ଟେକ୍

ଲଞ୍ଚ ହେଲା Vivoର ପ୍ରଥମ ଫୋଲଡେବଲ୍‌ ଫୋନ, ମନ ଇଚ୍ଛା ଫୋଲ୍ଡ କରିବେ ୟୁଜର୍ସ

ଭାରତୀୟ ବଜାରରେ ୟୁଜର୍ସଙ୍କ ପାଇଁ ଭିଭୋର ପ୍ରଥମ ଫୋଲଡେବଲ୍ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । Vivo X Fold 3 Pro ନେଇ କମ୍ପାନୀ ଫୋଲଡେବଲ୍ ସ୍ମାର୍ଟଫୋନ୍ ସେଗମେଣ୍ଟରେ ଏଣ୍ଟ୍ରି କରିଛି । ଯଦି ଜଣେ ବ୍ୟକ୍ତି ଏହି ଫୋନକୁ ୧୨ ବର୍ଷ ପାଇଁ ପ୍ରତିଦିନ ୧୦୦ ଥର ଫୋନକୁ ଫୋଲ୍ଡ କରନ୍ତି, ତେବେ ବି ଏହି ଫୋନରେ କିଛି ହେବ ନାହିଁ । ଏହି ଫୋନକୁ ଫ୍ଲାଗସିପ୍ ଲେଭଲର ଓ୍ଵାଟର ରେସିଷ୍ଟାଣ୍ଟ IPX8 ରେଟିଂ ଦିଆଯାଇଛି । ତେବେ ଏହି ଫୋନର ଦାମ, ସେଲ୍‌ ଡେଟ୍‌ ଏବଂ ଫୋନର ଫିଚର ବିଷୟରେ ଆସନ୍ତୁ ଜାଣିବା ।

ଡିସପ୍ଲେ : ଅନଫୋଲ୍ଡ ହେବାପରେ ଫୋନ ୮.୦୩ ଇଞ୍ଚର ଡିସପ୍ଲେ ହେବ ଏବଂ ଫୋଲ୍ଡ ହେବା ପରେ ଫୋନରେ ୬.୫୩ ଇଞ୍ଚର ସ୍କ୍ରିନ ଥାଏ ।

ପ୍ରୋସେସର: ସ୍ପିଡ୍ ଏବଂ ମଲ୍ଟିଟାସ୍କିଂ ପାଇଁ ଭିଭୋ Fold 3 Pro ସ୍ମାର୍ଟଫୋନରେ ସ୍ନାପଡ୍ରାଗନ୍ ୮ ଜେନେରେସନ୍ ୩ ପ୍ରୋସେସର୍ ବ୍ୟବହାର କରାଯାଇଛି ।

ବ୍ୟାଟେରୀ : ଫୋନରେ ୫୭୦୦ mAh ବ୍ୟାଟେରୀ ଦିଆଯାଇଛି । ଏହି ଫୋନ୍ ହେଉଛି ଭାରତର ପ୍ରଥମ ଫାଷ୍ଟ ଚାର୍ଜିଂ ଫୋଲଡେବଲ୍ ଫୋନ୍ ଯାହା ୧୦୦ W ଓ୍ଵାୟର୍ଡ ଏବଂ ୫୦ W ଓ୍ଵାୟରଲେସ୍‌ ଚାର୍ଜ କୁ ସପୋର୍ଟ କରେ । ୧୦୦ ୱାଟ ଫାଷ୍ଟ ଚାର୍ଜ ସପୋର୍ଟ କରିବା ସହିତ ଏହି ଫୋନ ୧୫ ମିନିଟରେ ୫୦ ପ୍ରତିଶତ ଚାର୍ଜ ହୋଇଯାଏ ।

କ୍ୟାମେରା ସେଟଅପ୍: ଫୋନ ପଛରେ ୬୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ସେନ୍ସର ସହିତ ୫୦ ମେଗାପିକ୍ସେଲ ଅଲଟ୍ରା ୱାଇଡ୍ କ୍ୟାମେରା ଏବଂ ୬୪ ମେଗାପିକ୍ସେଲ ZEISS ଟେଲିଫୋଟୋ କ୍ୟାମେରା ସେନ୍ସର ଅଛି । ଭିଭୋର ଏହି ଫୋଲଡେବଲ୍ ଫୋନ୍ 4K ସିନେମାଟିକ୍ ପୋଟ୍ରେଟ୍ ଭିଡିଓ ରେକର୍ଡିଂ କରିବାରେ ବଢ଼ିଆ ହେବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ୩୨ ମେଗାପିକ୍ସେଲ କ୍ୟାମେରା ସେନ୍ସର ରହିଛି ।

ଡାଇମେନସନ୍‌ ଏବଂ ଓଜନ: ଫୋଲ୍ଡିଂ ନକଲେ ଫୋନର ମୋଟେଇ ୫.୨ ମିମି ଏବଂ ଫୋଲ୍ଡ କଲେ ଏହାର ମୋଟେଇ ୧୧.୨ ମିମି ହେବ । ଏହି ଭିଭୋ ଫୋନର ଓଜନ ବିଷୟରେ କହିବାକୁ ଗଲେ ଏହାର ଓଜନ ୨୩୬ ଗ୍ରାମ ।

ଖାସ୍‌ ଫିଚର : ସୁରକ୍ଷା ପାଇଁ ଫୋନରେ 3D ଅଲଟ୍ରାସୋନିକ୍ ଡୁଆଲ୍ ସ୍କ୍ରିନ୍ ଫିଙ୍ଗର ପ୍ରିଣ୍ଟ ସେନ୍ସର ବ୍ୟବହାର କରାଯାଇଛି । ଏହା ବ୍ୟତୀତ ଫୋନରେ AI ସ୍ମାର୍ଟ ନୋଟ୍ସ, AI ସ୍କ୍ରିନ୍ ଟ୍ରାନ୍ସଲେସନ୍ ଏବଂ AI ଟ୍ରାନ୍ସକ୍ରିପ୍ଟ ଆସିଷ୍ଟ ଭଳି ଖାସ୍‌ ଫିଚର ଦିଆଯାଇଛି ।

ଏହି ଫୋଲଡେବଲ୍ ମୋବାଇଲ୍ ଫୋନ୍ ସେଲେଷ୍ଟିଆଲ୍‌ ବ୍ଲାକ କଲରରେ ଲଞ୍ଚ କରାଯାଇଛି । ଏହି ଭିଭୋ ଫୋନର ଗୋଟିଏ ଭାରିଆଣ୍ଟ ଲଞ୍ଚ କରାଯାଇଛି ଯାହା ୧୬ GB RAM ଏବଂ ୫୧୨ GB ଷ୍ଟୋରେଜ୍ ସହିତ ଆସିଥାଏ, ଏହି ଭାରିଆଣ୍ଟର ଦାମ ୧,୫୯,୯୯୯ ଟଙ୍କା । ଫୋନର ସେଲ୍‌ ଜୁନ୍ ୩୦ରୁ ଆରମ୍ଭ ହେବ ବୋଲି ସୂଚନା ରହିଛି ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago