VI କୋଟି ୟୁଜର୍ସଙ୍କୁ ଦେଲା ଝଟକା, ଏହି ଶସ୍ତା ପ୍ଲାନରେ ମିଳିବ କମ ଡାଟା

Vodafone Idea ନିଜର କୋଟି ୟୁଜର୍ସଙ୍କୁ ପୁଣି ଥରେ ଏକ ବଡ ଝଟକ୍କା ଦେଇଛି । ଟେଲିକମ୍‌ କମ୍ପାନୀ ଏହାର ଶସ୍ତା ରିଚାର୍ଜରେ ମିଳୁଥିବା ଡାଟା ବେନିଫିଟ୍ସ ହ୍ରାସ କରିଛି । ବର୍ତ୍ତମାନ ୟୁଜର୍ସମାନେ ପୂର୍ବ ଅପେକ୍ଷା କମ୍‌ ଡାଟା ପାଇବେ । କମ୍ପାନୀ ଏହାର ୨୩ ଟଙ୍କା ପ୍ଲାନରେ ମିଳୁଥିବା ବେନିଫିଟ୍ସକୁ ପରିବର୍ତ୍ତନ କରିଛି । Vodafone Idea ଏହି ପ୍ଲାନରେ ୟୁଜର୍ସମାନେ ପ୍ରତିଦିନ ୧.୨GB ଡାଟା ପାଇଥାନ୍ତି, ଯାହା ବର୍ତ୍ତମାନ ହ୍ରାସ ପାଇଛି ।

Vodafone Idea ଏହି ଏହି ୨୩ ଟଙ୍କା ପ୍ରିପେଡ୍‌ ଡାଟା ପ୍ୟାକ୍‌ ସେହି ୟୁଜର୍ସଙ୍କ ପାଇଁ ହେବ, ଯେଉଁମାନେ ଏମରଜେନ୍ସି ଡାଟା ଆବଶ୍ୟକ କରନ୍ତି । କମ୍ପାନୀର ଆହୁରି ଅନେକ ଡାଟା ପ୍ୟାକ୍‌ ଉପଲବ୍ଧ ଅଛି, ଯାହା ଅଧିକ ଭ୍ୟାଲିଡିଟିର ଲାଭ ମିଳିଥାଏ । Vodafone Idea ଗତ ବର୍ଷ ନଭେମ୍ବରରେ ଏହି ପ୍ରିପେଡ୍‌ ଡାଟା ପ୍ୟାକ୍‌ ଲଞ୍ଚ କରିଥିଲା । ଜୁଲାଇରେ ମୋବାଇଲ୍‌ ଟାରିଫ୍‌ ବଢ଼ିବା ସତ୍ୱେ କମ୍ପାନୀ ଏହି ପ୍ଲାନରେ କୌଣସି ପରିବର୍ତ୍ତନ କରିନାହିଁ । Vodafone Idea ୟୁଜର୍ସମାନେ କ୍ରମାଗତ ଭାବେ ହ୍ରାସ ପାଉଛନ୍ତି । ଫଣ୍ଡ ଅଭାବରୁ କମ୍ପାନୀ ଏପର୍ଯ୍ୟନ୍ତ ୫G ସର୍ଭିସ୍‌ ଲଞ୍ଚ କରିବାରେ ସକ୍ଷମ ହୋଇ ନାହିଁ ।

ବର୍ତ୍ତମାନ Vodafone Idea ଏହି ପ୍ଲାନରେ ମୂଲ୍ୟ ବଢ଼ାଇ ନାହିଁ ବରଂ ଏଥିରେ ଥିବା ଡାଟାକୁ କମ୍‌ କରିଛି । ବର୍ତ୍ତମାନ ୟୁଜର୍ସମାନଙ୍କୁ ୧ ଦିନର ଭ୍ୟାଲିଡିଟି ସହିତ ଏହି ଶସ୍ତା ରିଚାର୍ଜ ପ୍ଲାନରେ କେବଳ ୧GB ଡାଟା ମିଳିବ । ଏହି ପ୍ଲାନରେ କମ୍ପାନୀ ୨୦୦MB କମ୍‌ ଡାଟା ଦେବା ଆରମ୍ଭ କରିଛି । ତଥାପି, ଏଥିରେ ୟୁଜର୍ସମାନଙ୍କୁ ଅଧିକ ଫର୍କ ପଡିବ ନାହିଁ । ଯଦି ୟୁଜର୍ସମାନେ ଚାହାଁନ୍ତି ସେମାନେ ଅଧିକ ୩ଟଙ୍କା ଖର୍ଚ୍ଚ କରି ୧ ଦିନର ଭ୍ୟାଲିଡିଟି ସହିତ ୧.୫GB ଡାଟା ପାଇପାରିବେ ।

Jio ଏବଂ Airtel ସେମାନଙ୍କ ୟୁଜର୍ସଙ୍କୁ ୧୧ ଟଙ୍କାରେ ୧୦GB ହାଇ ସ୍ପିଡ୍‌ ଡାଟା ଅଫର କରିଛି । ତେବେ, ଏହି ଦୁଇଟି କମ୍ପାନୀର ରିଚାର୍ଜ ପ୍ଲାନଗୁଡିକର ଭ୍ୟାଲିଡିଟି ମାତ୍ର ୧ ଘଣ୍ଟା ପାଇଁ ରହିବ । ଟେଲଇକମ୍‌ କମ୍ପାନୀଗୁଡିକର ଛୋଟ ରିଚାର୍ଜଗୁଡିକ ବହୁତ ମୋବାଇଲ୍‌ ଡାଟା ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଡିଜାଇନ୍‌ କରାଯାଇଛି ।

You might also like