ଆକାଉଣ୍ଟ ଡିଲିଟ୍‌ ନକରି ଇନଷ୍ଟାଗ୍ରାମ ଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି କି? ତେବେ ଏହି ଉପାୟ ଆସିବ କାମରେ

ଯଦି ଆପଣଙ୍କୁ ଲାଗୁଛି କି ଆପଣ ଇନଷ୍ଟାଗ୍ରାମରେ ବହୁତ ଅଧିକ ସମୟ ବିତାଉଛନ୍ତି, ତ କେବଳ ଆପଣ ନୁହନ୍ତି ଏମିତି ଅନେକ ୟୁଜର ଅଛନ୍ତି ଯେଉଁମାନେ ଘଣ୍ଟା ଘଣ୍ଟା ଧରି ଫିଡ୍କୁ ସ୍କ୍ରଲ୍ କରିବା ପରେ ଏହିଭଳି ଫିଲ୍ କରିଥାଆନ୍ତି। ଏଥିରୁ ଛୁଟକାରା ପାଇବା ପାଇଁ ଇନଷ୍ଟାଗ୍ରାମରୁ ଆକାଉଣ୍ଟ ଡିଲିଟ୍‌ କରିବା କି ଆକାଉଣ୍ଟ ଡିଆକ୍ଟିଭେଟ୍ କରିବା ହିଁ କେବଳ ଏକମାତ୍ର ଉପାୟ ନୁହେଁ, ବରଂ ଆପଣ କିଛି ସହଜ ଟିପ୍ସ ଫଲୋ କରି ଇନଷ୍ଟାଗ୍ରାମରେ କମ୍ ଟାଇମ୍ ବିତାଇ ପାରିବେ।

ଯଦି ଆପଣଙ୍କୁ ଲାଗୁଛି କି ଆପଣ ଇନଷ୍ଟାଗ୍ରାମରେ ବହୁତ ଅଧିକ ସମୟ ବିତାଉଛନ୍ତି, ତ କେବଳ ଆପଣ ନୁହନ୍ତି ଏମିତି ଅନେକ ୟୁଜର ଅଛନ୍ତି ଯେଉଁମାନେ ଘଣ୍ଟା ଘଣ୍ଟା ଧରି ଫିଡ୍କୁ ସ୍କ୍ରଲ୍ କରିବା ପରେ ଏହିଭଳି ଫିଲ୍ କରିଥାଆନ୍ତି। ଏଥିରୁ ଛୁଟକାରା ପାଇବା ପାଇଁ ଇନଷ୍ଟାଗ୍ରାମରୁ ଆକାଉଣ୍ଟ ଡିଲିଟ୍‌ କରିବା କି ଆକାଉଣ୍ଟ ଡିଆକ୍ଟିଭେଟ୍ କରିବା ହିଁ କେବଳ ଏକମାତ୍ର ଉପାୟ ନୁହେଁ, ବରଂ ଆପଣ କିଛି ସହଜ ଟିପ୍ସ ଫଲୋ କରି ଇନଷ୍ଟାଗ୍ରାମରେ କମ୍ ଟାଇମ୍ ବିତାଇ ପାରିବେ। ଏଠି ଆମେ ଆପଣଙ୍କୁ ୩ ଉପାୟ କହିବାକୁ ଯାଉଛୁ।

ପୁସ୍ ନୋଟିଫିକେଶନକୁ ଅଫ୍

ଯଦି ଆପଣଙ୍କ ଇନଷ୍ଟାଗ୍ରାମ ନୋଟିଫିକେଶନ ଅନ୍ ଅଛି, ତା’ହେଲେ ଆପଣଙ୍କୁ ପ୍ରତି ସେହି ସମୟରେ ଆଲର୍ଟ ମିଳିବ, ଯେତେବେଳେ ଆପଣ କାହାକୁ ଫଲୋ କରୁଛନ୍ତି ଏବଂ ସେ ଲାଇଭ୍ ଆସୁଛନ୍ତି। ଏଥିରେ ଆପଣ ଆପ୍ ଖୋଲିବାକୁ ଇଚ୍ଛା କରିବେ। ତେଣୁ ଏଥିରୁ ବଞ୍ଚିବା ପାଇଁ ଆପଣ ଆପ୍ ନୋଟିଫିକେଶନକୁ ଅଫ୍ କରି ଦିଅନ୍ତୁ।

ଏଥିପାଇଁ ଆପଣଙ୍କୁ ପ୍ରୋଫାଇଲକୁ ଯାଇ ରାଇଟ୍ କର୍ନର ଉପରେ ୩ ବାର୍ ଆଇକନ କ୍ଲିକ୍ କରିବାକୁ ହେବ। ଏହାପରେ ସେଟିଙ୍ଗ୍ରେ ନୋଟିଫିକେଶନକୁ ଓପନ କରିବାକୁ ହେବ। ଏଠାରେ ଆପଣ ପୁସ୍ ନୋଟିଫିକେଶନକୁ ସିଲେକ୍ଟ କରି କେବଳ ସେହି ନୋଟିଫିକେଶନକୁ ହିଁ ଆଲାଉ କରିପାରିବେ, ଯାହାକୁ ଆପଣ ଜରୁରୀ ଭାବୁଥିବେ।

ଟାଇମ୍ ଲିମିଟ୍

ଇନଷ୍ଟାଗ୍ରାମରେ ଏକ ଟୁଲ୍ ଦିଆଯାଇଛି। ଏଥିରୁ ଜଣାପଡ଼ିଥାଏ କି, ୟୁଜର ଇନଷ୍ଟାଗ୍ରାମରେ କେତେ ଟାଇମ୍ ବିତାଇଥାଏ। ଏଥିରେ ଟାଇମ୍ ସ୍ପେଣ୍ଟ୍ ରିମାଇଣ୍ଡର ସେଟ୍ କରିବା ପାଇଁ ଆପଣଙ୍କୁ ପ୍ରୋଫାଇଲରେ Your Activityକୁ ଯିବାକୁ ହେବ। ଏଠାରେ ଆପଣ Set Daily Reminder ଉପରେ କ୍ଲିକ୍ କରି ଟାଇମ୍ ସେଟ୍ କରି ରିମାଇଣ୍ଡର ସିଲେକ୍ଟ କରିପାରିବେ।

ପୋଷ୍ଟରୁ ଲାଇକ୍ ହାଇଡ୍

ଇନଷ୍ଟାଗ୍ରାମରେ ଏହି ଫିଚରକୁ ନିକଟରେ ଜାରି କରାଯାଇଥିଲା। ଏଥିରେ ୟୁଜର୍ସ ଲାଇକ୍ସକୁ ହାଇଡ୍ କରି ପାରିବେ। ଏହାଦ୍ୱାରା ୟୁଜରଙ୍କୁ ଆପ୍ରୁ ଇନ୍ଫର୍ମେଶନ କମ୍ ମିଳିବ ଏବଂ ସେମାନେ ଏହି ପ୍ଲାଟ୍ଫର୍ମରେ ସମୟ ବି କମ୍ ବିତାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.