ବର୍ଷାରେ ଯଦି କେବେ ଫୋନ ଭିଜିଯାଏ ତାହେଲେ ଜାଣନ୍ତୁ କଣ କରିବେ କଣ ନକରିବେ !

ଏବେ ବର୍ଷାରେ ଭିଜୁଛି ସାରା ସହର। ଦେଶର ପ୍ରତ୍ୟେକ ସ୍ଥାନରେ ଲଗାତର ବର୍ଷା ହେବାରେ ଲାଗିଛି। କିନ୍ତୁ ବର୍ଷା ହେଲେ ତ କାମ ବନ୍ଦ ହୋଇଯିବନି ନା। ତେଣୁ ଲୋକମାନେ କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି। ଅନେକ ଥର ଏମିତି ହୋଇଥାଏ ଯେ ଆମେ ବର୍ଷାରେ ଭିଜିଯାନ୍ତି ଆଉ ତା ସହିତ ଆମ ଫୋନ ବି ଭିଜି ଯାଇଥାଏ। ବେଳେବେଳେ ଏମିତି ହୋଇଥାଏ ଯେ ଫୋନ ଭୁଲବଶତଃ ପାଣିରେ ପଡିଯାଇଥାଏ। ଆଉ ଏହି ସମୟରେ ଆପଣ କଣ କରିବେ ନା କରିବେ କିଛି ଜାଣିନାରନ୍ତିନି। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବର୍ଷାରେ ଯଦି ଆପଣଙ୍କ ସ୍ମାର୍ଟଫୋନ ଭିଜିଯାଏ ତାହେଲେ ସେହି ସମୟରେ କଣ କରିବା ଆଉ କଣ ନକରିବା ଉଚିତ।
- ଫୋନ ପାଣିରେ ଭିଜିଗଲେ କିମ୍ବା ଓଦା ହୋଇଗଲେ ଆପଣଙ୍କର ପ୍ରଥମ କାମ ହେଉଛି ଫୋନ ଅନ୍ ଥିଲେ ତାକୁ ଅଫ୍ କରିଦିଅନ୍ତୁ। ଏଥିସହିତ କୌଣସି ବି ବଟନକୁ ଦବାନ୍ତୁ ନାହିଁ କିମ୍ବା ଫୋନକୁ ଖୋଲିବା ପାଇଁ ଚେଷ୍ଟା କରନ୍ତୁନାହିଁ। ଏପରି କରିବା ଦ୍ୱାରା ଫୋନର ସର୍ଟ ସକ୍ରିଟ୍ ହେବାର ଭୟ ରହିବ।
- ଯଦି ଆପଣଙ୍କ ପୁରୁଣା ଫୋନ ରହିଛି ଯେଉଁଥିରେ ବ୍ୟାଟେରୀ, ମେମୋରୀ କାର୍ଡ ଏବଂ ସିମ୍ କାର୍ଡ ବାହାର କରିବାର ସୁବିଧା ଥାଏ, ତାହେଲେ ତୁରନ୍ତ ଏସବୁକୁ ବାହାର କରିଦିଅନ୍ତୁ। ଯଦି ଫୋନରେ ନନ-ରିମୁଭାଲ ବ୍ୟାଟେରୀ ଥାଏ ତାହେଲେ ସର୍ଟ ସର୍କ୍ରିଟ ହେବାର ଭୟ ରହିଥାଏ।
- ଏବେ ଫୋନକୁ ଫ୍ୟାନ୍ ତଳେ କିମ୍ବା ହେୟାର ଡ୍ରାୟର ଦ୍ୱାରା ଶୁଖାଇ ଦିଅନ୍ତୁ। ଫୋନରେ ଯେଉଁଠି ପାଣି ପଶିଥିବ ସେହି ସବୁ ଯାଗାକୁ ସଫା କପଡାରେ କିମ୍ବା ପେପର ନାପିକିନରେ ପୋଛି ଦିଅନ୍ତୁ।
- ଯଦି ହେୟାର ଡ୍ରାୟର ନାହିଁ ତାହେଲେ ଫୋନକୁ ସୁଖିଲା ଚାଉଳ ଭିତରେ ରଖିଦିଅନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ ଯେପରି ହେଡଫୋନ-ଇୟରଫୋନ ଜ୍ୟାକରେ ଚାଉଳ ଯେପରି ନ ପଶିବ। ଫୋନକୁ ଅତିକମରେ ୨୪ ଘଣ୍ଟା ପର୍ଯ୍ୟନ୍ତ ସୁଖିବା ପାଇଁ ଛାଡି ଦିଅନ୍ତୁ। ଭିଜି ଯାଇଥିବା କିମ୍ବା ପାଣି ପଶିଯାଇଥିବା ଫୋନକୁ ସୁଖାଇବା ପାଇଁ ଏହା ସବୁଠାରୁ ଭଲ କାରିଗରୀ ଏବଂ ସହଜ ତରିକା ଅଟେ।
- ଏବେ ଫୋନକୁ ଚାଉଳରୁ ବାହାର କରି ଅନ୍ କରନ୍ତୁ। ଯଦି ଫୋନ ଅନ୍ ହେଉନାହିଁ ତାହେଲେ ଚାର୍ଜିଂରେ ଲଗାଇ କିଛି ସମୟ ଅପେକ୍ଷା କରନ୍ତୁ। ଯଦି ଏହାପରେ ମଧ୍ୟ କିଛି ସମସ୍ୟା ଥାଏ ତାହେଲେ କୌଣସି ମୋବାଇଲ ରିପାୟର ଦୋକାନ କିମ୍ବା ସର୍ଭିସ ସେଣ୍ଟରେ ଦେଖାନ୍ତୁ।