ମାତ୍ର ୪ ଟଙ୍କାରେ ଏହି ଇ-ବାଇକ୍ ଯାଇଥାଏ ୧୦୦ କିଲୋମିଟର, ଜାଣନ୍ତୁ ଦାମ୍ ଓ ସ୍ପେସିଫିକେସନ
ନୂଆଦିଲ୍ଲୀ : ଡିଜେଲ-ପେଟ୍ରୋଲର ଅହେତୁକ ଦାମ ବୃଦ୍ଧିକୁ ଦେଖି ଏବେ ବିଭନ୍ନ କମ୍ପାନୀ ଇଲେକ୍ଟ୍ରିକ୍ ବାଇକ୍ ନିର୍ମାଣ କରୁଛନ୍ତି । ପେଟ୍ରୋଲ ଦାମକୁ ଦେଖି ଲୋକେ ମଧ୍ୟ ଇ-ବାଇକ୍ କିଣିବାକୁ ପସନ୍ଦ କରୁଛନ୍ତି । ଏବେ ବଜାରକୁ ପ୍ରବେଶ କରିବାକୁ ଯାଉଛି ଭୋଲ୍ଟ୍ରାନ୍ ଇଲେକ୍ଟ୍ରିକ୍ ସାଇକଲ । ଯାହାକୁ ଥରେ ଫୁଲ ଚାର୍ଜ କଲେ ୧୦୦ କିଲୋମିଟର ଯାଏ ଯାଇପାରିବ । ଏହାର ସର୍ବାଧିକ ସ୍ପିଡ ରହିଛି ଘଣ୍ଟାକୁ ୨୫ କିଲୋମିଟର । ଏହା ଲିଥିୟମ୍ ଫସଫେଟ ବ୍ୟାଟେରୀ ଦିଆଯାଇଛି ।
ଏହି ସାଇକେଲ ହିଲ୍ ରାଇଡିଙ୍ଗ, ସିଟି ରାଇଡିଙ୍ଗ ଏବଂ ଅଫ୍ ରୋଡ୍ ରାଇଡିଂ ପାଇଁ ଜବରଦସ୍ତ ଅଟେ । ଏହି ଇ-ବାଇକ୍ର ଦାମ୍ ପ୍ରାୟ ୪୦ ହଜାର ଟଙ୍କା ହେବ ।
ଭୋଲ୍ଟ୍ରାନ୍ ସାଇକେଲ୍ ପୁରା ଚାର୍ଜ ହେବା ପାଇଁ ୭୦୦ ଓ୍ଵାଟ୍ ବିଜୁଳି ଦରକାର କରିଥାଏ । ଯାହାକି ୧ ୟୁନିଟରୁ ଅଧିକ ଲାଗିଥାଏ ଓ ଏହା ୩ ଘଣ୍ଟାରେ ଚାର୍ଜ ହୋଇଥାଏ ।
ଏହାକୁ ପୁରା ଚାର୍ଜ କଲେ ୪ ଟଙ୍କା ଲାଗିଥାଏ ବୋଲି କମ୍ପାନୀ ଦାବି କରିଛି । ଏହି ଇ- ବାଇକ୍କୁ ସହଜରେ ସାଧାରଣ ଦୋକାନରେ ମରାମତି ମଧ୍ୟ କରାଯାଇପାରେ ।
ଯଦି ଏହି ସାଇକେଲ ଗୋଟିଏ ବର୍ଷ ଓ୍ଵାରେଣ୍ଟି ପିରିୟଡରେ କଣ୍ଟ୍ରୋଲର ଓ ମୋଟରରେ କୌଣସି ଖରାପ ଦେଖାଯାଏ । କମ୍ପାନୀ ପୁରା ସାଇକେଲକୁ ବଦଳାଇ ଦେଇଥାଏ ।