ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବ Vivo Y53s , ଜାଣନ୍ତୁ ଦାମ ସହ ଦମଦାର ଫିଚର୍ସ

ଭିଭୋ ଭାରତୀୟ ବଜାରରେ ନିଜର ନୁଆ ସ୍ମାର୍ଟଫୋନ Vivo Y53s ଲଞ୍ଚ କରିବାକୁ ଯାଉଛି। ଏହାପୂର୍ବରୁ ଫୋନର ଦାମ ସମ୍ପର୍କରେ ଖବର ଲିକ ହୋଇଛି। ଏହା ଗତ ମାସରେ ଭିଏତନାମରେ ଲଞ୍ଚ ହୋଇଥିଲା। ଏହା ଟ୍ରିପଲ କ୍ୟାମେରା, MediaTek Helio G80  ପ୍ରୋସେସର, 33W ଫାଷ୍ଟ ଚାର୍ଜିଂ ସପୋର୍ଟ ଏବଂ 128GB  ଅନବୋର୍ଡ ଷ୍ଟୋରେଜ ଫିଚର୍ସ ରହିଛି।

ଜୁନରେ ଭିଏତନାମରେ ଏହି ଫୋନର 5G  ଭାରିଏଣ୍ଟ ଲଞ୍ଚ ହୋଇଛି। କିନ୍ତୁ ଭାରତୀୟ ବଜାରରେ କେଉଁ ଫୋନ ଲଞ୍ଚ ହେବ ସେ ନେଇ କୌଣସି ସଠିକ ସୂଚନା ସାମ୍ନାକୁ ଆସିନାହିଁ। 91ମୋବାଇଲ ରିପୋର୍ଟ ଅନୁଯାୟୀ, ଭାରତରେ Vivo Y53s ସ୍ମାର୍ଟଫୋନର 8GB + 128GB  ଷ୍ଟୋରେଜର ଦାମ ୨୨,୯୯୦ଟଙ୍କା ରହିଛି। ଏହା ଦୁଇଟି କଲର ଅପସନରେ ବଜାରକୁ ଆସିବ।

ତେବେ ଏହି ଫୋନରେ 6.58  ଇଞ୍ଚର ଫୁଲ ଏଚଡି+ ଡିସପ୍ଲେ ଦିଆଯାଇଛି। ଏହା 1,080×2,400  ପିକ୍ସଲ ରେଜ୍ୟୁଲେସନ ଏବଂ 60 ହର୍ଟଜ ରିଫ୍ରେଶ ରେଟ ସହ ବଜାରକୁ ଆସିବ। ଏହାସହ MediaTek Helio G80  ପ୍ରୋସେସର ମଧ୍ୟ ରହିବ। ଏଥିରେ ସାଉଣ୍ଡ ମାଉଣ୍ଟେଡ ଫିଙ୍ଗ ରପ୍ରିଣ୍ଟ ସେଂସର ଏବଂ ୟୁଏସବି ଟାଇପ ସିପୋର୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.