ଝଟକା ଦେଲା ହ୍ବାଟସ୍ଆପ୍ ! ବ୍ୟାନ୍ କଲା ୨୨ ଲକ୍ଷ ଆକାଉଣ୍ଟସ୍, ଆପଣ ବି କରନ୍ତୁନି ଏହିଭଳି ଭୁଲ୍

ହ୍ବାଟସ୍‌ଆପ୍‌ର ବ୍ୟବହାର କୋଟି କୋଟି ଲୋକ କରୁଛନ୍ତି। ଲୋକଙ୍କର ଚାଟିଂ ଏକ୍ସପିରିଏନ୍ସକୁ ଆହୁରି ମଜାଦାର କରିବା ପାଇଁ ଆପ୍‌ ଭଲ ଭଲ ଫିଚର୍ସ ଦେଇଥାଏ। କିନ୍ତୁ ଏଥର ହ୍ବାଟସ୍‌ଆପ୍‌ ନୂଆ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହିଛି। ହ୍ବାଟସ୍‌ଆପ୍‌ ୨୨ ଲକ୍ଷରୁ ଅଧିକ ଆକାଉଣ୍ଟସ୍‌କୁ ବ୍ୟାନ୍‌ କରିଦେଇଛି। ହ୍ବାଟସ୍‌ଆପ୍‌ ଏକ ମାସିକିଆ ରିପୋର୍ଟରେ ଏହାର ଖୁଲାସା କରିଛି। ୨୨ଲକ୍ଷ ୟୁଜର୍ସଙ୍କ ଆକାଉଣ୍ଟ ଏଥିପାଇଁ ବ୍ୟାନ୍‌ କରାଯାଇଛି, କାରଣ ସେମାନେ ଭାଙ୍ଗିଥିଲେ। ବାକି ୟୁଜର୍ସଙ୍କ ଅଭିଯୋଗ ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ କାରଣ ପାଇଁ ଆପଣଙ୍କ ଆକାଉଣ୍ଟ ବି ବ୍ୟାନ୍‌ ହୋଇପାରେ।

ହ୍ବାଟସ୍‌ଆପ୍‌ ୟୁଜର୍ସଙ୍କ ସେଫ୍ଟି ଏବଂ ସିକ୍ୟୁରିଟିକୁ ଦୃଷ୍ଟିରେ ଆକାଉଣ୍ଟସ୍‌ ବ୍ୟାନ୍‌ କରିଛି। ରିପୋର୍ଟରେ ଖୁଲାସା ହୋଇଛି କି, ପ୍ରାୟ ୨୨ ଲକ୍ଷ ୯ ହଜାର ଆକାଉଣ୍ଟସ୍‌କୁ ବ୍ୟାନ୍‌ କରାଯାଇଛି। ହ୍ବାଟସ୍‌ଆପ୍‌ କହିଛି, ୟୁଜର୍ସଙ୍କଠାରୁ ମିଳିଥିବା ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି। ସେପ୍ଟେମ୍ବରରେ କମ୍ପାନି ଆକାଉଣ୍ଟ ସପୋର୍ଟ, ବ୍ୟାନ୍‌ ଅପିଲ୍‌, ଅନ୍ୟ ସପୋର୍ଟ ଏବଂ ପ୍ରଡକ୍ଟ ସପୋର୍ଟ ଏବଂ ସେଫ୍ଟି କାଟାଗୋରୀରେ ଅଭିଯୋଗ ମିଳିଥିଲା। ଆମେ ବି ଅଧିକାଂଶ ସମୟରେ ଭୁଲ୍‌ରେ ଏମିତି ଭୁଲ କରିଦେଇଥାନ୍ତି, ଯାହାଦ୍ବାରା ହ୍ବାଟସ୍‌ଆପ୍‌ ଆପଣଙ୍କ ଆକାଉଣ୍ଟ ବ୍ୟାନ୍‌ କରିପାରେ।

ଯଦି ଆପଣ ହ୍ବାଟସ୍‌ଆପ୍‌ ରେ ଥାର୍ଡ ପାର୍ଟି ଆପ୍ ବ୍ୟବହାର କରନ୍ତି, ତେବେ ତୁରନ୍ତ ସେଗୁଡ଼ିକୁ ବନ୍ଦ କରନ୍ତୁ । କାରଣ ଏହା ସହିତ ଆପଣଙ୍କର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ | ଆପ୍ ଷ୍ଟୋର୍‌ରେ ଅନେକ ଥାର୍ଡ ପାର୍ଟି ଆପ୍ଅଛି । ଏଗୁଡିକ ବ୍ୟବହାରକାରୀଙ୍କ ଗୋପନୀୟତାକୁ ବିପଦରେ ପକାଇଥାଏ । ହ୍ବାଟସ୍‌ଆପ୍‌ ଏହା ମଧ୍ୟ କହିଛି ଯେ ଏଠାରେ ତୃତୀୟ ପକ୍ଷ ଆପ୍ ନିଷେଧ କରାଯାଇଛି । ଆପ୍ ପ୍ରତି ମାସରେ ସ୍କାନିଂ କରିଥାଏ । ଯଦି ଜଣେ ଉପଭୋକ୍ତା ଥାର୍ଡ ପାର୍ଟି ଆପ୍ ବ୍ୟବହାର କରି ଧରାଯାଏ ତେବେ ତାଙ୍କୁ ବାରଣ କରାଯିବ । କିନ୍ତୁ ଏହା ଏକ ଅସ୍ଥାୟୀ ପ୍ରତିବନ୍ଧକ ତାହାକୁ ରେଂୟୁ କରିବା ପରେ, ଆପଣଙ୍କର ଆକାଉଣ୍ଟ ପୁନର୍ବାର ସକ୍ରିୟ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.