Voltron-VM 100 ଇଲେକ୍ଟ୍ରିକ ସାଇକେଲ: ମାତ୍ର ୩ ଟଙ୍କାରେ ୧୦୦ କିମି ଦୌଡିବ ସାଇକେଲ

ଇଲେକ୍ଟ୍ରିକ ବାଇକ୍‌ର ବ୍ୟବହାର ଲଗାତାର ବଢିବାରେ ଲାଗିଛି। ଲୋକେ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି। ଦିନକୁ ଦିନ ପେଟ୍ରୋଲ ଦାମ୍‌ ବଢୁଥିବା ଯୋଗୁଁ ଏହି ବାଇକ୍‌ ବ୍ୟବହାର କରିବା ପାଇଁ ଆଗ୍ରହୀ ହେଉଛନ୍ତି ଲୋକେ। ତା’ ଛଡା କମ୍‌ ଖର୍ଚ୍ଚ କରୁଥିବା ଯୋଗୁ ଲୋକେ ମଧ୍ୟ ବେଶ ପସନ୍ଦ କରୁଛନ୍ତି। କିନ୍ତୁ ଏମିତି ଏକ ଇଲେକ୍ଟ୍ରିକ ସାଇକେଲ ରହିଛି, ଯାହା ମାତ୍ର ଥରେ ଚାର୍ଜହେଲେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ଏଥିରେ ଏଲଇଡି ଡିସପ୍ଲେ ସହିତ ଡିସ୍କ ବ୍ରେକ ଫିଚର୍ସ ମଧ୍ୟ ଦିଆଯାଇଛି।

ଫିଚର୍ସ:
ଏହି ସାଇକେଲର ଫ୍ରେମ୍‌ ଆଇରନ ଅଏଲରେ ତିଆରି କରାଯାଇଛି, ଯେଉଁଥି ପାଇଁ ବେଶ୍‌ ହାଲକା ମଧ୍ୟ। ଏହି ସାଇକେଲରେ ୧୪୦ କିଲୋ ପର୍ଯ୍ୟନ୍ତ ଓଜନ ନେଇ ଯିବାର ସକ୍ଷମ ରହିଛି। ଏଥିରେ ଗୋଟେ ଡିସପ୍ଲେ ସହିତ ଫୁଲ୍‌ ଏଲଇଡି ବ୍ୟାଟେରୀ ଇଣ୍ଡିକେଟର ମଧ୍ୟ ଦିଆଯାଇଛି। ଯାହା ଯୋଗୁଁ ଆପଣ ଜାଣିପାରିବେ ସାଇକେଲ କେତେ ଚାର୍ଜ ହୋଇଛି।

ଏଥିରେ ୨୪ ଭୋଲ୍ଟର ୩୦AH ର ଲିଥିଅମ ବ୍ୟାଟେରୀ ଦିଆଯାଇଛି। ଯେଉଁଥିରେ ଫିକ୍ସ ବ୍ୟାଟେରୀ ଦିଆଯାଇଛି। ଅର୍ଥାତ୍‌ ଆପଣ କେବେ ବି ସାଇକେଲରୁ ବ୍ୟାଟେରୀକୁ ଅଲଗା କରିପାରିବେ ନାହିଁ। ଏହି ବ୍ୟାଟେରୀ ଫୁଲ ଚାର୍ଜ ହେବାକୁ ୫ ଘଣ୍ଟା ସମୟ ଲାଗିଥାଏ। ଏଥିରେ ୧୦୦-୨୪୦ ଭୋଲ୍ଟର ଅଟୋମେଟିକ ସ୍ମାର୍ଟ ଚାର୍ଜିଂ ପ୍ଲଗ ଦିଆଯାଇଛି। ଆପଣ ଏହାକୁ ଘରର ସର୍କିଟରେ ଲଗାଇ ମଧ୍ୟ ଚାର୍ଜ କରିପାରିବେ। କମ୍ପାନୀ େଓ୍ଵବସାଇଟ୍‌ ମୁତାବକ, Voltron-VM 100 ସାଇକେଲ ଦାମ୍‌ ୫୫ ହଜାର ଟଙ୍କା ରହିଛି। ଯାହା ଡିସକାଉଣ୍ଟ ସହିତ ୩୯୨୫୦ ଟଙ୍କାରେ ମିଳୁଛି।

କମ୍ପାନୀ ମୁତାବକ, ଏହି ସାଇକେଲ ଚାର୍ଜ ହେବାର ୮୦ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଗୋଟେ କିମିକୁ ମାତ୍ର ୩ ପଇସା ଖର୍ଚ୍ଚ ହୋଇଥାଏ। ଏହାର ଟପ୍‌ ସ୍ପିଡ ୨୫ କିମି ପ୍ରତି ଘଣ୍ଟା ରହିଛି। ୨୪ ଭୋଲ୍ଟରେ ୨୫୦ ଓ୍ଵାଟର ମୋଟର ଲାଗିଛି, ଯାହା ଓ୍ଵାଟରପ୍ରୁଫ। ଏହାର ଫ୍ରଣ୍ଟରେ ଟେଲିସ୍କୋପ ସସପେନ୍ସନ ଦିଆଯାଇଛି। ଏଥିରେ ପ୍ରଣ୍ଟ ଏବଂ ରିଅର ଡିସ୍କ ବ୍ରେକ ଦିଆଯାଇଛି। ଏହି ସାଇକେଲର ଓଜନ ମାତ୍ର ୩୦ କେଜି ରହିଛି। ଏହାକୁ ୨୦, ୨୪, ୨୬ ଇଞ୍ଚ ହ୍ଵିଲ ସାଇଜ ସହିତ ଆପଣ କିଣିପାରିବେ।

Leave A Reply

Your email address will not be published.