Fake IVR Call ସ୍କାମ୍ କ‘ଣ? ଜାଣନ୍ତୁ କିପରି ହୁଏ ଠକେଇ

ଆଜିର ଡିଜିଟାଲ୍ ଯୁଗରେ ଠକେଇର ନୂଆ ନୂଆ ତରିକା ସାମ୍ନାକୁ ଆସୁଛି, ଯାହା ମଧ୍ୟରୁ ଗୋଟିଏ ହେଉଛି Fake IVR Call ସ୍କାମ୍ । ଏହା ଏକ ଅତ୍ୟନ୍ତ ଚାଲାକି ସାଇବର ଅପରାଧ ଯେଉଁଥିରେ ଠକମାନେ ଲୋକଙ୍କଠାରୁ ବ୍ୟକ୍ତିଗତ କିମ୍ବା ଆର୍ଥିକ ସୂଚନା ଚୋରି କରିବା ପାଇଁ IVR (Interactive Voice Response) ସିଷ୍ଟମ ବ୍ୟବହାର କରିନ୍ତି । ଆସନ୍ତୁ ଜାଣିବା ଯେ ସ୍କାମ୍ କିପରି କାମ କରେ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କ’ଣ ସର୍ତକତା ଅବଲମ୍ବନ କରାଯିବା ଉଚିତ୍ ।

ଏହି ସ୍କାମରେ ଠକମାନେ ବ୍ୟାଙ୍କ୍, ଟେଲିକମ୍ କମ୍ପାନୀ କିମ୍ବା ସରକାରୀ ସଂସ୍ଥା ନାମରେ ଏକ ଅଟୋମେଟେଡ୍ କଲ (IVR କଲ୍) କରନ୍ତି । କଲରେ ରୋବୋଟିକ୍ ଭଏସ୍ କିମ୍ବା ରେକର୍ଡ ହୋଇଥିବା ମେସେଜି ସହିତ ଆସିଥାଏ, ଯାହା ଆମକୁ ଲାଗିଥାଏ ଯେ ଏହା କିଛି ଅଫିସିଆଲ୍ ଇନଫରମେସନ୍ । ଏହିପରି କାମ କରି ଠକମାନେ ଲୋକଙ୍କୁ ଫସାଉଛନ୍ତି ।

ବ୍ୟାଙ୍କ୍ ଆକାଉଣ୍ଟ କିମ୍ବା KYC ଅପଡେଟ୍ ଠକେଇ :

କଲରେ କୁହାଯାଏ ଯେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ, ଡେବିଟ୍/କ୍ରେଡିଟ୍ କାର୍ଡ କିମ୍ବା KYC ଅପେଡେଟ୍ କରିବା ଅତ୍ୟନ୍ତ ଜରୁରୀ ନଚେତ୍ ଆପଣଙ୍କର ସର୍ଭିସ୍ ବନ୍ଦ ହୋଇଯିବ ।

ଲକି ଡ୍ର କିମ୍ବା ପୁରସ୍କାର ପ୍ରଲୋଭନ :
କିଛି ମାମଲାରେ ଠକମାନେ ଆପଣଙ୍କୁ ନକଲି ପୁରସ୍କାର୍ କିମ୍ବା କ୍ୟାସବ୍ୟାକର ପ୍ରଲୋଭନ ଦେଖାଇ ବ୍ୟାଙ୍କ ଡିଟେଲ୍ସ ମାଗନ୍ତି ।

ସିମ୍ କାର୍ଡ ବନ୍ଦ ହେବାର ଧମକ୍ :
ନକଲି ଟେଲିକମ୍ କମ୍ପାନୀ ନାମରେ କଲ୍ ଆସେ ଯେଉଁଥିରେ ସିମ୍ କାର୍ଡ ବନ୍ଦ କରିବାକୁ ଧମକ ଦେଇ OTP ମଗାଯାଏ ।

ଅଟୋମେଟେଡ୍ କି-ଫ୍ରେସ୍ ଟ୍ରାପ୍ :

କଲରେ କୁହାଯାଏ ଯେ ‘‘ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ୧ ଦବାନ୍ତୁ’’ କିମ୍ବା ‘‘KYC ଅପଡେଟ୍ କରିବା ପାଇଁ ୨ ଦବାନ୍ତୁ’’, କିନ୍ତୁ ଆପଣ ବଟନ ଦବାଇବା ମାତ୍ରେ ଠକମାନେ ଆପଣଙ୍କର ସେନ୍ସିଟିଭି ଇନଫରମେସନ୍ ପାଇଯାଆନ୍ତି ।

ଏହି ଠକେଇରୁ କିପରି ମୁକ୍ତି ପାଇବେ?
୧. କୌଣସି ଅଜଣା IVR କଲ ଉପରେ ବ୍ୟକ୍ତିଗତ ଇନଫରମେସନ୍ ଦିଅନ୍ତୁ ନାହିଁ ।

୨. ବ୍ୟାଙ୍କ୍ ଟେଲିକମ୍ କମ୍ପାନୀ, ସରକାରୀ ସଂସ୍ଥା କିମ୍ବା ଅପଡେଟେଡ୍ କଲ୍ ଉପରେ OTP କିମ୍ବା ପାସୱାର୍ଡ ମାଗନ୍ତି ନାହିଁ ।

୩. କଲରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ ଏବଂ ନମ୍ବରକୁ ବ୍ଲକ କରନ୍ତୁ ।

୪. ଯଦି ଆପଣ କୌଣସି ସନ୍ଦେହଜନକ କଲ୍ ପାଆନ୍ତି, ତେବେ ସମ୍ବନ୍ଧିତ ବ୍ୟାଙ୍କ୍ କିମ୍ବା ସର୍ଭିସ୍ ପ୍ରୋଭାଇଡର ନମ୍ବରରେ ଯୋଗାଯୋଗ କରନ୍ତୁ ।

୫. ଆପଣ ଟ୍ରୁକଲର ଭଳି ଆପ୍ ବ୍ୟବହାର କରନ୍ତୁ, ଯାହା ସ୍ପାମ୍ କଲ୍ ଚିହ୍ନଟ କରିବାରେ ସାହାଯ୍ୟ କରିବ ।

୬. Fake IVR Call ସ୍କାମ୍ ଏକ ନୂଆ ସାଇବର ଅପରାଧ, ଯାହାକୁ ଏଡାଇବା ପାଇଁ ସତର୍କତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କୌଣସି ଅଜଣା କଲରେ ଆପଣଙ୍କର ସିକ୍ରେଟ୍ କଥା ସେୟାର କରନ୍ତୁ ନାହିଁ, ଯଦି ଆପଣଙ୍କୁ ସନ୍ଦେହ ହୁଏ ତେବେ ତୁରନ୍ତ ବ୍ୟାଙ୍କ୍ କିମ୍ବା ସମ୍ବନ୍ଧିତ ସଂସ୍ଥା ସହିତ ଯୋଗାଯୋଗ କରନ୍ତୁ ।