ଏହି ଡକ୍ୟୁମେଣ୍ଟ ସାହାଯ୍ୟରେ ଏବେ ଭୋଟ ଦେବା ଖୁବ ସହଜ, ଜାଣନ୍ତୁ ଉପାୟ

ଆଗକୁ ଅସୁଛି ନିର୍ବାଚନ । ଯଦି ଏହି ସମୟରେ ଆପଣଙ୍କ ପାଖେ ଭୋଟର ଆଇଡି କାର୍ଡ ନାହିଁ ତେବେ ଆଦୈା ଚିନ୍ତା କରନ୍ତୁ ନାହିଁ । ଭୋଟ ଦେବା ପାଇଁ ଚାହୁଁଥିଲେ ଆମେ ଆଜି କହିବୁ ଏଥିପାଇଁ ସହଜ ଉପାୟ । ଯାହାଦ୍ୱାରା ଆପଣ ନିଜ ମନ ପସନ୍ଦ ପ୍ରାର୍ଥୀଙ୍କୁ ବାଛି ପାରିବେ ।

ଯଦି ଆପଣଙ୍କ ପାଖେ ଭୋଟର କାର୍ଡ ନାହିଁ କିମ୍ବା କେଉଁଠି ହଜିଯାଇଛି ତେବେ ବି ଆପଣ ଭୋଟ ଦେଇପାରିବେ । କିନ୍ତୁ ଏଥିପାଇଁ କିଛି ନିୟମ ଓ ସର୍ତ୍ତ ରହିଛି । ଏହାକୁ ଫଲୋ କରି ଆପଣ ସହଜରେ ନିଜକୁ ନିର୍ବାଚନର ଅନ୍ତର୍ଭୁକ୍ତ କରିପାରିବେ । ବିନା ଭୋଟର ଆଇଡିରେ ଭୋଟ ଦେବା ପାଇଁ ଚାହୁଁଥିଲେ ଆପଣଙ୍କ ପାଖେ ୧୧ଟି ଡକ୍ୟୁମେଣ୍ଟ ରହିଥିବା ଆବଶ୍ୟକ । ଏହାସହ ଆପଣଙ୍କ ନାମ ଭୋଟର ଆଇଡି ଲିଷ୍ଟରେ ମଧ୍ୟ ଥିବା ଜରୁରୀ ।

voter id
pc: India today

ଏଥିପାଇଁ ପ୍ରଥମେ ଆପଣ ଯେଉଁ ସ୍ଥାନରେ ରହୁଛନ୍ତି ସେଠାକାର ଭୋଟର ତାଲିକା ଦେଖନ୍ତୁ । ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ଚେକ୍ କରନ୍ତୁ । ନାମ ମିଳିବା ପରେ ଭୋଟିଂ ସେଣ୍ଟରକୁ ଯାଇ ଆପଣ ଭୋଟ ଦେଇପାରିବେ । କିନ୍ତୁ ଯଦି ଆପଣଙ୍କ ପାଖେ ଭୋଟର ଆଇଡି କାର୍ଡ ହଜିଯାଇଛି ତେବେ ଆପଣଙ୍କ ପାଖେ ୧୧ଟି ଡକ୍ୟୁମେଣ୍ଟ ମଧ୍ୟରୁ କୌଣସି ଗୋଟିଏ ଡକ୍ୟୁମେଣ୍ଟ ରହିବା ଜରୁରୀ ।

ପ୍ରଥମେ ନିଜ ନାମ ଭୋଟର ତାଲିକାରେ ଚେକ ପାଇଁ ମାନନ୍ତୁ ଏହି ଷ୍ଟେପ:
-ପ୍ରଥମେ Electoralsearch.inୱେବସାଇଡକୁ ଯାଆନ୍ତୁ ।
-ଏହାପରେ ଆପଣ ନିଜ ନାମ ଚେକ୍ କରିବା ପାଇଁ ଦୁଇଟି ଅପସନ୍ ନଜର ଆସିବ ।
-ପ୍ରଥମରେ ନାମ, ଜନ୍ମ ତାରିଖସହ ଅନ୍ୟ ଡିଟେଲ୍ସ ଭରନ୍ତୁ ।
-ଦ୍ୱିତୀୟରେ ଆପଣ EPIC  ନମ୍ବର ଦେଇ ସମସ୍ତ ଡିଟେଲ୍ସ ପାଆନ୍ତୁ ।

phone
pc: digit insurance

-ତେବେ EPIC  ନମ୍ବର ହେଉଛି Voter Identity ନମ୍ବର । ଯାହାଦ୍ୱାରା ଆପଣ ଭୋଟିଂ ଲିଷ୍ଟରେ ନିଜ ନାଁକୁ ଚେକ୍ କରିପାରିବେ ।
-ଏହାପରେ ଭୋଟର ଲିଷ୍ଟ ଓପନ ହୋଇଯିବ ।ଏଥିରେ ଆପଣ ନିଜର ସମସ୍ତ ଡିଟେଲ୍ସ ପାଇପାରିବେ ।
-ଯଦି ଏଠି ଆପଣଙ୍କ ନାମ ପାଇବେ ନାହିଁ ତେବେ Election Commissionଙ୍କ ଟୋଲଫ୍ରି ନମ୍ବର ୧୮୦୦୧୧୧୯୫୦କୁ କଲ କରି ଏହା ସମ୍ପର୍କରେ ଡିଟେଲ୍ସ ପଚାରିପାରିବେ ।

ଅନ୍ୟ ଉପାୟରେ ଆପଣ ଏହି ଡକ୍ୟୁମେ ସାହାଯ୍ୟରେ ଭୋଟ ଦେଇ ପାରିବେ:-
* ଡ୍ରାଇଭିଂ ଲାଇସେନ୍ସ
* ପାସପୋର୍ଟ
* ପାନ କାର୍ଡ
* ଆଧାର କାର୍ଡ
* ବ୍ୟାଙ୍କ/ ପୋଷ୍ଟ ଅଫିସ ପାସବୁକ
* ରାଜ୍ୟ ସରକାର କିମ୍ବା କେନ୍ଦ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସର୍ଭିସ ଆଇଡେଣ୍ଟିଟି କାର୍ଡ

card
pc: zee news

* ମନରେଗା ଜବ୍ କାର୍ଡ
* ଶ୍ରମ ମନ୍ତ୍ରାଳୟ ଦ୍ୱାରା ଜାରୀ କରାଯାଇଥିବା ସ୍ୱାସ୍ଥ୍ୟ ବୀମା କାର୍ଡ
* ନ୍ୟାସନାଲ ପପୁଲେସନ ରେଜିଷ୍ଟ୍ରର ପକ୍ଷରୁ ମିଳିଥିବା ସ୍ମାର୍ଟ କାର୍ଡ
* ପେନସନ୍ ସମ୍ବନ୍ଧୀୟ ଦସ୍ତାବିଜ
* ଭୋଟର ଆଇକାର୍ଡ କିମ୍ବା ଭୋଟର ସ୍ଲିପର ପ୍ରାମାଣିକ ଫଟୋ ମଧ୍ୟ ବ୍ୟବହାର କରିପାରିବେ ।

Leave A Reply

Your email address will not be published.