ଭୋଡାଫୋନ୍-ଆଇଡିଆ ଏହାର ୟୁଜରଙ୍କ ପାଇଁ ଆଣିଛି Vi ଗ୍ୟାରେଣ୍ଟି ଅଫର୍ , ଜାଣନ୍ତୁ କେମିତି ଉଠାଇବେ ଲାଭ

ଭୋଡାଫୋନ୍-ଆଇଡିଆ ଏହାର ୟୁଜରଙ୍କ ପାଇଁ Vi ଗ୍ୟାରେଣ୍ଟି ଅଫର୍ ଆଣିଛି । ଏହି ଅଫର ଅନୁଯାୟୀ ୟୁଜରମାନଙ୍କୁ ମାଗଣାରେ ୧୩୦ ଜିବି ଡାଟା ମିଳିବ । ଭୋଡାଫୋନ୍-ଆଇଡିଆ ଏହାର ପ୍ରିପେଡ୍ ୟୁଜରଙ୍କ ପାଇଁ ଏହି ଅଫର୍ ଲଞ୍ଚ କରିଛି । ଭୋଡାଫୋନ୍-ଆଇଡିଆ କହିଛି ଯେ ସମସ୍ତ 4G / 5G ସ୍ମାର୍ଟଫୋନ୍ ୟୁଜର ଏହି ଅଫରର ଲାଭ ପାଇବେ। ୟୁଜରମାନେ ଯେଉଁ ରିଚାର୍ଜ ପ୍ଲାନ କରିଥିବେ ସେହି ଦିନର ଡାଟା ସରିବା ପରେ ଏହି ଅଫରର ଲାଭ ଉଠାଇପାରିବେ । ଏୟାରଟେଲ ଏବଂ ଜିଓର ଅନଲିମିଟେଡ୍‌ 5G ଅଫରକୁ କଡ଼ା ଟକ୍କର ଦେବା ପାଇଁ Vi ଏହି ଅଫର ଲଞ୍ଚ କରିଛି । ତେବେ ଆସନ୍ତୁ ଭୋଡାଫୋନ୍-ଆଇଡିଆର ଏହି ଗ୍ୟାରେଣ୍ଟି ଅଫର୍ ବିଷୟରେ ଭଲରେ ଜାଣିବା ।

ଟେଲିକମ୍ କମ୍ପାନୀ କହିଛି ଯେ ଯଦି ୟୁଜରମାନେ ନିଜ ଫୋନରେ ପ୍ରତିଦିନର ଡାଟା ସାରି ଦିଅନ୍ତି, ତେବେ ସେମାନେ ୧୨୧୧୯୯ କୁ କଲ କରି କିମ୍ବା * ୧୯୯ * ୧୯୯ # ଡାଏଲ୍ କରି ଏହି ଅଫର ପାଇପାରିବେ । ୟୁଜରମାନଙ୍କୁ ପ୍ରତି ୨୮ ଦିନରେ ୧୦ ଜିବି ମାଗଣା ଡାଟା ପ୍ରଦାନ କରାଯିବ । ଏହାର ଅର୍ଥ ହେଉଛି ମୋଟ ୧୩ଟି ସାଇକେଲରେ ୟୁଜରମାନଙ୍କୁ ୧୩୦ ଜିବି ଡାଟା ଦିଆଯାଉଛି । ୟୁଜରମାନେ 5G କିମ୍ବା ନୂଆ କିଣାଯାଇଥିବା 4G ସ୍ମାର୍ଟଫୋନରେ ଏହି ଅଫରର ଲାଭ ପାଇବେ ।

Vi କହିଛି ଯେ ଏହି ଅଫର କେବଳ ସେହି ୟୁଜରମାନଙ୍କ ପାଇଁ ଭ୍ୟାଲିଡ୍‌ ରହିଛି ଯେଉଁମାନେ ଅତି କମରେ ୨୩୯ ଟଙ୍କାର ପ୍ଲାନ୍‌ ସହିତ ସେମାନଙ୍କ ନମ୍ବର ରିଚାର୍ଜ କରିଥିବେ। Vi ର ୨୬୯, ୨୯୯, ୩୧୯, ୩୫୯, ୩୬୮, ୩୬୯, ୩୯୯, ୪୦୯, ୪୪୯, ୪୭୫, ୪୭୯, ୪୯୯, ୫୩୯, ୫୯୯, ୬୦୧, ୬୬୬, ୬୯୯, ୭୧୯, ୮୩୯, ୯୦୧,୯୦୨,୯୦୩, ୧୦୬୬, ୧୪୪୯, ୨୮୯୯, ୩୦୯୯ ଏବଂ ୩୧୯୯ ଟଙ୍କାର ପ୍ଲାନ୍‌ ରିଚାର୍ଜ ସହିତ ବି ଆପଣଙ୍କୁ ଏହି ଅଫର ମିଳିବ ।

ଏହା ବ୍ୟତୀତ Vi ୟୁଜରମାନଙ୍କୁ ୱିକେଣ୍ଡ୍ ଡାଟା ରୋଲଓଭର ଏବଂ ରାତିରେ ଫ୍ରି ଡାଟା ଦେଉଛି । ଭୋଡାଫୋନ୍-ଆଇଡିଆର ଏହି ଅଫର ଦେଶର ସମସ୍ତ ଟେଲିକମ୍ ସର୍କଲର ୟୁଜରମାନଙ୍କ ପାଇଁ ଜାରି କରାଯାଇଛି ।

You might also like