ଗାଡିରେ କାହିଁକି ଥାଏ DRL ଲାଇଟ୍ସ , ରାତି ଠାରୁ ଅଧିକ ଦିନରେ ଆସିଥାଏ କାମ
କିଛି ଫିଚର୍ସ ତ ଏମିତି ରହିଛି, ଯାହାର ନାମକୁ ଆମେ ବହୁତ ଦିନରୁ ଜାଣିଛନ୍ତି । କିନ୍ତୁ ତାହାର ସଠିକ ବ୍ୟବହାର କେମିତି ହୁଏ ତାହା ଜାଣିନାଁନ୍ତି । ଏମିତି ହିଁ ଏକ ଫିଚର ହେଉଛି DRL। ବର୍ତ୍ତମାନ ଅଧିକାଂଶ ଗାଡିରେ DRL ଫିଚର ମିଳିଲାଣି । ଏହା କାରର ଠିକ ଉପରେ କିମ୍ବା ତଳେ ଲାଗିଥାଏ ।

ଅନେକ ଗୁଡିଏ ଫିଚର୍ସ ସହ ଲେସ ହୋଇ ଏବେର ଗାଡି ସବୁ ଲଞ୍ଚ୍ ହେଉଛି । କିଛି ଫିଚର୍ସ ତ ଏମିତି ରହିଛି, ଯାହାର ନାମକୁ ଆମେ ବହୁତ ଦିନରୁ ଜାଣିଛନ୍ତି । କିନ୍ତୁ ତାହାର ସଠିକ ବ୍ୟବହାର କେମିତି ହୁଏ ତାହା ଜାଣିନାଁନ୍ତି । ଏମିତି ହିଁ ଏକ ଫିଚର ହେଉଛି DRL। ବର୍ତ୍ତମାନ ଅଧିକାଂଶ ଗାଡିରେ DRL ଫିଚର ମିଳିଲାଣି । ଏହା କାରର ଠିକ ଉପରେ କିମ୍ବା ତଳେ ଲାଗିଥାଏ । ଏହି ଲାଇଟ୍ ଗାଡି ଅନ୍ କରିବା ପରେ ସବୁବେଳେ ଜଳୁଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଏହି DRL ର କାମ କଣ। ଆମେ ଆଜି ଆପଣଙ୍କୁ ଜଣାଇବୁ ଏହି ଲାଇଟ୍ସ କାହିଁକି ଦିଆଯାଇଥାଏ ଏବଂ ଏହାର କାମ କଣ?
କଣ ଏହି DRL?
ଡିଆରଏଲ ଏକ ଅଟୋମେଟିଭ ଲାଇଟିଙ୍ଗ୍ ଡିଭାଇସ, ଯାହା ଇଞ୍ଜିନ ଚାଲିବା ଦ୍ୱାରା ଅଟୋମେଟିକାଲୀ ଅନ୍ ହୋଇଯାଏ । ଏହାକୁ ଡେ ଟାଇମ୍ ରନିଙ୍ଗ ଲାଇଟ୍ ମଧ୍ୟ କୁହାଯାଏ । ଏହାକୁ ହେଡଲାଇଟ୍ସର ପାର୍ଟ ବିଲକୁଲ ଭାବନ୍ତୁୁନାହିଁ। କାହିଁକିନା DRL ର କାମ ହେଉଛି ଡ୍ରାଇଭରଙ୍କୁ ବହୁତ ଭଲ ଢ଼ଙ୍ଗରେ ରାସ୍ତା ଦେଖାଇବାରେ ସାହାଯ୍ୟ କରିବା ନୁହେଁ । ବରଂ ଏହା ବାକି ଲୋକଙ୍କୁ ଆପଣଙ୍କ ବାହନକୁ ଦେଖାଇବା ପାଇଁ ଲଗାଯାଇଥାଏ । ଅର୍ଥାତ୍ ରାସ୍ତାରେ ଯାଉଥିବା ବାକି ଲୋକଙ୍କୁ ଆପଣଙ୍କ ଗାଡି ଦୂରରୁ ହିଁ ଦେଖିପାରିବେ । ଏହା ବାକି ଲୋକଙ୍କର ଧ୍ୟାନ ଆକର୍ଷିତ କରିଥାଏ । ଯାହାଦ୍ୱାରା ଦୁର୍ଘଟଣାର ଭୟ ବି କମ୍ ହୋଇଥାଏ । ଯେତେ ପର୍ଯ୍ୟନ୍ତ କାରର ଇଞ୍ଜିନ ବନ୍ଦ ନହୋଇଛି ସେତେ ପର୍ଯ୍ୟନ୍ତ ଏହା ଜଳିଥାଏ।
DRL ର କାମ ରାସ୍ତାକୁ ଲାଇଟ୍ ଦେଖାଇବା ନୁହେଁ, ଏହି କାରଣରୁ ଡିଆରଏଲ ସବୁବେଳେ ହେଲୋଜେନ ଲାଇଟ୍ ବଦଳରେ ଏଲଇଡିରେ ତିଆରି ହୋଇଥାଏ । ଏଲଇଡି ଡିଆରଏଲ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲୁଥିବା ଏନର୍ଜି ଏଫିସିଏଣ୍ଟ ଅଟେ ଏବଂ ଏକ ଚମକପୂର୍ଣ୍ଣ ଧଳା ଆଲୋକ ଦେଇଥାଏ । ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କାର ବ୍ୟତୀତ ଏବେ ଅନେକ ବାଇକ ଗୁଡକରେ ବି ଡିଆରଏଲ ମିଳିବାକୁ ଲାଗିଲାଣି ।