ଗୁଗୁଲର ବଡ଼ ପରିବର୍ତ୍ତନ, ବିନା QR Code ସ୍କାନରେ ଖୋଲିବ ନାହିଁ ୱେବସାଇଟ୍

ବର୍ତ୍ତମାନର ଲୋକମାନେ ସୁବ ସମୟରେ ଇର୍ଯରନେଟ ଉପରେ ନିର୍ଭରଶୀଳ । କାହିଁକି ନା ସେ ଆମର ଅନେକ କାମକୁ ସହଜ ଏବଂ ସୁବିଧା କରିଥାଏ । ଇଣ୍ଟରନେଟ ବ୍ୟବହାର କରିବା ସମୟରେ ଆପଣ ନିଶ୍ଚିତ ଭାବେର ‘‘ମୁଁ ରୋବଟ ନୁହେଁ’’ କ୍ୟାପଚା ଅନେକ ଥର ଦେଖିଥିବେ । ଏହି ସିଷ୍ଟମକୁ ବଟ୍ ଏବଂ ନକଲି ଟ୍ରାଫିକ ରୁ ୱେବସାଇଟ ସୁରକ୍ଷା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଏବେ ଗୁଗୁଲ୍ ଏହି ପୁରୁଣା ସିଷ୍ଟମକୁ ବଦଳାଇବାକୁ ପ୍ରସ୍ତୁତ ହେଉଛି । ଗୁଗୁଲ୍ ଏକ ନୂଆ QR କୋଡ୍ ବେସ୍ଡ ହ୍ୟୁମାନ ଭେରିଫିକେସନ୍ ସିଷ୍ଟମର ଟେଷ୍ଟ କରୁଛି, ଯେଛଁଥିରେ ୱେବସାଇଟ୍ ବ୍ୟବହାର କରିବା ପୂର୍ବରୁ ୟୁଜର୍ସଙ୍କୁ ସେମାନଙ୍କର ଫୋନ୍ ଲିଙ୍କ କରିବାକୁ ପଡିପାରେ ।  ଏହି ନୂଆ ସିଷ୍ଟମରେ, ୟୁଜର୍ସଙ୍କୁ ତାଙ୍କ ସ୍ମାର୍ଟଫୋନ୍ ସହିତ ୱେବସାଇଟରେ ଦେଖାଯାଉଥିବା QR Code ସ୍କାନ୍ କରିବାକୁ ପଡ଼ିବ । ଏହା ପରେ, ୱେବସାଇଟ୍ ବ୍ୟବହାର କରୁଥିବା ବ୍ୟକ୍ତି ମଣିଷ କି ବଟ୍ ତାହା ଫୋନ୍ ମାଧ୍ୟମରେ ନିଶ୍ଚିତ ହେବ । ଆଜିର ସମୟରେ AI ଏବଂ ଅଟୋମେଟିକ୍ ବଟ୍ ପୂର୍ବ ଅପେକ୍ଷା ଅଧିକ ସ୍ମାର୍ଟ ହୋଇଗଲେଣି ।

ଏହି କାରଣରୁ ଗୁଗୁଲ୍ ଏବେ ରିୟଲ୍ ୟୁଜର୍ସ ଏବଂ ବଟ୍ ମଧ୍ୟରେ ପାର୍ଥକ୍ୟ କରିବା ସହଜ କରିବା ପାଇଁ ଏକ ନୂଆ ଉପାୟ ଅନୁସନ୍ଧାନ କରୁଛି । ଗୁଗୁଲ୍ ଅଫିସିଆଲ ଭାବରେ ଏହାର ସମ୍ପୂର୍ଣ୍ଣ ଡିଟେଲ୍ସ ସେୟାର କରିନାହିଁ । ଭବିଷ୍ୟତରେ କମ୍ପାନୀ ଏହାକୁ କିଛି ନିର୍ଦ୍ଦଷ୍ଟ ୱେବସାଇଟରେ ଟେଷ୍ଟ କରିପାରେ । ଯଦି ଏହି ଫିଚର୍ସ ସଫଳ ହୁଏ, ତେବେ ଆଗାମୀ ବର୍ଷଗୁଡିକରେ ଆମେ ଇଣ୍ଟରନେଟ୍ ବ୍ୟବହାର କରିବାର ପଦ୍ଧତିରେ ଯଥେଷ୍ଟ ପରିବର୍ତ୍ତନ ଆସିପାରେ ।

ଜାଣିରଖନ୍ତ ଯେ, ଗୁଗୁଲ୍ ଏହି ସିଷ୍ଟମ ଏକ୍ସପାଣ୍ଡ କରୁଛି, ଯେଉଁଥିରେ ଜଣେ ୟୁଜର୍ସ ଏକ ୱେବସାଇଟ୍ ଖୋଲିବା ପରେ ଏକ QR Code ଦେଖିପାରିବେ । ୟୁଜର୍ସଙ୍କୁ ଏହି QR Code ସ୍କାନ କରିବାକୁ ପଡିବ । ତା’ ପରେ ଫୋନ୍ ୱେବସାଇଯକୁ ସିଗନାଲ୍ ଦେବ ଯେ ତାଙ୍କ ସାମ୍ନାରେ ଥିବା ବ୍ୟକ୍ତି ଜଣେ ପ୍ରକ୍ରୁତ ବ୍ୟକ୍ତି, ଅଟୋମେଟିକ୍ ବଟ୍ ନୁହେଁ । ଏହି ସିଷ୍ଟମ ପୂର୍ବରୁ ଥିବା Captcha କୁ ବଦଳାଇପାରିବ । ବର୍ତ୍ତମାନ, ଅଧିକାଂଶ ୱେବସାଇଟରେ ଚିତ୍ର ଚିହ୍ନିବା, ଟ୍ରାଫିକ୍ ଲାଇଟ୍ ଚୟନ କରିବା, କିମ୍ବା ଟେକ୍ସଟ୍ ଟାଇପ୍ କରିବାକୁ ପଡିଥାଏ । ହେଲେ, ନୂଆ ସିଷ୍ଟମରେ ଏହି ପ୍ରକ୍ରିୟା ବହୁତ୍ ଭିନ୍ନ ହୋଇପାରେ ।

ଗୁଗୁଲ୍ ଦୀର୍ଘ ସମୟ ଧରି ଦିନ reCAPTCHA ସିଷ୍ଟମ ବ୍ୟବହାର କରିଆସୁଛି । ପ୍ରଥମେ ଏହାକୁ ବହୁତ ପାୱାରଫୁଲ୍ ବୋଲି ବିବେଚନା କରାଯାଉଥିଲା । କିନ୍ତୁ AI ଟେକ୍ନୋଲୋଜି ବର୍ତ୍ତମାନ ଏପରି ପରିସ୍ଥିତିରେ ପହଞ୍ଚିଛି, ଯେଉଁଥିରେ ଅନେକ ବଟ୍ ସହଜରେ Captcha ଟେଷ୍ଟ ପାସ୍ କରିପାରିବେ । ଫୋନ୍-ଲିଙ୍କଡ୍ ଯାଞ୍ଚ ଅଧିକ ସୁରକ୍ଷିତ ହୋଇପାରେ ବୋଲି ବିଶ୍ବାସ କରୁଛି ଗୁଗୁଲ୍ । କାହିଁକିନା ଏହାର ଡିଭାଇସ୍ ଏବଂ ୟୁଜର୍ସଙ୍କ ପରିଚୟ ଟ୍ରାକ୍ କରିବାକୁ ସହଜ ହେବ । ଯାହା ନକଲି ଆକାଉଣ୍ଟ, ସ୍ପାମ୍ ଏବଂ ବଟ୍ କାର୍ଯ୍ୟକଳାପକୁ କମ୍ କରିବାରେ ସାହାଯ୍ୟ କରିବ ।

ଯେତେବେଳେ ଜଣେ ୟୁଜର୍ସ କୌଣସି ୱେବସାଇଟ ଚେକ୍ କରନ୍ତି ସେତେବେଳେ QRକୋଡ୍ ଦେଖାଯିବ । ସ୍କାନିଂ ପରେ ଫୋନ୍ ୱେବସାଇଟକୁ ଏକ ଡିଜିଟାଲ ସିଗନାଲ୍ ପଠାଇବ, ଯାହା ୟୁଜର୍ସଙ୍କ ଉପସ୍ଥିତିକୁ ନିଶ୍ଚିତ କରିବ । 

 

Also read: ଖରାଦିନେ ଏହି ସବୁ ରୋଗ ହୋଇପାରେ ସାଂଘାତିକ, ଜାଣନ୍ତୁ କିଭଳି କରିବେ ଘରୋଇ ଉପଚାର