ୟୁଜରଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ, Whats appରେ ପେ କଲେ ମିଳିବ କ୍ୟାସବ୍ୟାକ ଅଫର

ଯଦି ଆପଣ ଜଣେ whats app ବ୍ୟବହାରକାରୀ ତେବେ ନିଶ୍ଚିତ ରୂପେ ଲକ୍ଷ କରିଥିବେ ଗତ ଏକ ସପ୍ତାହ ହେବ ଆପଣଙ୍କ Whats app ଚାଟର ଉପର ଭାଗରେ ପେମେଣ୍ଟ ସେଟଅପ ପାଇଁ ବାରମ୍ବାର ନୋଟିଫିକେସନ ଆସୁଛି । ଏହି ନୋଟିଫିକେସନ ଉଭୟ ଆଇଓଏସ ଓ ଆଣ୍ଡ୍ରଏଡ ୟୁଜର ମାନେ ଦେଖିପାରୁଛନ୍ତି । ଅନ୍ୟପକ୍ଷରେ ଯଦିବା whats appର ପେମେଣ୍ଟ ସିଷ୍ଟମ ଅନେକ ଦିନ ହେବ ଲଞ୍ଚ ହୋଇଛି କିନ୍ତୁ ଏଯାବତ ଏହାକୁ ସେତେଟା ଲୋକପ୍ରିୟତା ମିଳିପାରିନାହିଁ । ଅନ୍ୟ ପେମେଣ୍ଟ ଆପ ଯେମିତିକି ଗୁଗୁଲ ପେ, ଫୋନ ପେ, ପେଟିଏମ ପରି ଏହା ସେତେଟା ପ୍ରଚଳିତ ହୋଇପାରିନାହିଁ । ଏଣୁ କମ୍ପାନୀ ପକ୍ଷରୁ ଏକ କ୍ୟାସବ୍ୟାକ ପ୍ରୋଗ୍ରାମ ଆରମ୍ଭ କରାଯାଇଛି । ତେବେ ଆସନ୍ତୁ ସେବିଷୟରେ ଜାଣିବା:

କମ୍ପାନୀ ଆଶା ରଖିଛିକି ଭାରତରେ କ୍ୟାସବ୍ୟାକ ପ୍ରୋଗ୍ରାମ ଆରମ୍ଭ କଲେ ଗ୍ରାହକ ମାନେ ଅଧିକ ସଂଖ୍ୟାରେ ଏପ୍ରତି ଆକୃଷ୍ଟ ହେବେ । କହିରଖିବା ଉଚିତ ହେବକି ଅନ୍ୟଗୁଡିକ ପରି ଏହି ପେମେଣ୍ଟ ଆପ ବି ୟୁପିଆଇ ଜରିଆରେ ହିଁ କାମ କରିଥାଏ । ଏନେଇ କମ୍ପାନୀ ପକ୍ଷରୁ ଏକ ସ୍କ୍ରିନସଟ ବି ଜାରି ହୋଇଛି । ଏହି ସ୍କ୍ରିନସଟରେ “Get cashback on your next payment” ଓ “Tap to get started” ମେସେଜ ସହ ଉପରେ ଏକ ଗିଫ୍ଟ ଆଇକନ ବି ଦର୍ଶାଯାଇଛି । ଏହି ପ୍ରୋଗ୍ରାମ ଅନୁଯାୟୀ whats app ପେ ମେଣ୍ଟ ଆପରେ ଟଙ୍କା ନେଣଦେଣ କଲେ ଗ୍ରାହକଙ୍କୁ ୧୦ ଟଙ୍କା ପର୍ଯ୍ୟନ୍ତର କ୍ୟାଶ୍ୱବ୍ୟାକ ମିଳିବ । କିନ୍ତୁ ଏବାବଦରେ କମ୍ପାନୀ ପକ୍ଷରୁ ଅଧିକ କିଛି ସୂଚନା ଦିଆଯାଇନାହିଁ ।

କହିରଖିବା ଉଚିତ ହେବକି, ପ୍ରାଇଭେସି ସେଟିଙ୍ଗକୁ ନେଇ ବି କମ୍ପାନୀ ଭିନ୍ନ ଭିନ୍ନ ଫିଚର ମାନ ଲଞ୍ଚ କରିବାକୁ ଯୋଜନା ରଖିଛି । ଲାଷ୍ଟ ସିନ, ପ୍ରୋଫାଇଲ ଫଟୋ, ଆବାଉଟକୁ ନେଇ ନୂଆ ନୂଆ ଅପଡ଼େଟ ଜାରି କରିଛି । ନୂଆ ଫିଚରର ଟେଷ୍ଟିଙ୍ଗ ବିଟା ବର୍ଜନରେ କରାଯାଇଛି । ଅପଡ଼େଟ ହେବା ପରେ ୟୁଜର ମାନେ ନିଜେ ଜାଣିପାରିବେ ଲାଷ୍ଟ ସିନ, ପ୍ରୋଫାଇଲ ଫଟୋ, ଆବାଉଟ ଆଦିକୁ କିଏ କିଏ ଦେଖିପାରିବେ ଆଉ କିଏ କିଏ ନୁହେଁ । ଆପଣ ଏବେ ଯେମିତି ସ୍ଟାଟସ ସେଟିଙ୍ଗ କରୁଛନ୍ତି ଏଗୁଡିକର ସେଟିଙ୍ଗ ବି ଠିକ ସେମିତି କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.