ଜବରଦସ୍ତ ଅପଡ଼େଟ ନେଇ ଆସିଲା Whats App, ଫାଲତୁ ମେସେଜ ଗୁଡିକୁ କରାଯାଇପାରିବ ମ୍ୟୁଟ

ମେସେଜିଙ୍ଗ ଆପ Whats App ଜରିଆରେ ସାଙ୍ଗସାଥି, ବନ୍ଧୁବାନ୍ଧବ ତଥା ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ମେସେଜ ପଠାଯାଇଥାଏ । ବ୍ୟକ୍ତିଗତ ସ୍ତରରେ ହେଉ ଅବା ଗ୍ରୁପ ମାଧ୍ୟମରେ ହେଉ ସମସ୍ତଙ୍କ ସହ ଯୋଗାଯୋଗ କରାଯାଇଥାଏ ଏହାସହ କିଛି ଅନାବଶ୍ୟକ ମେସେଜ ବି ଅନେକ ସମୟରେ ହଇରାଣ କରିଥାଏ ଦିନକୁ ବାରମ୍ବାର ଯାଉଥିବା ନୋଟିଫିକେସନ ବି ଆମକୁ ବ୍ୟସ୍ତ କରିଥାଏ କିଛି Whats App ୟୁଜର ମାନେ ତ ମଜା ନେବା ପାଇଁ ଏମିତି ଅଯଥା ବାର୍ତ୍ତା ପଠାଇ ହଇରାଣ କରିଦେଇଥାନ୍ତି କିନ୍ତୁ ଜାଣନ୍ତିକି ଆପଣଙ୍କ ଏହି ସମସ୍ୟାର ସମାଧାନ ଖୁବ ଶୀଘ୍ର ହେବାକୁ ଯାଉଛି Whats Appର ଏହି ନୂଆ ଅପଡେଟରେ “ଅଲୱେଜ ମ୍ୟୁଟ ଫିଚର” ମିଳିବାକୁ ଯାଉଛି

ଏହା ଦ୍ୱାରା ଅଦରକାରୀ ମେସେଜ ପଠାଇ ହଇରାଣ କରୁଥିବା ୟୁଜର ମାନଙ୍କୁ ସବୁଦିନ ପାଇଁ ମ୍ୟୁଟ କରାଯାଇପାରିବ ଆଉ କମ୍ପାନୀ ତରଫରୁ ଜାରି ହୋଇଥିବା ଏହି ନୂଆ ଫିଚର ଉଭୟ ଗ୍ରୁପ ଓ ଇଣ୍ଡିଭିଜୁୱାଲ ନମ୍ବର ଉଭୟରେ କାମ କରିବ କହିରଖିବା ଉଚିତ ହେବଯେ, ଏଯାବତ ମ୍ୟୁଟ କରିବା ପାଇଁ ତିନି ତିନି ଟି ବିକଳ୍ପ ଉପଲବ୍ଧ ହେବ ଏହାଦ୍ୱାରା କୌଣସି ନମ୍ବରକୁ ୮ ଘଣ୍ଟା ପାଇଁ ମ୍ୟୁଟ କରାଯାଇପାରିବ ଅଥବା ଏଥିରେ ୮ ଘଣ୍ଟା, ଏକ ସପ୍ତାହ ବା ସବୁଦିନ ପାଇଁ ମ୍ୟୁଟ କରିବା ପରି ବିକଳ୍ପ ମାନ ଉପଲବ୍ଧ ହେବ କମ୍ପାନୀ ତରଫରୁ ଏହି ଫିଚର ସବୁ ୟୁଜର ମାନଙ୍କ ପାଇଁ ଜାରି କରାଯିବ

କିନ୍ତୁ Always Mute ଫିଚର ପାଇବା ପାଇଁ ୟୁଜର ମାନଙ୍କୁ ନିଜ Whats Appକୁ ଅପଡେଟ କରିବାକୁ ହେବ ଯଦି ଆପଣ ବି କୌଣସି ଗ୍ରୁପ କିମ୍ବା କୌଣସି ନମ୍ବରକୁ ମ୍ୟୁଟ କରିବାକୁ ଚାହୁଁଛନ୍ତି ତେବେ ସର୍ବପ୍ରଥମେ ସେହି ଗ୍ରୁପ କିମ୍ବା ନମ୍ବରକୁ ମେସେଜିଙ୍ଗ ପାଇଁ ଯାଆନ୍ତୁ ଏବେ ନମ୍ବର ବା ନାଁ ଉପରେ କ୍ଲିକ କରନ୍ତୁ ଏବେ ମିଡିୟା, ଲିଙ୍କକ୍ସ ଡ଼କ୍ସ, ଷ୍ଟର୍ଡ଼ ମେସେଜ କିମ୍ବା ଚାଟ କରିବା ପାଇଁ ବିକଳ୍ପ ମାନ ସ୍କ୍ରିନ ଉପରେ ନଜର ଆସିବ ଯାହା ଉପରେ କ୍ଲିକ କରିବା ପରେ ଆପଣଙ୍କୁ ଉପରୋକ୍ତ ସମୟ ଅପସନ ଗୁଡିକ ନଜର ଆସିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.