ଆସିଲା ଜବରଦସ୍ତ ପ୍ରିପେଡ୍ ପ୍ଲାନ, ୧୮୦ ଦିନ ଯାଏ କରିବାକୁ ପଡିବ ନାହିଁ ମୋବାଇଲ ରିଚାର୍ଜ, ମାଗଣାରେ ଉଠାଇବେ ସବୁ ଫାଇଦା

ଜିଓ ଓ ଏୟାରଟେଲକୁ ମାତ ଦେବା ପାଇଁ ଭୋଡ଼ାଫୋନ ଓ ଆଇଡିଆ ମଧ୍ୟ ରେସ୍‌ ରେ ପ୍ରତିଥର ସାମିଲ ହୋଇଥାଏ। ନୂଆବର୍ଷରେ ନିଜ ଟକ୍କରର କମ୍ପାନୀ ନୂଆ ନୂଆ ପ୍ଳାନକୁ ବାହାର କରି ୟୁଜର୍ସଙ୍କୁ ସରପ୍ରାଇଜ ଦେବାରେ ଲାଗିଛି। ଏହାରି ମଧ୍ୟରେ ଭୋଡ଼ାଫୋନ ଓ ଆଇଡିଆ ମଧ୍ୟ ବାଦ ପଡ଼ିନି। ନିଜ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ଏହି କମ୍ପାନୀ ମିଳିତ ଭାବେ ଆଣିଛି ଜବରଦସ୍ତ ପ୍ଳାନ।

ଭ।ରତର ଅନ୍ୟତମ ଟେଲିକମ କମ୍ପ।ନୀ ମ।ନଙ୍କ ଭିତରୁ ଭୋଡ଼।ଫୋନ- ଆଇଡ଼ିଆ ଅନ୍ୟତମ । ଏହି କମ୍ପ।ନୀ ଅଧିକରୁ ଅଧିକ ଗ୍ର।ହକଙ୍କୁ ନିଜ ପ୍ରତି ଆକୃଷ୍ଟ କରିବ। ପ।ଇଁ ନୂଆ ନୂଆ ପ୍ରିପେଡ଼ ପ୍ଲ।ନ ଗୁଡିକୁ ବଜ।ରରେ ପ୍ରବେଶ କରିଥାଏ । ଯେଉଁଥିରେ ଅନଲିମିଟେଡ଼ କଳିଙ୍ଗ ସମେତ ଡ।ଟ।ର ସୁବିଧ। ମଧ୍ୟ ମିଳୁଛି । ଅନ୍ୟ ପକ୍ଷରେ ବଜ।ରକୁ ଏତେ ମ।ତ୍ର।ରେ ପ୍ଳ।ନ ଗୁଡିକର ପ୍ରବେଶ ହେଉଥିବ।ରୁ ଲୋକେ ଜ।ଣି ପ।ରନ୍ତି ନ।ହିଁ ଯେ କେଉଁଟ।କୁ ଗ୍ରହଣ ନକରିବେ । ତେଣୁ ଆପଣଙ୍କ ଏହି ଦ୍ଵିଧ।କୁ ଦୂର କରିବ। ପ।ଇଁ ଆମେ ଆପଣଙ୍କ ପ।ଇଁ ଭୋଡ଼।ଫୋନ- ଆଇଡ଼ିଆର ୫ ଟି ଶସ୍ତ। ପ୍ଲ।ନ ନେଇ ଆସିଛୁ ।

ବହୁ ସମୟ ପର୍ଯ୍ୟନ୍ତ ମୋବାଇଲ ରିଚାର୍ଜରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଭୋଡାଫୋନ-ଆଇଡିଆ ଆପଣଙ୍କ ପାଇଁ ଏକ ଖାସ ଉପାୟ ଆଣିଛି । ଏହି ପ୍ଲାନରେ ଆପଣଙ୍କୁ ବହୁ ଆଡିସନାଲ ବେନିଫିଟ ମଧ୍ୟ ମିଳିବ ।

ଭୋଡାଫୋନ୍-ଆଇଡିଆର ଏହି ପ୍ଲାନ ୧୮୦ ଦିନର ବୈଧତା ସହିତ ଆସିଥାଏ। ତେବେ ଏହି ପ୍ରିପେଡ ପ୍ଲାନରେ ୧୪୪୯ ଟଙ୍କାର ପ୍ରିପେଡ୍ ଟ୍ୟାଗ ଆସୁଛି ।ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ଏହି ପ୍ଲାନରେ ଆପଣଙ୍କୁ ଦୈନିକ 1.5 GB ଡାଟା ମିଳିବ। ଏହି ଅଫର ଅଧୀନରେ କମ୍ପାନୀ ଏହି ପ୍ଲାନରେ 50 GB ଅତିରିକ୍ତ ଡାଟା ଅଫର୍‌ କରୁଛି। ପ୍ଲାନରେ ଆପଣଙ୍କୁ ଅନଲିମିଟେଡ୍‌ କଲିଂ ଏବଂ ଦୈନିକ ୧୦୦ଟି ମାଗଣା SMS ମଧ୍ୟ ମିଳିବ। ଏହି ପ୍ଲାନ ଅନେକ ଅତିରିକ୍ତ ଲାଭ ସହିତ ବି ଆସିଥାଏ। ଏଥିରେ କମ୍ପାନୀ ବିଞ୍ଜ ଅଲ୍ ନାଇଟ୍ (Binge All Night) ବେନିଫିଟ୍ ପ୍ରଦାନ କରୁଛି।

Binge All Night ବ୍ୟତିତ ଡାଟା ଡିଲାଇଟ୍ସ ଏବଂ ୱିକେଣ୍ଡ ଡାଟା ରୋଲଓଭର ମଧ୍ୟ ଏଥିରେ ସାମିଲ ଅଛି । ଆପଣଙ୍କୁ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଅନଲିମିଟେଡ୍‌ ଡାଟା ମିଳିଥାଏ। ଏଥି ସହିତ କମ୍ପାନୀ ଏହି ପ୍ଲାନରେ ୱିକେଣ୍ଡ୍ ଡାଟା ରୋଲଓଭର ଏବଂ 2 GB ପର୍ଯ୍ୟନ୍ତ ଡାଟା ଡିଲାଇଟ୍‌ ମଧ୍ୟ ଦେଉଛି। ଏହି ପ୍ଲାନ ଅନୁସାରେ ଅଫର କରାଯାଇଥିବା ଡେଲି ଡାଟା ଏବଂ ଫ୍ରିରେ ମିଳିଥିବା ୫୦ଜିବି ଡାଟା କୋଟାରେ କିଛି କଟିବ ନାହିଁ । ପ୍ଲାନର ସବ୍ସକ୍ରାଇବର୍ସଙ୍କୁ Vi Movies & TV VIPର ମଧ୍ୟ ମାଗଣା ଆକ୍ସେସ୍‌ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.