ଆପଣଙ୍କ ଫୋନକୁ ହ୍ୟାକ୍ କରିପାରେ ପେଗାସସ୍ ସ୍ପାଏେଓ୍ଵୟର : ଜାଣନ୍ତୁ କିପରି ରହିବେ ସୁରକ୍ଷିତ
![hacker](https://knewsodisha.com/wp-content/uploads/2021/07/hacker.jpg)
ନୂଆଦିଲ୍ଳୀ : ଇଜ୍ରାଏଲ୍ର ଏକ ଫାର୍ମ ଦ୍ୱାରା ନିର୍ମିତ ପେଗାସସ୍ ସ୍ପାଏେଓ୍ଵୟର ପୁଣି ଥରେ ଚର୍ଚ୍ଚାରେ । ୨୦୧୯ ରେ ଭାରତରେ ପେଗାସସ୍ ସ୍ପାଏେଓ୍ଵୟର ସମ୍ପର୍କରେ ଶୁଣିବାକୁ ମିଳିଥିଲା । ସେତେବେଳେ କିଛି ହ୍ଵାଟ୍ସଆପ୍ ୟୁଜର୍ସଙ୍କୁ ମେସେଜ ମିଳିଥିଲା ଯେ ତାଙ୍କର ଫୋନକୁ ହ୍ୟାକ୍ କରାଯାଇଛି ବୋଲି । ଏମାନଙ୍କ ମଧ୍ୟରେ କିଛି ପତ୍ରକାର ଓ ସାମାଜିକ କର୍ମୀ ଥିଲେ ।
ପେଗାସସ୍ କ’ଣ ?
ପେଗାସସ୍ ସ୍ପାଏେଓ୍ଵୟର ‘ମୋଷ୍ଟ ସୋଫୋଷ୍ଟିକେଟେଡ’ ଫୋନ୍ ହ୍ୟାକିଂ ଟୁଲ । ଏହାକୁ ଇଜ୍ରାଏଲର ଏକ କମ୍ପାନି ଏନଏସଓ (NSO) ଗ୍ରୁପ୍ ଦ୍ୱାରା ବିକଶିତ କରାଯାଇଛି । ଏହା ପ୍ରଥମ ଥର ପାଇଁ ୨୦୧୬ରେ ଲୋକ ଲୋଚନକୁ ଆସିଥିଲା । ଶୁଣାଯାଏ ପେଗାସସ୍ ଆଇଫୋନ୍ ୟୁଜର୍ସଙ୍କୁ ଟାର୍ଗେଟ କରିଥାଏ । ଏହାପରେ ଏପ୍ପଲ ଫୋନ୍ ଅପ୍ଡେଟେଡ ଭର୍ଜନ ରିଲିଜ କରିଥିଲା । ଏହା ଏଣ୍ଡ୍ରଏଡ ଫୋନ୍କୁ ବି ପ୍ରଭାବିତ କରିପାରେ ।
ଆଶ୍ଚର୍ଯ୍ୟ କଥା, ଏହି ସ୍ପାଏେଓ୍ଵୟର ଫୋନ ହ୍ୟାକ୍ କରିବା ପରେ ମଧ୍ୟ ୟୁଜର୍ସଙ୍କୁ ଜଣାପଡ଼ିନଥାଏ ଯେ ତାଙ୍କର ଫୋନ ହ୍ୟାକ୍ ହୋଇଛି ବୋଲି । ଏ ଆପଣଙ୍କ ଡିଭାଇସକୁ ହ୍ୟାକ୍ କରି ହ୍ଵଟ୍ସଆପ ସମେତ ସବୁ ଆପରୁ ସୂଚନା ହାସଲ କରିପାରେ । ଏହା ଆପଣଙ୍କ ମେସେଜ ଦେଖିପାରେ । ଆପଣଙ୍କ କଲ୍ ଟ୍ରାକିଂ କରିପାରେ ।
କେମିତି ଏଥିରୁ ରକ୍ଷାପାଇବେ
ଏମିତିରେ ଏହିସ୍ପାଏେଓ୍ଵୟର ବହୁତ ସୋଫେଷ୍ଟିକେଟେଡ । ତଥାପି ଏହାକୁ ରୋକିବା ପାଇଁ ଫୋନ୍ କମ୍ପାନିମାନେ ସିକ୍ୟୁରିଟି ସିଷ୍ଟମକୁ ବହୁତ ମଜବୁତ କରୁଛନ୍ତି । ଯଦି ଆପଣ ଫୋନ୍ର ଲାଟେଷ୍ଟ ଭର୍ଜନ ବ୍ୟବହାର କରିବେ । ତେବେ ଆପଣଙ୍କ ଫୋନ୍ ହ୍ୟାକ୍ ହେବାର କମ୍ ଆଶଙ୍କା ରହିବ । ମଝିରେ ମଝିରେ ଆପଣ ସୋସିଆଲ ମିଡିଆ ଆକାଉଣ୍ଟ ସ୍ୟୁକୁରିଟିକୁ ଚେକ କରନ୍ତୁ । ଯଦି କୌଣସି ସନ୍ଦେହଜନକ ମେସେଜ କିମ୍ବା ଲିଙ୍କ ଆସୁଛି ଏହାକୁ କ୍ଲିକ କରନ୍ତୁ ନାହିଁ ।