ଅନେଖା ଷ୍ଟାଇଲ ଓ ଲୁକରେ ଭିଭୋ ୫ଜି, ଦମଦାର ଫିଚର୍ସ ସହ ଓହ୍ଲାଉଛି ଖାସ ସେଟ

ଭିଭୋ ଲଞ୍ଚ କରିଛି ତାର ଧମାକେଦାର ସ୍ମାର୍ଟଫୋନ । ଲୁଚାଛପାରେ ଭିଭୋ ତାର ସ୍ମାର୍ଟଫୋନକୁ ମାର୍କେଟକୁ ଆଣିଥିବା କୁହାଯାଉଛି । ଆପଣ ଜାଣନ୍ତି ଭିଭୋର ସ୍ମାର୍ଟଫୋନ ଏବେ ତାର ଅଲଗା କ୍ୱାଲିଟି ପାଇଁ ୟୁଜର୍ସଙ୍କ ମଧ୍ୟରେ ଏକ ସ୍ଥାନ ବନାଇସାରିଛି । ଆଉ ଏହି ସେଟର ଖାସ କଣ ତାହା ମଧ୍ୟ ଆପଣ ଜାଣିବାକୁ ପାଇବେ । ଏବେ ଜାଣିବା ଭିଭୋ ୱାଇ ୭୭ ୫ଜିର ସେଟ ବିଷୟରେ ।

ଏବେ ଏବେ ବିଭୋ ତାର ସବୁଠୁ ଦମଦାର ସେଟକୁ ମାର୍କେଟକୁ ଆଣୁଛି । କୁହାଯାଉଛି ଭିଭୋ ଲୁଚାଛପା ଭାବେ ଏହି ସେଟକୁ ଲଞ୍ଚ କରୁଛି । ଭିଭୋ ୱାଇ ୭୭ ୫ଜି କୁ ଚୀନ ପୂର୍ବବର୍ଷ ଲଞ୍ଚ କରିଥିଲା ଆଉ ଏବେ ଏହାର ପ୍ରଥମ ସେଲ ଆରମ୍ଭ ହୋଇସାରିଛି । ଯାହା ୧୨୦ଏଚ ଜେଡ ଡିସପ୍ଲେ, ଡାଇମେନସନ ୯୩୦ଚିପସେଟ ଓ ୮୦ଡବ୍ଲୁ ଚାର୍ଜିଂ ଭଳି ପ୍ରମୁଖ ବିଶେଷତ୍ୱ ପ୍ରଦାନ କରୁଛି । ସବୁଠୁ ବଡ କଥା କି ଏହି ସେଟର ମୂଲ୍ୟ ମଧ୍ୟ ୨୦,୦୦୦ରୁ କମ ରହିଛି । ଫୋନର ଫିଚର୍ସ ଓ ଡିଜାଇନକୁ ଖୁବ ପସନ୍ଦ କରାଯାଉଛି । ଏବେ ଜାଣିବା ଭିଭୋ ୱାଇ ୭୭ ଫାଇଭ ଜିର ମୂଲ୍ୟ ଓ ଫିଚର୍ସ ।

ଭିଭୋ ୱାଇ ୭୭ ୫ଜି ଚୀନରେ ୪ଟି ଅପ୍ସନ୍ସରେ ଉପଲବ୍ଧ । ୧୪୯୯ ୟୁଆନ ଅର୍ଥାତ ୧୭,୭୮୭ ଟଙ୍କା ପାଇଁ ୬ଜିବି ରାମ ପ୍ଲସ ୧୨୮ଜିବି ଷ୍ଟୋରେଜ, ୧୫୯୯ୟୁଆନ ଅର୍ଥାତ ୧୮,୯୭୯ ଟଙ୍କା ପାଇଁ ୮ଜିବି ରାମ ପ୍ଲସ ୧୨୮ଜିବି ଷ୍ଟୋରେଜ, ସେହିଭଳି ୮ଜିବି ରାମ ପ୍ଲସ ୨୫୬ ଜିବି ଷ୍ଟୋରେଜ ପାଇଁ ୧୭୯୯ ୟୁଆନ ଅର୍ଥାତ ୨୧,୩୬୨ ଟଙ୍କା ଓ ୧୯୯୯ୟୁଆନ ଅର୍ଥାତ ୨୩,୭୪୪ ଟଙ୍କା ପାଇଁ ୧୨ଜିବି ରାମ ପ୍ଲସ ୨୫୬ ଜିବି ଷ୍ଟୋରେଜ ଭାବରେ ଏହା ସାମନାକୁ ଆସୁଛି । ଏହା କ୍ରିଷ୍ଟାଲ ବ୍ଲାକ, କ୍ରିଷ୍ଟାଲ ପାଉଡର ପିଙ୍କ, ଓ ସମର ସି ବ୍ଲୁ ଭଳି କଲର ସହ ସାମନାକୁ ଆସିପାରେ । ଯଦିଓ ଏହାକୁ ଅନ୍ୟ ମାର୍କେଟରେ ଉପଲବ୍ଧ କରାଯିବ କି ନାହିଁ ତାହା ଉପରେ କୌଣସି ସୂଚନା ନାହିଁ । କିନ୍ତୁ କୁହାଯାଇପାରେ ଏହା ନିଶ୍ଚୟ ଭିଭୋର ଧମାକେଦାର ଲଞ୍ଚ ।

ଏଥିରେ ପଞ୍ଚ ହୋଲ ଡିଜାଇନର ଏଲସିଡି ପ୍ୟାନେଲ ରହିଛି । ଏହା ୧୦୮୦ଇଣ୍ଟୁ ୨,୩୮୮ ପିକ୍ସେଲର ଫୁଲ ଏଚଡି ଓ ରିଜଲ୍ୟୁସନ ସହ ୧୨୦ଏଚ ଜେଡର ରିକ୍ରେସ ରେଟ ପ୍ରଦାନ କରୁଛି । ଫୋନ ଆଣ୍ଡ୍ରଏଡ ୧୨ ଓ ଏସ ଓ ଅରିଜିନ ଓଏସ ଓସନ ୟୁଆଇ ସହ ଆସୁଛି । ଏହାର ଡାହାଣ ସାଇଡରେ ବି ଏକ ପାୱାର ବଟନ ରହିଛି ଯାହା ଫିଙ୍ଗରପ୍ରିଣ୍ଟ ସେନ୍ସର ସହ ଇଣ୍ଟିଗ୍ରେଟେଡ ହୋଇଛି ।

ୱାଇ ସେଭେନ ସେଭେନ ଫାଇଭ ଜି ଡାଇମେନଶନ ୯୩୦ ଚିପସେଟ ସହ ଆସୁଥିବା ପ୍ରଥମ ଫୋନ ଅଟେ । ଏହା ୮୦ ୱାର୍ଟ ଚାର୍ଜିଙ୍ଗ ଓ ୧୨ଜିବି ଏଲପିଡିଡି ଆର ଫୋର ଇଣ୍ଟୁ ରାମ ଭାବେ ଏହା ୱାଇ ସିରିଜର ପ୍ରଥମ ହ୍ୟାଣ୍ଡସେଟ । ୪,୫୦୦ ଏମ ଏ ଏଚ ର ବ୍ୟାଟେରୀ ସହ ୟୁଏଫ ଏସ ଷ୍ଟୋରେଜ ସହ ଏହା ଉପଲବ୍ଧ ହେଉଛି ।

ଭିଭୋରେ କ୍ୟାମେରା ଉପରେ ଥାଏ ସମସ୍ତଙ୍କ ନଜର । ତେବେ ଏହି ସେଟର କ୍ୟାମେରା କଥା ଯଦି କହିବା ତେବେ ଏଥିରେ ରହିଛି ସେଲଫି ଓ ଭିଡିଓ କଲ ପାଇଁ ୮ଏମପିର ଫ୍ରଣ୍ଟ କ୍ୟାମେରା । ଡିଭାଇସର ପଛ ଭାଗରେ ଅର୍ଥାତ ୫୦ଏମପି ମୁଖ୍ୟ କ୍ୟାମେରା ଓ ୨ଏମ ପି ଆସିଷ୍ଟେମ୍ଟ ଲେନ୍ସ ରହିଛି ଏଥିରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.