ଘୋଷ୍ଟ କଲ୍ କ’ଣ? ଜାଣନ୍ତୁ କିପରି କରିବେ ଏହାର ସଠିକ୍ ବ୍ୟବହାର

ଆପଣ କେବେ ଏପରି କଲ୍ ପାଇଛନ୍ତି କି ଯେଉଁଥିରେ ଫୋନ୍ ଆସିଥାଏ ହେଲେ ରିସିଭ୍ କରିବା ସମୟରେ କିଛି ଜବାବ୍ ମିଳେନାହିଁ ? ଏହାକୁ ଘୋଷ୍ଟ କଲ୍ କୁହାଯାଏ । ଅନେକ ସମୟରେ ଟେଲିମାର୍କେଟିଂ କମ୍ପାନୀ ଏବଂ ସ୍କାମର୍ସ ନମ୍ବରଟି ଆକ୍ଟିଭ୍ ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଏପରି କଲ୍ କରିଥାନ୍ତି । କିନ୍ତୁ ଏହି ଫିଚରକୁ ସ୍ମାର୍ଟ ଉପାୟରେ ବ୍ୟବହାର କରି, ଆପଣ ଏହାକୁ ଆପଙ୍କ ବେନିଫିଟ୍ସ ପାଇଁ ୟୁଜ୍ କରିପାରିବେ ।

ଭାବନ୍ତୁ ଯେ ଆପଣ ଜଣେ ପୁରୁଣା ପରିଚିତ ବ୍ୟକ୍ତିଙ୍କୁ ଭେଟିଛନ୍ତି ଏବଂ କଥାବାର୍ତ୍ତା କିପରି କରିବେ ଜାଣିପାରୁ ନାହାଁନ୍ତି, ସେହି ସମୟରେ ଆପଣ ଘୋଷ୍ଟ କଲର ସାହାଯ୍ୟ ମଧ୍ୟ ନେଇପାରିବେ । ସେହିପରି ଯଦି ଆପଣ କୈଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଚାହୁଁଛନ୍ତି, ତେବେ ଏହି ଫିଚର ଆପଣଙ୍କ ପାଇଁ ବେଷ୍ଟ ହୋଇପାରିବ ।

Truecaller ଭଳି ଅନେକ ଆପ୍ ଏହି ବେନିଫିଟ୍ ପ୍ରଦାନ କରନ୍ତି । ନିକଟରେ Truecaller iPhone ୟୁଜର୍ସଙ୍କ ପାଇଁ ଏକ ବଡ଼ ଅପଡେଟ୍ ଜାରି କରାଯାଇଛି, ଯେଉଁଥିରେ ଏହି ଫିଚର iOS ଏବଂ Android ଉଭୟରେ ଭଲ ଭାବରେ କାମ କରିଥାଏ । ହେଲେ ଏହି ସୁବିଧା କେବଳ ପ୍ରିମିୟମ୍ ସବସ୍କ୍ରାଇବରଙ୍କ ପାଇଁ ଉପଲବ୍ଧ ରହିଛି । ଅର୍ଥାତ୍ ଏହାକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡ଼ିବ ।
Truecaller ରେ ଆପଣ କେବଳ ଆପଣଙ୍କ ନିଜ ନମ୍ବରକୁ ଘୋଷ୍ଟ କଲ୍ କରିପାରିବେ, କିନ୍ତୁ ଆପଣଙ୍କ ପାଖରେ ଏହାକୁ କଷ୍ଟମାଇଜ୍ କରିବାର ଅପ୍ସନ ମଧ୍ୟ ରହିଛି । ଆପଣ ଘୋଷ୍ଟର ନାମ, ନମ୍ବର ଏବଂ ଏକ ପ୍ରୋଫାଇଲ୍ ଫଟୋ ମଧ୍ୟ ଆଡ୍ କରିପାରିବେ, ଯେଉଁଥିରେ ଏହା ଏକ ଅସଲି କଲ ପରି ଲାଗିବ । ଏଥି ସହିତ ଆପଣ ଏହାକୁ ମଡ୍ୟୁଲ୍ ମଧ୍ୟ କରିପାରିବେ ।

Truecaller ରେ ଘୋଷ୍ଟ କଲ୍ କିପରି ସେଟ୍ କରିପାରିବେ :
• Truecaller ଆପ୍ ଖୋଲନ୍ତୁ ଏବଂ Ghost Call ଅପ୍ସନ ଖୋଜନ୍ତୁ ।
• କଲରର ନାମ, ଫୋନ୍ ନମ୍ବର ଏବଂ ପ୍ରୋଫାଇଲ୍ ଫଟୋ ଏଣ୍ଟର କରନ୍ତୁ ।
• କଲ୍ ତୁରନ୍ତ ରିସିଭ୍ କରନ୍ତୁ ନଚେତ୍ ଏହାକୁ ୧୦ ସେକେଣ୍ଡ ୧ ମିନିଟ୍, ୫ ମିନିଟ୍ କିମ୍ବା ୩୦ ମିନିଟ୍ ମଧ୍ୟରେ ଆସିବା ପାଇଁ ସିଡ୍ୟୁଲ୍ କରନ୍ତୁ ।
• ଆପଣଙ୍କୁ ମନେ ରଖିବା ଉଚିତ୍ ଯେ ଆପଣ ଗୋଟିଏ ସମୟରେ କେବଳ ଗୋଟିଏ ଘୋଷ୍ଟ କଲ୍ ସିଡ୍ୟୁଲ୍ କରିପାରିବେ ।
ଯେତେବେଳେ ଆପଣ କିଛି ଅସହଜ ପରିସ୍ଥିତିକୁ ଏଡାଇବା ପାଇଁ ଚାହିଁବେ, ସେତେବେଳେ ଏହି ଫିଚର ଆପଣଙ୍କ ପାଇଁ ଗ୍ରେଟ୍ ସଲ୍ୟୁସନ୍ ହୋଇପାରିବ ।