ଟେକ୍

୧୨ ହଜାର ଟଙ୍କା ବଜେଟରେ 5G ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି କି? ଏହିସବୁ ଫୋନରେ ମିଳୁଛି ଜବରଦସ୍ତ ଅଫର୍

ଆଜିକାଲି, ଆମାଜନର 5G ସୁପରଷ୍ଟୋରରେ ଏକ ବଡ଼ ଅଫର ମିଳୁଛି, ଯେଉଁଥିରେ ଆପଣ ସାମସଙ୍ଗ ଗାଲାକ୍ସି M 15 ସ୍ମାର୍ଟଫୋନରୁ ରିୟଲମି ନାରଜୋ ପର୍ଯ୍ୟନ୍ତ ଅନେକ ଅପ୍ସନ ପାଇବେ । ଯଦି ଆପଣ ଶସ୍ତା ମୂଲ୍ୟରେ ଏକ 5G ଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆମାଜନର 5G ସୁପରଷ୍ଟୋରରେ ଆପଣଙ୍କ ପାଇଁ ଏକ ବଡ ଡିଲ୍ ଅଛି । ଏହି ଡିଲରେ ଆପଣ ମାତ୍ର ୧୨ ହଜାରରୁ କମ୍ ମୂଲ୍ୟରେ 5G ଫୋନ୍ ପାଇପାରିବେ । ଏହି ଡିଲଗୁଡିକରେ, ଆପଣ ସାମସଙ୍ଗ, ରିୟଲମି ଏବଂ ରେଡମି 5 G ଭଳି ଅନେକ ବ୍ରାଣ୍ଡେଡ୍ ଫୋନ୍ ପାଇବାକୁ ଯାଉଛନ୍ତି ।

ଏହି ଲିଷ୍ଟର ପ୍ରଥମ ଫୋନ୍ ହେଉଛି ସାମସଙ୍ଗ ଗାଲାକ୍ସି M15 5G, ଯାହାର ୪GB RAM ଏବଂ ୧୨୮GB ଷ୍ଟୋରେଜ୍ ସହିତ ଆସୁଥିବା ଭରିଆଣ୍ଟର ଦାମ ୧୧,୯୯୯ ଟଙ୍କା ରହିଛି । ଆପଣ ଏହି ଫୋନରେ ଏକ ବଡ ଡିସକାଉଣ୍ଟ ପାଇପାରିବେ । ଯଦି ଆପଣ ଏକ୍ସଚେଞ୍ଜ ଅଫରର ଲାଭ ଉଠାନ୍ତି, ତେବେ ଆପଣ ଏହି ଫୋନର ମୂଲ୍ୟ ୧୧,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିପାରିବେ । ଏହି ସାମସଙ୍ଗ ଫୋନରେ, ଆପଣ ୬.୫ ଇଞ୍ଚ AMOLED ଡିସପ୍ଲେ ପାଇପାରିବେ, ଯାହା ଫୁଲ୍ HD ପ୍ଲସ୍ ରିଜୋଲ୍ୟୁସନ୍, ୯୦Hz ରିଫ୍ରେସ୍ ରେଟ୍, ୮୦୦ ନିଟ୍ସର ପିକ୍ ବ୍ରାଇଟନେସ ଏବଂ ଇନଫିନିଟି ୟୁ ନଚ୍ ସ୍କ୍ରିନ୍ ସହିତ ଆସିଥାଏ । ଏହି ଫୋନ୍ ୬୦୦୦mAh ବ୍ୟାଟେରୀ ଏବଂ ୨୫W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଆସିଥାଏ ।

ଦ୍ୱିତୀୟ ଫୋନ୍ ହେଉଛି ରେଡମି 12G, ଯାହାର ଭାରିଆଣ୍ଟ ୪GB RAM ଏବଂ ୧୨୮GB ଇଣ୍ଟରନାଲ ଷ୍ଟୋରେଜ୍ ସହିତ ଆପଣ ୧୧,୯୯୯ ଟଙ୍କାରେ କିଣି ପାରିବେ । ଏକ୍ସଚେଞ୍ଜ ଅଫର ଲାଭ ଉଠାଇ ଆପଣ ଏହି ସ୍ମାର୍ଟଫୋନର ମୂଲ୍ୟ ୧୧,୦୦୦ ଟଙ୍କା ହ୍ରାସ କରିପାରିବେ । ଏହା ବ୍ୟତୀତ କମ୍ପାନୀ ଫୋନରେ ୭୫୦ ଟଙ୍କା ଡିସକାଉଣ୍ଟ ମଧ୍ୟ ଦେଉଛି । ରେଡମି 12G ଫୋନରେ, ଆପଣ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ପାଇପାରିବେ ଯେଉଁଥିରେ ୫୦MP ପ୍ରାଥମିକ କ୍ୟାମେରା, ୮MP ଅଲଟ୍ରାୱାଇଡ୍ କ୍ୟାମେରା ଏବଂ ୨MP ମାକ୍ରୋ କ୍ୟାମେରା ଅଛି । ଏହି ଫୋନରେ ସ୍ନାପଡ୍ରାଗନ୍ 4th ଜେନେରେସନ୍ 2 ପ୍ରୋସେସର୍, ୫୦୦୦mAh ବ୍ୟାଟେରୀ ସହିତ ୮GB ଏବଂ ୨୫୬GB ପର୍ଯ୍ୟନ୍ତ ଷ୍ଟୋରେଜ୍ ଅପ୍ସନ୍ ଅଛି । ଆହୁରି ମଧ୍ୟ, ଫୋନରେ ୬.୭୯ ଇଞ୍ଚ FHD ପ୍ଲସ୍ ଡିସପ୍ଲେ ଅଛି ।

ତୃତୀୟ ଫୋନ୍ ହେଉଛି ରିୟଲମି ନାରଜୋ 70x 5G । ୪GB RAM ଏବଂ ୧୨୮GB ଇଣ୍ଟରନାଲ ଷ୍ଟୋରେଜ୍ ଥିବା ଏହି ଫୋନ୍ ଆମାଜନର 5G ସୁପରଷ୍ଟୋରରେ ୧୧,୯୯୯ ଟଙ୍କାରେ ଉପଲବ୍ଧ । ଏହା ସହିତ ଫୋନରେ ୬୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ସହିତ ୧୧,୦୦୦ ଟଙ୍କା ଏକ୍ସଚେଞ୍ଜ ଅଫର ମଧ୍ୟ ଏହି ଫୋନରେ ଉପଲବ୍ଧ ।

Srujanika Panda

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

22 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

31 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

43 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

50 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

52 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago