ଆପଣଙ୍କ ମେସେଜ୍ ଅନ୍ୟ କେହି ଦେଖୁଛି ଓ ପଢ଼ୁଛି କି, ଜାଣନ୍ତୁ କେମିତି ଜାଣିବେ ହ୍ଵାଟ୍ସଆପ୍ ହ୍ୟାକ୍ ହୋଇଛି ନା ନାହିଁ
ହ୍ଵାଟ୍ସଆପ୍ ଆଜିର ସମୟରେ ସବୁଠାରୁ ଲୋକପ୍ରିୟ ମ୍ୟାସେଜିଙ୍ଗ ଆପ୍ସ ମଧ୍ୟରୁ ଗୋଟିଏ। ଜଣେ ଜଣଙ୍କ ସହିତ ଯୋଡି ରହିବା ପାଇଁ ଲୋକମାନେ ଏହି ଆପର ବ୍ୟବହାର ବହୁତ ମାତ୍ରାରେ କରୁଛନ୍ତି। ଯଦି ଆପଣ ମଧ୍ୟ ଜଣେ ହ୍ଵାଟ୍ସଆପ୍ ୟୁଜର ତାହେଲେ ଆମ ପାଖରେ ଆପଣଙ୍କ ପାଇଁ ଏକ ବହୁତ ବଢ଼ିଆ ତରିକା ଅଛି ଯାହାକୁ ଆପଣ ନିଶ୍ଚିତ ଫଲୋ କରିବା ଉଚିତ। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ହ୍ଵାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ ହୋଇନି ତ। କିମ୍ବା ଆଉ କିଏ ଆପଣଙ୍କ ପୂରା ଚାଟହେଡ୍ ଉପରେ ନଜର ରଖୁନାହାଁନ୍ତି ତ। ଯଦି ଆପଣଙ୍କ ମନରେ ଏମିତି ସବୁ ଭାବନା ଆସୁଛି ତାହେଲେ ଆପଣ ଏହି ଟ୍ରିକକୁ ଫଲୋ କରିପାରିବେ। ତେବେ ଦର୍ଶକବନ୍ଧୁ ଆସନ୍ତୁ ଆଉ ଡେରି ନକରି ଜାଣିବା ଆପଣଙ୍କ ହ୍ଵାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ ହୋଇଛି ନା ନାହିଁ।
ଇଣ୍ଟରନେଟ୍ ସାହାଯ୍ୟରେ କୌଣସି ବି ଇଲେକଟ୍ରୋନିକ୍ ଡିଭାଇସକୁ ସହଜରେ ହ୍ୟାକ୍ କରାଯାଇପାରେ। ଏମିତିରେ ଚାଟିଙ୍ଗ୍ ପ୍ଲାଟଫର୍ମ ହ୍ଵାଟ୍ସଆପ୍ ମଧ୍ୟ ବହୁତ ଇଜିଲି ହ୍ୟାକ୍ ହୋଇପାରେ। ଏମିତି ହୋଇପାରେ ଯେ ଆପଣଙ୍କ ହ୍ଵାଟ୍ସଆପ୍ ଆକାଉଣ୍ଟର ଆକସେସ୍ ଆଉ କାହା ପାଖରେ ଅଛି ଏବଂ ଆପଣଙ୍କୁ ଏହା ବିଷୟରେ ଜମା ବି ପତ୍ତା ନାହିଁ। ଯଦି ଆପଣ ଭାବୁଛନ୍ତି କି ଆପଣଙ୍କ ହ୍ଵାଟ୍ସଆପ୍ ଆକାଉଣ୍ଟ କେମିତି ହ୍ୟାକ ହୋଇପାରେ ତାହେଲେ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହ୍ଵାଟ୍ସଆପ୍ ନିକଟରେ ଏକ ନୂଆ ଫିଚର ଜାରି କରିଥିଲା, ଯାହାର ନାମ ‘ମଲ୍ଟି ଡିଭାଇସ୍ ସପୋର୍ଟ’ (WhatsApp Multi Device Support)। ଏହି ଫିଚର ସାହାଯ୍ୟରେ ଆପଣ ଗୋଟିଏ ଆକାଉଣ୍ଟକୁ ଏକା ସମୟରେ ଚାରି ଚାରିଟି ଅଲଗା ଅଲଗା ଡିଭାଇସେଜରେ ବ୍ୟବହାର କରିପାରିବେ। ଏମିତିରେ ଏହିି ଫିଚର ହ୍ଵାଟ୍ସଆପ୍ ଆକାଉଣ୍ଟକୁ ହ୍ୟାକ୍ କରିବା ପ୍ରୋସେସକୁ ଆହୁରି ସହଜ ବନାଇ ଦେଇଥାଏ।
ଏବେ ସେହି ଟ୍ରିକ ବିଷୟରେ ଜାଣିବା ଯାହା ବିଷୟରେ ଆପଣ ଏହା ପତ୍ତା ଲଗାଇ ପାରିବେ ଯେ ଆପଣଙ୍କ ହ୍ଵାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ ହୋଇଛି ନା ନାହିଁ। ସର୍ବପ୍ରଥମେ ନିଜ ସ୍ମାର୍ଟଫୋନରେ ହ୍ଵାଟ୍ସଆପ୍ ଆପ୍ ଖୋଲନ୍ତୁ। ଏହାପରେ ସେଟିଙ୍ଗସକୁ ଯାଆନ୍ତୁ। ହ୍ଵାଟ୍ସଆପ୍ ସେଟିଙ୍ଗରେ ଆପଣଙ୍କୁ ‘ଲିଙ୍କଡ ଡିଭାଇସେଜ୍’ (Linked Devices) ଅପ୍ସନ ଦେଖାଯିବ। ଏହି ଅପ୍ସନ ଉପରେ କ୍ଲିକ କରିି ଆପଣ ଦେଖିପାରିବେ ଯେ ଆପଣଙ୍କ ଆକାଉଣ୍ଟ କେଉଁ ଡିଭାଇସେଜ ସହ ଲଗଡ-ଇନ୍ ଅଛି ଏବଂ କେଉଁ ଡିଭାଇସେଜରେ ଲଗଡ-ଇନ୍ ରହିସାରିଛି। ଆପଣ ସହଜରେ ଏହା ପତ୍ତା ଲଗାଇପାରିବେ ଯେ ଆପଣଙ୍କ ହ୍ଵାଟ୍ସଆପ୍ ମେସେଜ୍ କିଏ ପଢ଼ୁଛନ୍ତି ଏବଂ ଆପଣଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି ନା ନାହିଁ।