ଭୋଡାଫୋନ୍ ଆଇଡିଆ ୟୁଜରଙ୍କ ପାଇଁ ଖୁସି ଖବର, ୭ ଦିନ ପାଇଁ ମିଳିବ ଫ୍ରି ଡାଟା

ବର୍ଷା ଯୋଗୁଁ କେରଳର ୱାୟନାଡ଼ରେ ହୋଇଥିବା ଭୂସ୍ଖଳନରେ ବ୍ୟାପକ କ୍ଷତି ହୋଇଛି । ଏହି ଭୂସ୍ଖଳନରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ସରକାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ସମୟରେ ଦେଶର ତୃତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଆଇଡିଆ ୱାୟନାଡ ପାଇଁ ଏକ ବଡ଼ ଘୋଷଣା କରିଛି । ୱାୟନାଡ୍ ୟୁଜରଙ୍କ ପାଇଁ ଭୋଡାଫୋନ୍ ଆଇଡିଆ ମାଗଣା କଲିଂ ଏବଂ ଡାଟା ଦେବା ପାଇଁ ଘୋଷଣା କରିଛି ।
ଭୋଡାଫୋନ୍ ଆଇଡିଆ ଏହାର ୱାୟନାଡ ୟୁଜରଙ୍କୁ ୭ ଦିନ ପାଇଁ ମାଗଣା କଲିଂ ଦେବ ବୋଲି ଘୋଷଣା କରିଛି । କମ୍ପାନୀ ଗ୍ରାହକଙ୍କୁ ୭ ଦିନ ପାଇଁ ପ୍ରତିଦିନ ୧ ଜିବି ମାଗଣା ଡାଟା ଦେବ । କମ୍ପାନୀ କହିଛି ଯେ ଏକ୍ସଟ୍ରା ଡାଟା ଅଟୋମେଟିକ୍ ଭାବେ ୟୁଜରଙ୍କ ନମ୍ବରରେ କ୍ରେଡିଟ୍ ହେବ । ପ୍ରିପେଡ୍ ୟୁଜରଙ୍କ ସହିତ ଭୋଡାଫୋନ୍ ଆଇଡିଆ ପୋଷ୍ଟପେଡ୍ ୟୁଜରଙ୍କୁ ମଧ୍ୟ ଲାଭ ଦେଇଛି ।
ଭୋଡାଫୋନ୍ ଆଇଡିଆ କହିଛି ଯେ ପୋଷ୍ଟପେଡ୍ ୟୁଜରଙ୍କ ଯାହାର ବିଲ୍ ପେମେଣ୍ଟ ତାରିଖ ନିକଟରେ ରହିଛି କିମ୍ବା ଶେଷ ହୋଇଯାଇଛି ଏବଂ ଭୂସ୍ଖଳନ ପାଇଁ ପେମେଣ୍ଟ କରିବାକୁ ସକ୍ଷମ ନୁହଁନ୍ତି, ସେମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ପୋଷ୍ଟପେଡ୍ ୟୁଜରମାନେ ବିଲିଂର ଶେଷ ତାରିଖର ୧୦ ଦିନ ପରେ ବି ବିଲ୍ ଜମା କରିବାକୁ ସକ୍ଷମ ହେବେ। ଏଥିପାଇଁ ଗ୍ରାହକଙ୍କଠାରୁ କୌଣସି ଏକ୍ସଟ୍ରା ଚାର୍ଜ ନିଆଯିବ ନାହିଁ।
ସୂଚନା ଥାଉ କି ଭୋଡାଫୋନ୍ ଆଇଡିଆ ପୂର୍ବରୁ ଏୟାରଟେଲ ୱାୟନାଡର ଗ୍ରାହକଙ୍କ ପାଇଁ ମଧ୍ୟ ସମାନ ପଦକ୍ଷେପ ନେଇଥିଲା । ଏୟାରଟେଲ ଏହାର ୟୁଜରଙ୍କ ପାଇଁ ୩ ଦିନ ପାଇଁ ମାଗଣା କଲିଂ ଓ ପ୍ରତିଦିନ ୧ ଜିବି ଡାଟା ଦେବାକୁ ଘୋଷଣା କରିଥିଲା। କିନ୍ତୁ ଭୋଡାଫୋନ୍ ଆଇଡିଆ ୟୁଜରଙ୍କୁ ଅଧିକ ସୁବିଧା ଦେଇଛି । ଏୟାରଟେଲ ମାତ୍ର ୩ ଦିନ ପାଇଁ ମାଗଣା କଲିଂ ଏବଂ ଡାଟା ଦେଉଥିବାବେଳେ ଭୋଡାଫୋନ୍ ଆଇଡିଆ ୭ ଦିନ ପାଇଁ ମାଗଣା କଲିଂ ଏବଂ ଡାଟା ଯୋଗାଇଛି ।