ।

ଏହା ବ୍ୟତୀତ Vivo Y500 Proଫୋନର ବ୍ୟାକରେ ଡୁଆଲ କ୍ୟାମେରାର ସେଟଅପ୍ ରହିଛି । ଫୋନରେ 200MP କ୍ୟାମେରା ସହିତ 2MPର ସେକେଣ୍ଡାରୀ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ 32MPର ଫ୍ରଣ୍ଟ କ୍ୟାମେରା ଉପଲବ୍ଧ ରହିଛି । ଏହି ଫୋନଟି Android 16 ଉପରେ ଆଧାରିତ OriginOS 6 ରେ ଚାଲିଥାଏ । ଫୋନର ରିକ୍ୟୋରିଟି ପାଇଁ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସରର ସୁବିଧା ରହିଛି ।

Also Read : BSNL ର ବଡ଼ ଧମାକା: ଲଞ୍ଚ କଲା ସିଲଭର ଜୁବଲି ପ୍ଲାନ୍, ମିଳିବ ଅନେକ ବେନିଫିଟ୍ସ