ଏବେ ଚାଟିଂ କରିବା ହେବ ଆହୁରି ସହଜ, ହ୍ଵାଟ୍ସଆପ ଆଣିବ ଅବତାର ଫିଚର୍

ବର୍ତ୍ତମାନ ନୂଆ ନୂଆ ଫିଚର୍ ଲଞ୍ଚ କରୁଛନ୍ତି ସବୁ ଆପ୍। ଏମିତିକି ଫେସବୁକ୍ ଠାରୁ ଆରମ୍ଭ କରି ହ୍ୱାଟ୍ସଆପ ପର୍ଯ୍ୟନ୍ତ ସବୁ ଆପ୍ଲିକେସନ ଗୁଡିକ ନିଜର ଷ୍ଟାଟସ୍ ଓ ଫିଚର୍ ମଧ୍ୟ ପରିବର୍ତ୍ତନ କରୁଛନ୍ତି। ତେବେ କହିବାକୁ ଗଲେ ସୋସିଆଲ ମିଡିଆ ହ୍ୱାଟ୍ସଆପକୁ ପ୍ରାୟ ସବୁ ଆପ୍ ଠାରୁ ସମସ୍ତେ ବ୍ୟବହର କରନ୍ତି। ଏହି ଆପ୍ ର ଅଧିକ ଗ୍ରାହକ ଅଛନ୍ତି। ଯାହାପାଇଁ ନିଜ ଫିଚର୍ ମଧ୍ୟ ବଦଳାଉଛି ଏହି ଆପ୍।

ତେବେ ବର୍ତ୍ତମାନ ମଧ୍ୟ ହ୍ୱାଟ୍ସଆପ ଆଣିବାକୁ ଯାଉଛି ଆଉ ଏକ ବେଷ୍ଟ ଫିଚର୍। ଯାହା ଦ୍ଵାରା ଚାଟିଂ କରିବା ହେବ ଆହୁରି ମଧ୍ୟ ସହଜ। ଏହା ଏକ ନୂଆ ମଜାଦାର ଫିଚର୍ ଆଣିବାକୁ ଯାଉଛି, ଯାହାଦ୍ଵାରା ଏହି ଆପ୍ ‘Avatar’ ଆଧାରିତ ଷ୍ଟିକର ଆଣିବ ଓ ଏହା ଆପଣ ନିଜ ବନ୍ଧୁଙ୍କ ପାଖକୁ ସେୟାର କରି ପାରିବେ। ଏହି ଫିଚର୍ ଇନଷ୍ଟାଗ୍ରାମ ଓ ସ୍ନାପଚାଟ୍ ପରି ପରି ସୋସିଆଲ ମିଡିଆରେ ଅନେକ ସମୟ ଧରି ଚାଲିଛି। ଯାହାକି ୟୁଜରମାନେ ଅଧିକ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଏହି ଫିଚର୍ ହ୍ୱାଟ୍ସଆପରେ ଖୁବ୍ ଶୀଘ୍ର ଆସିବ। ଏହି ଅବତାର ଫିଚର୍ ର ବ୍ୟବହାର କରି ଆପଣ ନିଜର ଭର୍ଚୁଆଲ ରିପ୍ରେଜେଣ୍ଟେସନ କରି ତାକୁ ଚାଟିଂରେ ସେୟାର କରି ପାରିବେ।

ମିଡ଼ିଆ ରିପୋର୍ଟ ଅନୁଯାୟୀ ହ୍ୱାଟ୍ସଆପ ନିଜର ଅବତାର ତିଆରି କରିବା ପାଇଁ କୋଡ ଡିଜାଇନ୍ କରିଛି। ଏହା ଛଡ଼ା ଭିଡ଼ିଓ କଲ୍ କରିବା ସମୟରେ ମଧ୍ୟ ଆପଣ ନିଜର ଫେସ୍ ମାସ୍କ ବ୍ୟବହାର କରିପାରିବେ। WABetainfo ଅନୁସାରେ ଆସିବାକୁ ଥିବା ଅପଡେଟରେ ହ୍ୱାଟ୍ସଆପ ନିଜର ଏକ ଭିନ୍ନ ଫିଚର୍ ଲଞ୍ଚ କରିବ। କୁହାଯାଉଛି ଯେ ଏହି ଫିଚରରେ ନିଜର ଅବତାର ତିଆରି କରିବା ଠାରୁ ନେଇ ଏହାକୁ କଷ୍ଟମାଇଜ୍ କରିବା ପର୍ଯ୍ୟନ୍ତ ଅନୁମତି ଦିଆଯିବ। ପରେ ଏହାକୁ ସେଭ୍ କରି ଭିନ୍ନ ଭିନ୍ନ କ୍ୟାପସନ୍ ଲେଖି ସାଙ୍ଗ ମାନଙ୍କୁ ସେୟାର କରି ପାରିବେ। କହିବାକୁ ଗଲେ ନିଜକୁ ମଧ୍ୟ ଭର୍ଚୁଆଲି ଉପସ୍ଥାପନା କରିପାରିବେ।

ୱାବେଟେନଫୋ ଦ୍ଵାରା ନିକଟରେ ସେୟାର କରାଯାଇଥିବା ଏକ ସ୍କ୍ରିନସଟ୍ ଅନୁଯାୟୀ ଅବତାରର ନୂଆ ଗ୍ରୁପ୍ ଦେଖାଯିବ, ଯାହାକୁ ୟୁଜର୍ସ ନିଜ ହିସାବରେ କ୍ରିଏଟ୍ କରିପାରିବେ ଓ ଏଡିଟ କରିପାରିବେ। ଏହାପାଇଁ ହ୍ୱାଟ୍ସଆପରେ ‘Create Your Avatar’ ଅପ୍ସନ୍ ଦିଆଯିବ। ତେବେ ବର୍ତ୍ତମାନ ଏହି ଫିଚର୍ ଡେଭେଲପମେଣ୍ଟ ଷ୍ଟେଜରେ ଅଛି। ଡେଭେଲପମେଣ୍ଟ ପରେ ଟେଷ୍ଟ ହେବ, ପରେ ଏହାକୁ ବିଟା ୟୁଜର୍ସଙ୍କ ପାଖରେ ପହଞ୍ଚାଯିବ। ଏହି ସଂପୂର୍ଣ୍ଣ ପ୍ରକ୍ରିୟାରେ କିଛି ମାସର ମାତ୍ର ସମୟ ଲାଗିବ। କିନ୍ତୁ ଏହି ଫିଚର୍ ଖୁବ୍ ଆକର୍ଷଣୀୟ ହେବ ଓ ଏହାକୁ ଅଧିକ ୟୁଜର ବ୍ଯବହାର ମଧ୍ୟ କରିବେ ବୋଲି କମ୍ପାନୀ କହିଛି। ନିଜକୁ ଖୁବ୍ ଭଲ ଭାବେ ଭର୍ଚୁଆଲି ରିପ୍ରେଜେଣ୍ଟ କରି ପାରିବେ ହ୍ୱାଟ୍ସଆପ ଗ୍ରାହକ। ଏହା ଖୁବ୍ ମଜାଳିଆ ମଧ୍ୟ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

Leave A Reply

Your email address will not be published.