Vodafone ନିଜ ଗ୍ରାହକମାନଙ୍କ ପାଇଁ ୩ଟି ନୂଆ ପ୍ରିପେଡ୍ ପ୍ଲାନ୍ ଆଣିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୩୯ ଟଙ୍କା। ବର୍ତ୍ତମାନ ଏହି ପ୍ଲାନ୍ ୪ଟି ସର୍କଲରେ ଉପଲବ୍ଧ କରାଯାଇଛି। ସେଗୁଡ଼ିକ ହେଲା ଆନ୍ଧ୍ରପ୍ରଦେଶ, ମୁମ୍ବାଇ, ଓଡ଼ିଶା ଓ ପୂର୍ବ ଉତ୍ତର ପ୍ରଦେଶ। ଏହି ୪ଟି ସର୍କଲ ପାଇଁ Vodafone ୩ଟି ପ୍ଲାନ୍ ଲଞ୍ଚ୍ କରିଛି।
-୩୯ ଟଙ୍କାର ପ୍ଲାନ୍ରେ ଆପଣଙ୍କୁ ୧୦୦ ଏମ୍ବି ଡାଟା ମିଳିବ, ଯାହାର ବୈଧତା ୨୮ ଦିନ ପଯ୍ୟର୍ନ୍ତ ରହିବ। ଏଥିରେ ଗ୍ରାହକମାନେ ୨.୫ ଟଙ୍କା ପ୍ରତି ସେକେଣ୍ଡ ଦରରେ ଆଉଟ୍ଗୋଇଂ କଲିଂର ଆନନ୍ଦ ନେଇପାରିବେ।
-୧୨୯ ଟଙ୍କାର ପ୍ଲାନ୍ରେ ଆପଣଙ୍କୁ ୨ ଜିବି ଡାଟା ମିଳିବ। ଏଥିରେ ଅନ୍ଲିମିଟେଡ୍ କଲିଂର ସୁବିଧା ମିଳିବ, ଯାହାକି ସବୁ ନେଟ୍ଓ୍ଵାର୍କରେ ଲାଗୁ ହେବ। ଏହି ପ୍ଲାନ୍ରେ ମୋଟ ୩୦୦ଟି ମେସେଜ୍ ସୁବିଧା ମିଳିବ। ପ୍ଲାନ୍ର ବୈଧତା ୧୪ ଦିନ ପଯ୍ୟର୍ନ୍ତ ରହିବ।
-୧୪୯ ଟଙ୍କାର ପ୍ଲାନ୍ରେ ମଧ୍ୟ ୧୨୯ ଟଙ୍କାର ପ୍ଲାନ୍ ଭଳି ସୁବିଧା ମିଳିବ। କିନ୍ତୁ ଏହାର ବୈଧତା ୨୮ ଦିନ ପଯ୍ୟର୍ନ୍ତ ରହିବ। ଏଥିରେ ଜି୫ ଆପ୍ର ସବ୍ସ୍କ୍ରିପ୍ଶନ ମିଳିବ, ଯାହାର ମୂଲ୍ୟ ୯୯୯ ଟଙ୍କା ହେବ ଅର୍ଥାତ୍ ଏହି ସବ୍ସ୍କ୍ରିପ୍ଶନ ୧ ବର୍ଷ ପାଇଁ ବୈଧ ହେବ।
-ସେହିପରି ୨୧୯ ଟଙ୍କାର ପ୍ଲାନ୍ର ବୈଧତା ୨୮ ଦିନ ପଯ୍ୟର୍ନ୍ତ ରହିବ। ଏଥିରେ ଆପଣଙ୍କୁ ପ୍ରତ୍ୟେକ ଦିନ ୧ ଜିବି ଡାଟା ମିଳିବ। ଏହି ପ୍ଲାନ୍ରେ ମଧ୍ୟ ଜି୫ ଏବଂ ଭୋଡାଫୋନ୍ର ସବ୍ସ୍କ୍ରିପ୍ଶନ ମିଳିବ।