ଜିଓ ଏବଂ ଏୟାରଟେଲ ପରେ Vi ଦେଲା ୟୁଜରଙ୍କୁ ବଡ଼ ଝଟକା, ୪ ଜୁଲାଇରୁ ବଢିବ ରିଚାର୍ଜ ପ୍ଲାନ୍‌ ଦାମ୍‌

ଏୟାରଟେଲ ଏବଂ ଜିଓ ପରେ Vodafone Idea (Vi) ମଧ୍ୟ ହେବ ମହଙ୍ଗା । ଜୁଲାଇ ୪ରୁ ଟେଲିକମ୍ କମ୍ପାନୀର ନୂଆ ପ୍ଲାନ୍‌ ଟାରିଫ ଲାଗୁ ହେବ । କୋଟି କୋଟି ୟୁଜର୍ସଙ୍କୁ ଝଟକା ଦେଇ କମ୍ପାନୀ ଏହାର ଟାରିଫ ପ୍ଲାନ୍‌ ୧୧ ରୁ ୨୪ ପ୍ରତିଶତ ବଢାଇଛି । ଏଥି ସହିତ, ଅନ୍ୟ ଦୁଇଟି ପ୍ରାଇଭେଟ୍‌ ଟେଲିକମ୍ କମ୍ପାନୀର ପ୍ଲାନ୍‌ ମଧ୍ୟ ୨୨ ପ୍ରତିଶତ ମହଙ୍ଗା ହେବ । ତେବେ ଏୟାରଟେଲ ଏବଂ ଜିଓର ନୂଆ ଟାରିଫ ପ୍ଲାନ୍‌ ଜୁଲାଇ ୩ ରୁ ଲାଗୁ ହେବ । ଏପରି ଭାବେ ଜୁଲାଇ ୪ ରୁ Vodafone Idea ପ୍ଲାନ୍‌ଗୁଡିକ ମହଙ୍ଗା ହେବ । ସୂଚନା ଅନୁଯାୟୀ Vodafone Idea ୟୁଜରଙ୍କ ସୁବିଧା ପାଇଁ କମ୍ପାନୀ ପ୍ଲାନ୍‌ ବଢାଇବା ପାଇଁ ନିଷ୍ପତି ନେଇଛି ।

ନୂଆ ପ୍ଲାନ୍‌ :
କମ୍ପାନୀ ୨୮ ଦିନିଆ ପ୍ଲାନ୍‌କୁ ୧୧ ପ୍ରତିଶତ ବଢାଇଛି । ବର୍ତ୍ତମାନ ୟୁଜର୍ସଙ୍କୁ ୧୭୯ ଟଙ୍କା ରିଚାର୍ଜ ପ୍ଲାନ୍‌ ପାଇଁ ୟୁଜରଙ୍କୁ ୧୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏଥି ସହିତ, ୮୪ ଦିନିଆ ଭ୍ୟାଲିଡିଟି ପ୍ଲାନ୍‌ ଏବଂ ୧.୫GB ଡାଟା ସହିତ କମ୍ପାନୀର ଲୋକପ୍ରିୟ ପ୍ଲାନ୍‌ର ମୂଲ୍ୟ ମଧ୍ୟ ୭୧୯ ରୁ ୮୫୯ ଟଙ୍କାକୁ ବଢିଛି ।

Vodafone Idea ର ବାର୍ଷିକ ପ୍ଲାନ୍‌ ବିଷୟରେ କହିବାକୁ ଗଲେ କମ୍ପାନୀ ଏହାର ବାର୍ଷିକ ଅନ୍‌ଲିମିଟେଡ୍‌ ପ୍ଲାନ୍‌ର ଦାମ୍‌ ପ୍ରାୟ ୨୧ ପ୍ରତିଶତ ବଢିଛି । ବର୍ତ୍ତମାନ ୟୁଜର୍ସଙ୍କୁ Vodafone Idea ୨,୮୯୯ ଟଙ୍କା ବାର୍ଷିକ ପ୍ଲାନ୍‌ ପାଇଁ ୩୪୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏଥି ସହିତ, ୨୪GB ଡାଟା ଲିମିଟ୍‌ ଏବଂ ୩୬୫ ଦିନର ଭ୍ୟାଲିଡିଟ ପ୍ଲାନରେ କମ୍ପାନୀ କୌଣସି ଚେଞ୍ଚ କରିନାହିଁ । ଏଥିପାଇଁ ୟୁଜର୍ସଙ୍କୁ ପୂର୍ବ ପରି ୧୭୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

୫ G ଲଞ୍ଚ କରିବାକୁ ପ୍ରସ୍ତୁତି :
ତେବେ Vodafone Idea ୪Gକୁ ଆହୁରି ଭଲ କରିବା ପାଇଁ ୫G ସେବା ଆରମ୍ଭ କରିବା ପାଇଁ ଯାଉଛି । ଏହା ଆଗାମୀ କିଛି ମାସରେ ଆରମ୍ଭ ହୋଇପାରେ । ନିକଟରେ ଅନୁଷ୍ଠିତ ୫G ସ୍ପେକ୍ଟ୍ରମ୍ ନିଲାମରେ କମ୍ପାନୀ ଅଂଶଗ୍ରହଣ କରିଛି । ଏହି ନିଲାମରେ କମ୍ପାନୀ ୫୦MHz ସ୍ପେକ୍ଟ୍ରମ କିଣିଛି । ଏଥିପାଇଁ କମ୍ପାନୀ ୩୫୧୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛି ।