ଏବେ ସହଜରେ କରିପାରିବେ ହ୍ବାଟସଆପ୍ କଲ ରେକର୍ଡ, ତେବେ ଜାଣନ୍ତୁ ସବୁଠାରୁ ସହଜ ଟ୍ରିକ୍
ଯେତେବେଳେ ଆପଣ ମୋବାଇଲ ଫୋନରେ କଥା ହେଉଛନ୍ତି,ସେତେବେଳେ ଅନେକ ଥର ଏମିତି ହୋଇଥାଏ କି, ଆପଣ କୌଣସି ଗୁରୁତ୍ବପୂର୍ଣ୍ଣ ନମ୍ବର ହେଉ ଅବା ଜରୁରୀ କଥାକୁ ରେକର୍ଡ କରିନିଅନ୍ତି। ଏହି ସୁବିଦା ପୂର୍ବରୁ ହ୍ବାଟସଆପର ନଥିଲା। କୌଣସି ଜରୁରୀ କଥା ହ୍ବାଟସଆପ୍ ଭଏସ କଲରେ କଥା ହେବା ବେଳକୁ ରେକର୍ଡ କେମିତି କରିବେ। କିନ୍ତୁ ଏବେ ଏହି ସହଜର ଉପାୟ ଆପଣାଇ ସହଜରେ ହ୍ବାଟସଆପ୍ ଅଡିଓ କଲକୁ ରେକର୍ଡ କରିପାରିବେ।
ଆଣ୍ଡ୍ରଏଡ ଏବଂ ଆଇଫୋନରେ ହ୍ବାଟସଆପ କଲ ରେକର୍ଡ କରିବା ପାଇଁ କିଛି ଖାସ୍ ଡିଭାଇସ ଜରୁରୀ ରହିଥାଏ। ଏଥିପାଇଁ CUBE CALL RECORDER ଡାଉନଲୋଡ କରିବାକୁ ହେବ। ଏହି ଆପ୍ ଓପନ କରିବା ପରେ ହ୍ବାଟସଆପକୁ ଯାଇ ସେହି ବ୍ଯକ୍ତିଙ୍କୁ କଲ୍ କରନ୍ତୁ, ଯାହା ସହିତ ଆପଣ କଥା ହେବାକୁ ଚାହୁଁଛନ୍ତି। ଯଦି ଆପଣଙ୍କ କ୍ଯୁବ କଲ୍ ରେକର୍ଡର ଦେଖିବାକୁ ମିଳିବ, ତେବେ ଆପଣଙ୍କ କଲ୍ ରେକର୍ଡ ହେଉଥିବା ଜାଣିପାରିବେ। ଯଦି ଆପଣଙ୍କ ଫୋନରେ ଏରର ଶୋ କରୁଛି ତେବେ ଆପଣ ପୁଣିଥରେ କ୍ଯୁବ କଲ ରେକର୍ଡର ଯାଇ ଆପ୍ ସେଟିଂକୁ ଯାଆନ୍ତୁ। ସେଠାରେ ଭଏସ କଲରେ Force Voip ଉପରେ କ୍ଲିକ କରନ୍ତୁ। ତା’ ପରେ ପୁଣି ହ୍ବାଟସଆପକୁ ଯାଇ କଲ କନେକ୍ଟ ହେବା ପରେ ରେକର୍ଡ କରନ୍ତୁ।
ଆଇଫୋନରେ ମ୍ଯାକ୍ ସାହାଯ୍ଯରେ କଲ ରେକର୍ଡ କରିପାରିବେ। ଲାଇଟିନିଂ କେବଲ ସାହାଯ୍ଯରେ ଆଇଫୋନକୁ ମ୍ଯାକ୍ ସହିତ କନେକ୍ଟ କରନ୍ତୁ। ଆଇଫୋନରେ trust this computer ଦେଖିବାକୁ ମିଳିବ। ଏହା ଉପରେ କ୍ଲିକ କରନ୍ତୁ। ପ୍ରଥମ ଥର ମ୍ଯାକ୍ ସହିତ ଆଇଫୋନ କନେକ୍ଟ କରୁଥିଲେ quick time ଖୋଲନ୍ତି। ଫାଇଲ ସେକ୍ସନକୁ ଯାଇ ନ୍ଯୁ ଅଡିଓ ରେକର୍ଡିଂର ବିକଳ୍ପ ମିଳିବ ଏବଂ ରେକର୍ଡ ବଟ ତଳେ arrow ଚିହ୍ନ ଦେଖିବାକୁ ମିଳିବ। ଏହାକୁ କ୍ଲିକ କରି ଆଇଫୋନ ବିକଳ୍ପ ଚୟନ କରନ୍ତୁ। ତା’ ପରେ କ୍ବିକଟାଇମରେ ରେକର୍ଡ ବଟନ କ୍ଲିକ କରି ହ୍ବାଟସଆପ୍ କଲ ରେକର୍ଡ କରନ୍ତୁ।