୨୦ ଲକ୍ଷ ଆକାଉଣ୍ଟ ବନ୍ଦ କଲା Whats App, କାହିଁକି ଜାଣନ୍ତୁ

ସୋସିଆଲ ମିଡ଼ିଆକୁ ନେଇ ଲାଗୁ ହୋଇଥିବା ନିୟମ ଅନୁଯାୟୀ Whats App ଭାରତରେ ପାଖାପାଖି ୨୦ ଲକ୍ଷ ଆକାଉଣ୍ଟକୁ ବନ୍ଦ କରିଛି । କେବଳ ଅଗଷ୍ଟ ମାସରେ ହିଁ କମ୍ପାନୀ ଏତେ ସଂଖ୍ୟକ ଆକାଉଣ୍ଟକୁ ଡିଲିଟ କରିଦେଇଛି କମ୍ପାନୀ । ଫେସବୁକ ଅଧୀନରେ ଥିବା Whats App ସର୍ବମୋଟ ୪୨୦ ୟୁଜର୍ସଙ୍କ ଅଭିଯୋଗ ଆଧାରରେ ହିଁ ଏମିତି ଏକ ପଦକ୍ଷେପ ଉଠେଇଥିବା କହିଛନ୍ତି କମ୍ପାନୀ ଅଧ୍ୟକ୍ଷ । ନିଜ ମାସିକ ରିପୋର୍ଟରେ କମ୍ପାନୀ କହିଛିକି ଭାରତରେ ସମୁଦାୟ ୨୦ ଲକ୍ଷ ୭୦ ହଜାର ଖାତା ବନ୍ଦ କରିଦେଇଛି । ବନ୍ଦ ହୋଇଥିବା ଖାତା ଗୁଡ଼ିକରୁ ୯୫ ପ୍ରତିଶତ ଅଟୋମେଟେଡ଼ ବଲ୍କ ମେସେଜିଙ୍ଗର ବେଆଇନ ବ୍ୟବହାର କରି ଆସୁଥିଲେ । ରିପୋର୍ଟ ଅନୁଯାୟୀ, ୪୨୦
ୟୁଜର୍ସଙ୍କ ରିପୋର୍ଟରେ ୧୦୫ ଆକାଉଣ୍ଟ ସପୋର୍ଟ ସହ ୨୨୨ ଆକାଉଣ୍ଟରେ ପ୍ରତିବନ୍ଧ ଲଗାଯିବା ନେଇ ଅପିଲ କରାଯାଇଛି ।

ଏକ ସାକ୍ଷାତକାରରେ କମ୍ପାନୀ ପକ୍ଷରୁ କୁହାଯାଇଛିକି ଗତ ୬୪ ଦିନ ଭିତରେ ପ୍ରାୟ ତିନି କୋଟି ଆକାଉଣ୍ଟ ଉପରେ ପ୍ରତିବନ୍ଧ ଲଗେଇ ସାରିଲାଣି Whats App । ଯାହାକି ଜୁନ ୧୬ ତାରିଖରୁ ଜୁଲାଇ ୩୧ ତାରିଖ ମଧ୍ୟରେ ହୋଇଥିଲା । ଏହି ଆକାଉଣ୍ଟ ଗୁଡିକୁ ବେଆଇନ ଭାବରେ ବ୍ୟବହାର କରାଯାଉଥିବାରୁ ଏମିତି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ୟୁଜର୍ସଙ୍କ ସୁବିଧା ପାଇଁ ଏମିତି କରାଯାଉଥିବା କହିଛି Whats App । ମିଛ ଗୁଜବ ଗୁଡିକୁ ବନ୍ଦ କରିବା ପାଇଁ ଏମିତି ଏକ ପଦକ୍ଷେପ ନେଇଛି କମ୍ପାନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.