Good Morning ମେସେଜ ପଠାଇଲେ ଆକାଉଣ୍ଟ ହୋଇଯିବ ବନ୍ଦ
ଯଦି ହ୍ଵାଟସଆପ୍ ରେ ଆପଣ ଅଧିକ ମେସେଜ ପଠାଉଛନ୍ତି ତେବେ ଆପଣଙ୍କ ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇଯାଇପାରେ। ଲୋକଙ୍କୁ ଗୁଡ଼ ମର୍ଣ୍ଣିଂ ମେସେଜ ପଠାଉଥିଲେ ସତର୍କ ରୁହନ୍ତୁ । କେତେବେଳେ ବି ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ ଆପଣଙ୍କୁ ବି ଜଣାପଡ଼ିବ ନାହିଁ।

ଯଦି ହ୍ଵାଟସଆପ୍ ରେ ଆପଣ ଅଧିକ ମେସେଜ ପଠାଉଛନ୍ତି ତେବେ ଆପଣଙ୍କ ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇଯାଇପାରେ। ଲୋକଙ୍କୁ ଗୁଡ଼ ମର୍ଣ୍ଣିଂ ମେସେଜ ପଠାଉଥିଲେ ସତର୍କ ରୁହନ୍ତୁ । କେତେବେଳେ ବି ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ ଆପଣଙ୍କୁ ବି ଜଣାପଡ଼ିବ ନାହିଁ। କ’ଣ ରହିଛି ପୂରା ଘଟଣା ଜାଣିନିଅନ୍ତୁ..
ହ୍ଵାଟସଆପ୍ ର କୋଟି କୋଟି ୟୁଜର୍ସ ଦୁନିଆରେ ଅଛନ୍ତି। ଏହା ସବୁଠାରୁ ଲୋକପ୍ରିୟ ଚାଟିଂ ଆପ୍। ଏଥିରେ ସବୁ କାମ ସହଜରେ ହୋଇପାରୁଛି। ଅଡ଼ିଓ କଲ ସହିତ ଭିିଡ଼ିଓ କଲ ଓ ଗ୍ରୁପ କଲ ସବୁର ସୁବିଧା ଏହି ଗୋଟିଏ ଆପ୍ରେ ମିଳିଯିବ। ତେବେ ଆପଣ ଜାଣିନଥିବେ ଯଦି ଆପଣ ଏଥିରେ ଅଧିକ ମେସେଜ ପଠାଉଛନ୍ତି ତେବେ ଆପଣଙ୍କ ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇଯିବ। ଲୋକଙ୍କୁ ଯଦି ଗୁଡ଼ ମର୍ଣ୍ଣିଂ ମେସେଜ ପଠାଉଛନ୍ତି ତେବେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇପାରେ।
କଣ ପାଇଁ ବନ୍ଦ ହେବ ଏବେ ଜାଣନ୍ତୁ :
ଯଦି ଆପଣ ଗୋଟିଏ ମେସେଜକୁ ବାରମ୍ବାର ଅନେକ ଲୋକଙ୍କ ୁ ପଠାଉଛନ୍ତି ବା ଫରଓ୍ଵାର୍ଡ଼ କରୁଛନ୍ତି ତେବେ ଏମିତିରେ କମ୍ପାନି ମେସେଜକୁ ସ୍ପାମ ମାନିନିଏ। ଏଥିରେ ଆପଣ ଙ୍କୁ ଆକାଉଣ୍ଟ ବ୍ୟାନ ବି ହେବାର ସମ୍ଭାବନା ରହିଛି।
କେବଳ ଏତିକି ନୁହେଁ କିଛି ଅଲଗା ମେସେଜ ବି ଅଛି ଯାହାକୁ ଆପଣ ବାରମ୍ବାର ପଠାଇଲେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ। ଏହାକେତେବେଳେ ହେବ ତାହା ସମ୍ପର୍କରେ ଆପଣଙ୍କୁ କିଛି ବି ଜଣାପଡ଼ିବ ନାହିଁ।
ଅଧିକ କଣ୍ଟାକ୍ଟ ସେୟାର କରିବା ଦ୍ୱାରା ମଧ୍ୟ ଆକାଉଣ୍ଟ ବନ୍ଦ ହୋଇଯାଇପାରେ। ତେଣୁ ଏଥିପାଇଁ ମଧ୍ୟ ସତର୍କ ରୁହନ୍ତୁ। ଆପଣ ବାରମ୍ବାରା ସମାନ କାମ କରନ୍ତୁ ନାହିଁ। ଏ ମିତିରେ ଆକାଉଣ୍ଟ ବନ୍ଦ ହୋଇଯିବ। ଆଉ ଆପଣଙ୍କୁ ଜଣାପଡ଼ିବ ନାହିଁ। ତେଣୁ ଏହିସବୁ ଜିନିଷରୁ ଦୂରେଇ ରହିବା ଉଚିତ।
ହ୍ଵାଟସଆପ୍ ଲୋକପ୍ରିୟ ଚାଟିଂ ଆପ୍। ପ୍ରତିଥର ଏହା ନିଜ ୟୁଜର୍ସଙ୍କ ପାଇଁ ବଢ଼ିଆ ଫିଚର୍ସ ନେଇଆସେ। ଯେମିତିକି ୟୁଜର୍ସ ବୋର୍ ନହେବେ। ନୂଆ ଅପଡେଟରେ ହ୍ଵାଟସଆପ୍ ଆଇଓଏସ୍ ପାଇଁ ପିକ୍ଚର ଇନ ପିକ୍ଚର ମୋଡ, କ୍ୟାପସନ ସହିତ ଫରଓ୍ଵାର୍ଡ, ସେଲ୍ଫ ମେସେଜ ଓ ଅନ୍ୟାନ୍ୟ ସୁବିଧା ଦିଆଯାଇଛି। ଏହା ଆଗକୁ ଅନେକ ଫିଚର୍ସ କୁ ରୋଲ ଆଉଟ କରିବ। ଏହି ଫିଚର ବର୍ତ୍ତମାନ ଡେଭଲପମେଣ୍ଟ ଷ୍ଟେଜରେ ଅଛି। ତେବେ ଏହି ସୁବିଧା ଆସିବା ପରେ ୟୁଜର୍ସଙ୍କୁ କଥା ହେବା ଆହୁରି ସହଜ ହୋଇଯିବ।
ଆଜିର ଆଧୁନିକ ଯୁଗରେ ଟେକ୍ନୋଲୋଜି ଆଗକୁ ଆଗକୁ ବଢ଼ିଚାଲିଛି। ଟେକ୍ନୋଲୋଜି ଯେତେ ଆଗକୁ ଆଗକୁ ଯାଉଛି କଥା ହେବାର ତରିକାରେ ବି ପରିବର୍ତ୍ତନ ଆସୁଛି। ଚିଠି, ଟେଲିଫୋନ, ସ୍ମାର୍ଟଫୋନ ଏବଂ ଚାଟିଙ୍ଗ୍ ଆପ୍ସ ଯେମିତିକି ହ୍ଵାଟସଆପ, ଟେଲିଗ୍ରାମ, ଫେସବୁକ ଜରିଆରେ କଥା ହେଉଛନ୍ତି। ଏବେ ଲୋକମାନେ ଜଣେ ଜଣକଙ୍କ ସହ ସମ୍ପର୍କ ରଖିବା ପାଇଁ କଥାବାର୍ତ୍ତା ବଦଳରେ ଅଧିକ ଚାଟିଙ୍ଗ୍ କରୁଛନ୍ତି। ହ୍ଵାଟ୍ସଆପ୍ ଆଜିର ଜମାନାରେ କଥାବାର୍ତ୍ତା କରିବାର ସବୁଠୁ ଲୋକପ୍ରିୟ ଆପ୍ ହୋଇଛି। ଏହାଛଡା ଆହୁରି ବି ଏମିତି ଅନଲାଇନ୍ ଚାଟିଙ୍ଗ୍ ଆପ୍ ରହିଛି ଯାହାକୁ ମଧ୍ୟ ବ୍ୟବହାର କରୁଛନ୍ତି ଲୋକେ। ହ୍ଵାଟ୍ସଆପର ଉପଯୋଗ କେବଳ କଥା ହେବାକୁ କରାଯାଏ ନାହିଁ, ଏହି ଆପ ଦ୍ୱାରା ପେମେଣ୍ଟ ମଧ୍ୟ କରିପାରିବେ। ଭିଡିଓ କଲ୍, ଫଟୋ ପଠାଇବା, ଗୀତ ପଠାଇବା, ଗ୍ରୁପ କଲ୍ ଭଳି ଅନେକ ଫାଇଦା ରହିଛି ହ୍ଵାଟ୍ସଆପରେ।