BSNL ପରେ, Vodafone Idea ଏହାର କୋଟି କୋଟି ୟୁଜର୍ସଙ୍କ ପାଇଁ ଦିୱାଲୀ ଅଫର ଆଣିଛି । ଭୋଡାଫୋନ୍ ଏହି ଫେଷ୍ଟିଭ ସିଜିନରେ ଏହାର ୟୁଜରମାନଙ୍କୁ ଫ୍ରି ଏକ୍ସଟ୍ରା ଡାଟା, ଡିସକାଉଣ୍ଟ କୁପନ୍ ଇତ୍ୟାଦି ପ୍ରଦାନ କରୁଛି । କିନ୍ତୁ ଏଥିପାଇଁ ୟୁଜର୍ସମାନଙ୍କୁ Vi ମୋବାଇଲ୍ ଆପ୍ ମାଧ୍ୟମରେ ସେମାନଙ୍କ ନମ୍ବର ରିଚାର୍ଜ କରିବାକୁ ପଡିବ । କେବଳ ଏତିକି ନୁହେଁ, ଭୋଡାଫୋନ୍-ଆଇଡିଆ ୟୁଜରମାନଙ୍କୁ ୩୪୯୯ ଟଙ୍କା ଅନୁଆଲ୍ ରିଚାର୍ଜ ପ୍ୟାକ୍ ଜିତିବାର ସୁଯୋଗ ମଧ୍ୟ ଦେଉଛି । ତଥାପି, ଏଥିପାଇଁ ଆପଣଙ୍କୁ ଆପରେ ହ୍ଵିଲ୍ ସ୍ପିନ୍ କରିବାକୁ ପଡିବ ।
ଭୋଡାଫୋନର ଦିୱାଲୀ ଅଫର:
ଟେଲିକମ୍ ଅପରେଟର କହିଛନ୍ତି ଯେ ପ୍ରତ୍ୟେକ ରିଚାର୍ଜରେ ୟୁଜର୍ସଙ୍କୁ ୧ GB/ ୨ GB/ ୫ GB/ ୩୦ GB ଏକ୍ସଟ୍ରା ଡାଟା ପ୍ରଦାନ କରାଯିବ । ଏହା ବ୍ୟତୀତ ଅନେକ ଲୋକପ୍ରିୟ ଅନଲାଇନ୍ ପୋର୍ଟାଲ୍ ପାଇଁ ଡିସକାଉଣ୍ଟ କୁପନ୍ ମଧ୍ୟ ଦିଆଯାଉଛି । ପ୍ରଶ୍ନଗୁଡିକର ଉତ୍ତର ଦେବା ପାଇଁ ୟୁଜର୍ସମାନେ ପ୍ରତି ୪୮ ଘଣ୍ଟାରେ ଆପରେ ହ୍ଵିଲ୍ ସ୍ପିନ୍ କରିବାର ସୁଯୋଗ ପାଇବେ ଏବଂ ୩୪୯୯ ଟଙ୍କା ମୂଲ୍ୟର ରିଚାର୍ଜ ପ୍ୟାକ୍ ଜିତିବାର ସୁଯୋଗ ମଧ୍ୟ ପାଇବେ । ଭୋଡାଫୋନ୍-ଆଇଡିଆ କହିଛି ଯେ Vi ଆପ୍ ମାଧ୍ୟମରେ ଫୋନ୍ ରିଚାର୍ଜ କରି ଉପଭୋକ୍ତାମାନେ ନଭେମ୍ବର ୩ ପର୍ଯ୍ୟନ୍ତ ଏହି ଅଫର ପାଇପାରିବେ ।
ଏହା ବ୍ୟତୀତ Vi କହିଛି ଯେ ୟୁଜର୍ସମାନେ ଅନୁଆଲ୍ ପ୍ରିପେଡ୍ ପ୍ୟାକ୍ ଉପରେ ୧୦୦ ଏବଂ ୫୦ ଜିବି ଏକ୍ସଟ୍ରା ଡାଟା ଡିସକାଉଣ୍ଟ କୁପନ୍ ମଧ୍ୟ ପାଇପାରିବେ । ତେବେ ଭୋଡାଫୋନ୍-ଆଇଡିଆ କହିଛି ଯେ କେବଳ ସିଲେକ୍ଟ ପ୍ୟାକ୍ ଉପରେ ଏକ୍ସଟ୍ରା ଡାଟା ଏବଂ ଭାଲିଡିଟି ପ୍ରଦାନ କରାଯିବ । ଲୋକପ୍ରିୟ ଅନଲାଇନ୍ ପୋର୍ଟାଲ୍ ଏବଂ ଇ-କମର୍ସ ୱେବସାଇଟ୍ Myntra, Flipkart, Amazon, SonyLIV ସହିତ ଅନେକ ପ୍ଲାଟଫର୍ମ ପାଇଁ ଉପଭୋକ୍ତାଙ୍କୁ ଡିସକାଉଣ୍ଟ କୁପନ୍ ଦିଆଯିବ । କମ୍ପାନୀ କହିଛି ଯେ ଏହି ଫେଷ୍ଟିଭ ସିଜିନରେ ଗ୍ରାହକଙ୍କୁ ଅଧିକ ସୁବିଧା ପ୍ରଦାନ କରିବାକୁ କମ୍ପାନୀ ପ୍ରତିବଦ୍ଧ ।
BSNL ଅଫର୍:
ଏହାପୂର୍ବରୁ, BSNL ଏହାର ଉପଭୋକ୍ତାମାନଙ୍କୁ ଅନୁଆଲ ରିଚାର୍ଜ ପ୍ଲାନ ପାଇଁ ଡିସକାଉଣ୍ଟ ଅଫର ଘୋଷଣା କରିଥିଲା । ଭାରତ ସଞ୍ଚାର ନିଗମ ଲିମିଟେଡ୍ ଏହାର ୟୁଜରମାନଙ୍କୁ ୧୯୯୯ ଟଙ୍କା ୩୬୫ ଦିନିଆ ପ୍ଲାନରେ ଦିୱାଲୀ ଅଫର ଭାବରେ ୧୦୦ ଟଙ୍କା ଡିସକାଉଣ୍ଟ ପ୍ରଦାନ କରିଛି । ଏହି ଅଫର ୭ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଭାଲିଡ୍ ହେବ । ଏହି ପ୍ଲାନରେ, ୟୁଜରମାନଙ୍କୁ ୬୦୦ ଜିବି ଡାଟା, ଅନଲିମିଟେଡ୍ ଭଏସ୍ କଲିଂ, ଦୈନିକ ୧୦୦ ଫ୍ରି SMS ଦିଆଯାଉଛି ।