ନୂଆବର୍ଷରେ ଆସୁଛି ହ୍ଵାଟସଆପର ଆହୁରି ୧୦ଟି ନୂଆ ଫିଚର, ୟୁଜର୍ସଙ୍କୁ ମିଳିବ ଅନେକ ସୁବିଧା, ଏବେଠୁ ଜାଣନ୍ତୁ

ହ୍ଵାଟସଆପ ଦୁନିଆର ସବୁଠୁ ଲୋକପ୍ରିୟ ଆପ। ଯେଉଁଥିରେ କନେକ୍ଟ ଅଛନ୍ତି ଲକ୍ଷାଧିକ ଲୋକ। ସାରା ଦୁନିଆରେ ଏହି ଆପ୍ ର ଗୁରୁତ୍ୱ ରହିଛି ଖୁବ ବେଶି। ଏବେ ମେଟା ଦ୍ୱାରା ପରିଚାଳିତ ସୋସିଆଲ ମେସେଜିଂ ପ୍ଲାଟଫର୍ମ ହ୍ଵାଟସଆପ ନିଜ ୟୁଜର୍ସଙ୍କ ପାଇଁ ଆଣିଛି ଜବରଦସ୍ତ ଫିଚର। ଯାହା ୟୁଜର୍ସଙ୍କୁ ଅନ୍ୟାନ୍ୟ ପ୍ଲାଟଫର୍ମ ସହ ଖୁବ ସହଜରେ ଯୋଡ଼ିପାରିବ।
ନୂଆବର୍ଷରେ ହ୍ଵାଟସଆପ୍ ଆଣୁଛି ଅହୁରି ୧୦ଟି ନୂଆ ଫିଚର। ଯାହାର ଫାଇଦା ସମସ୍ତେ ଖୁବ ଶୀଘ୍ର ଉଠାଇବେ। ଏଥିରେ ପ୍ରୋଫାଇଲ ଫଟୋ ଠୁ ଆରମ୍ଭ କରି ମେସେଜ ରିଆକ୍ସନକୁ ନେଇ ବିଭିନ୍ନ ଫିିଚର ଆଡ୍ କରାଯାଇଛି। ଯାହକି ଖୁବ ମଜାଦାର ରହିବ। ଏବେ ଜାଣି ନିଅନ୍ତୁ ସେହି ସମ୍ପର୍କରେ..
-ଆଇଫୋନ ୟୁଜର୍ସଙ୍କ ପାଇଁ ହ୍ଵାଟସଆପ ନୂଆ ଫିଚର ଆଣିଛି, ଯେଉଁଥିରେ ୟୁଜର୍ସଙ୍କ ପ୍ରୋଫାଇଲ ଫଟୋ ନୋଟିଫିକେସନରେ ସିନ୍ ହେବ। ଏହି ଫିଚରକୁ ଏବେ ଆଡ଼୍ କରାଯାଇଛି। ଏହା ଅନ୍ୟ ମୋବାଇଲ ୟୁଜର୍ସଙ୍କ ପାଇଁ ମଧ୍ୟ ସମାନ ରହିବ।

– ସାଧାରଣତଃ ୟୁଜର୍ସ ନିଜ ଲାଷ୍ଟ ସିନ୍କୁ ଲୁଚାଇବା ପାଇଁ ହ୍ଵାଟସଆପର ସମସ୍ତ କଣ୍ଟାକ୍ଟକୁ ସିଲେକ୍ଟ କରିବାକୁ ବାଧ୍ୟ ହୋଇଥାନ୍ତି । କିନ୍ତୁ ଏବେ କିନ୍ତୁ ନୂଆ ଫିଚର ସମ୍ପୂର୍ଣ୍ଣ ଅଲଗା ରହିବ। ଏଥିରେ ଆପଣ କେବଳ ଯେଉଁ କଣ୍ଟାକ୍ଟକୁ ନିଜ ଲାଷ୍ଟ ସିନ୍ ଦେଖାଇବାକୁ ଚାହୁଁନାହାନ୍ତି ସେମାନଙ୍କୁ ହିଁ ସିଲେକ୍ଟ କରିିବେ। ଅନ୍ୟ ମାନେ ଆପଣଙ୍କ ଲାଷ୍ଟ ସିନ ଦେଖିପାରିବେ।
– କମ୍ପାନୀ ଲଗାତାର ଭାବେ ହ୍ଵାଟସଆପ ମିଡ଼ିଆ ଫାଇଲ ସେୟାରକୁ ନେଇ ନିୟମ ପରିବର୍ତ୍ତନ କରିବାକୁ ଚାହୁଁଛି। ଯେଉଁଠି ୟୁଜର୍ସ ଜାଣିବେ ଯେ ସେ କେଉଁଠି ମିଡ଼ିଆ ଫାଇଲକୁ ପଠାଇବେ। ଏହି ପ୍ଲାଟଫର୍ମ ଏକାଥରେ ୟୁଜର୍ସଙ୍କୁ ଏମିତିରେ ସହଜ ଫିଚର ପ୍ରଦାନ କରିବ। ଏହାଦ୍ୱାରା ସେମାନେ ମିଡ଼ିଆ ଫାଇଲକୁ ଏକାଥରକେ କଣ୍ଟାକ୍ଟରେ ସେଣ୍ଟ କରିବା ସହିତ ନିଜ ଷ୍ଟାଟସ୍ ରେ ଅପଡେଟ କରାଇପାରିବେ।

– ହ୍ଵାଟସଆପ ୧୦ଟି ନୂଆ ଗ୍ରୁପ ତିଆରି କରିବା ପାଇଁ ୟୁଜର୍ସଙ୍କୁ ଅନୁମତି ଦେବ। କିନ୍ତୁ ଏହି ଫିଚରର ଫାଇଦା କେବଳ ଆଡମିନ୍ସ ଉଠାଇପାରିବେ। ସେମାନେ ହିଁ ଗ୍ରୁପ କ୍ରିଏଟ କରିବେ ପରେ ମେସେଜକୁ ମଲ୍ଟିପୁଲ ଗ୍ରୁପରେ ଇନଷ୍ଟାଣ୍ଟ ପଠାଇପାରିବେ।
– ଏବେ ଇନଷ୍ଟାଗ୍ରାମ ଓ ଫେସବୁକ ଭଳି ହ୍ଵାଟସଆପରେ ମଧ୍ୟ ଲଗ ଇନ ଓ ଲଗ ଆଉଟର ଫିଚର ଆଡ କରାଯିବ। କାରଣ ପ୍ରାୟଜଣ ଏଥିପାଇଁ କମ୍ପାନୀ ଆଗରେ ଡିମାଣ୍ଡ ରଖିଛନ୍ତି। ୟୁଜର୍ସମାନେ ହ୍ଵାଟସଆପ ଆକାଉଣ୍ଟରୁ ଲଗ ଆଉଟ ହେବାର ଫିଚରକୁ ଆଡ କରିବା ପାଇଁ କହିଛନ୍ତି।
-ଏହାସହ ୟୁଜର୍ସମାନେ ହ୍ଵାଟସଆପ ମେସେଜରେ ରିଆକ୍ଟ କରିବା ପାଇଁ ଇମୋଜି ବକ୍ସ ରଖିବ। ଯେମିତି ଫେସବୁକ ଓ ଇନଷ୍ଟାଗ୍ରାମରେ ରହିଛି।

-ଏବେ ମେସେଜ ଡିଲେଟ ପାଇଁ କିଛି ସମୟ ସୀମା ନିର୍ଦ୍ଧାରଣ କରାଯାଇଛି। ୬୮ ମିନିଟ କିମ୍ବା ୧୬ ସେକେଣ୍ଡ ମଧ୍ୟରେ ଏବେ ୟୁଜର୍ସ ନିଜ ମେସେଜକୁ ଡିଲେଟ କରିପାରିବେ। ଏମିତିରେ ଓ୍ଵାନ ଟାଇମ ସିନ୍ ଅପସନ୍ ର ଫାଇଦା ଏବେ ସବୁ ଉଠାଉଛନ୍ତି।
– ଏବେ Read Later ଫିଚରକୁ ବଦଳାଇ ନୂଆ ଆର୍ଚିଭ ମୋଡ୍ ଫିଚର ହ୍ଵାଟସଆପରେ ରହିବ।
-ଶେଷରେ କମ୍ପାନୀ କିଛି ଦିନ ମଧ୍ୟରେ Sbi General Sachet Health Insurance ଓ HDFC Pension Schemes ସହ କନେକ୍ଟ ହୋଇଛି। ତେଣୁ ହ୍ଵାଟସଆପ ମାଧ୍ୟମରେ ଏବେ ୟୁଜର୍ସଙ୍କୁ ହେଲ୍ଥ ଇନସୁରାନ୍ସ ମଧ୍ୟ ମିଳିବ।