Vodafone Ideaର ୪ଟି ଦମଦାର ପ୍ଲାନ, Disney+ Hotstar ଦେଖିବା ପାଇଁ ନେବାକୁ ପଡ଼ିବନି ସବସ୍କ୍ରିପ୍ସନ

ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତୃତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । Vi ରେ ବର୍ତ୍ତମାନ ପ୍ରାୟ ୨୦ କୋଟି ଉପଭୋକ୍ତା ଅଛନ୍ତି । ନିଜ ଗ୍ରାହକଙ୍କ ସୁବିଧା ପାଇଁ କମ୍ପାନୀ ଅନେକ ପ୍ରକାରର ରିଚାର୍ଜ ପ୍ଲାନ ପ୍ରଦାନ କରେ । ଗ୍ରାହକଙ୍କ ସୁବିଧା ପାଇଁ କମ୍ପାନୀ ଏହାର ପୋର୍ଟଫୋଲିଓକୁ ଅନେକ କାଟାଗୋରିରେ ବିଭକ୍ତ କରିଛି । ଭୋଡାଫୋନ୍ ଆଇଡିଆର ଅଧିକାଂଶ ପ୍ଲାନ ଫ୍ରି କଲିଂ ଏବଂ ଡାଟା ସହିତ ଆସିଥାଏ । ଏହା ବ୍ୟତୀତ ଭୋଡାଫୋନ୍ ଆଇଡିଆ ଅନେକ ପ୍ଲାନରେ ନିଜର ଉପଭୋକ୍ତାଙ୍କୁ OTT ଆପ୍ ମଧ୍ୟ ପ୍ରଦାନ କରେ ।
ବାସ୍ତବରେ, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଟେଲିକମ୍ କମ୍ପାନୀଗୁଡିକ ଫ୍ରି କଲିଂ, SMS ଏବଂ ଡାଟା ସହିତ OTT ପ୍ରଦାନ କରୁଛନ୍ତି । ଏହି କ୍ରମରେ, ଗ୍ରାହକଙ୍କୁ ଅଧିକ ସୁବିଧା ପ୍ରଦାନ କରିବାକୁ, ଭୋଡାଫୋନ୍ ଅନେକ ପ୍ଲାନରେ OTT ଆପ୍ସର ସବସ୍କ୍ରିପସନ ମଧ୍ୟ ସାମିଲ କରିଛି । ତେବେ ଆଜି ଆମେ ଆପଣଙ୍କୁ Vi ର ଏପରି କିଛି ପ୍ଲାନ ବିଷୟରେ ଜଣାଇବୁ, ଯେଉଁଥିରେ ଆପଣଙ୍କୁ ଡିଜନି ପ୍ଲସ୍ ହଟଷ୍ଟାରର ଫ୍ରି ସବସ୍କ୍ରିପସନ୍ ଦିଆଯାଇଛି ।
ଭୋଡାଫୋନ୍ ଆଇଡିଆର ୪ଟି ରିଚାର୍ଜ ପ୍ଲାନ:
1) ଭୋଡାଫୋନ୍ ଆଇଡିଆରେ ଡିଜନୀ ପ୍ଲସ୍ ହଟ୍ ଷ୍ଟାର ସହିତ ୧୫୧ ଟଙ୍କାର ଏକ ଶସ୍ତା ରିଚାର୍ଜ ପ୍ଲାନ ରହିଛି । ଏଥିରେ, VI ନିଜ ଗ୍ରାହକମାନଙ୍କୁ ୩୦ ଦିନର ଲଙ୍ଗ ଭାଲିଡିଟି ଦେଇଥାଏ । ଏହା ବ୍ୟତୀତ ୩୦ ଦିନ ପାଇଁ ପ୍ଲାନରେ କେବଳ ୪ ଜିବି ଡାଟା ଉପଲବ୍ଧ ।
2) ଭୋଡାଫୋନ୍ ଆଇଡିଆ ତାଲିକାରେ ୧୬୯ ଟଙ୍କା ମୂଲ୍ୟର ରିଚାର୍ଜ ପ୍ଲାନ ମଧ୍ୟ ଅଛି । ଏଥିରେ ଗ୍ରାହକମାନଙ୍କୁ ୩୦ ଦିନର ଭାଲିଡିଟି ସହିତ ଫ୍ରି କଲିଂର ସୁବିଧା ଦିଆଯାଏ । ଏହି ପ୍ଲାନରେ, ଉପଭୋକ୍ତାମାନେ ୩୦ ଦିନ ପାଇଁ ମୋଟ ୮ ଜିବି ଡାଟା ପାଆନ୍ତି । ଏହି ପ୍ଲାନରେ ଡିଜନି + ହଟଷ୍ଟାରର ଫ୍ରି ସବସ୍କ୍ରିପ୍ସନ ଉପଲବ୍ଧ ।
3) ଭୋଡାଫୋନ୍ ଆଇଡିଆ ଏହାର ତାଲିକାରେ ୪୬୯ ଟଙ୍କା ମୂଲ୍ୟର ଏକ ବଡ ପ୍ଲାନ ଯୋଡିଛି । ଏଥିରେ କମ୍ପାନୀ ୨୮ ଦିନର ଭାଲିଡିଟି ପ୍ରଦାନ କରେ । ପ୍ଲାନରେ ଆପଣ ଅନଲିମିଟେଡ଼ ଫ୍ରି କଲିଂ ସହିତ ଦୈନିକ ୨.୫ ଜିବି ଡାଟା ଏବଂ ୧୦୦ ଫ୍ରି SMS ପାଇପାରିବେ । ଏହି ପ୍ଲାନରେ ଆପଣଙ୍କୁ ଡିଜନି + ହଟଷ୍ଟାରର ଫ୍ରି ସବସ୍କ୍ରିପସନ୍ ମଧ୍ୟ ଦିଆଯାଇଛି । ଏହି ପ୍ଲାନ Bing all night ସୁବିଧା ସହିତ ଆସିଥାଏ ।
4) ଭୋଡାଫୋନ୍ ଆଇଡିଆ ତାଲିକାରେ ୯୯୪ ଟଙ୍କା ମୂଲ୍ୟର ଏକ ଦମଦାର ପ୍ଲାନ ଅଛି । ଏଥିରେ, କମ୍ପାନୀ ନିଜର ଉପଭୋକ୍ତାମାନଙ୍କୁ ୮୪ ଦିନର ଏକ ଲଙ୍ଗ ଭାଲିଡିଟି ପ୍ରଦାନ କରେ । ଏଥିରେ ଆପଣ ଅନଲିମିଟେଡ଼ ଫ୍ରି କଲିଂ ସହିତ ଦୈନିକ ୨ ଜିବି ଡାଟା ଏବଂ ୧୦୦ ଫ୍ରି SMS ପାଇପାରିବେ ।