ହ୍ଵାଟସ୍‌ଆପ ୟୁଜରଙ୍କୁ ଲାଗିଲା ବଡ଼ ଝଟକା! କମ୍ପାନୀ ବ୍ୟାନ୍‌ କଲା ୩୦ ଲକ୍ଷରୁ ଅଧିକ ଆକାଉଣ୍ଟ, ଜାଣନ୍ତୁ କାରଣ

ହ୍ଵାଟସ୍‌ଆପ ନିକଟରେ ଭାରତୀୟ ୟୁଜରମାନଙ୍କୁ ବଡ଼ ଝଟକା ଦେଇ ଏକ ସାଥୀରେ ୩୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍‌ କରି ଦେଇଛି। ସୁରକ୍ଷା କାରଣରୁ କମ୍ପାନୀ ଏହି ଆକାଉଣ୍ଟଗୁଡ଼ିକୁ ବ୍ୟାନ୍‌ କରିଛି। କହି ରଖୁଛୁ, ହ୍ଵାଟସ୍‌ଆପ ଏବେ ନୂଆ ଆଇଟି ନିୟମ ଅନୁପାଳନ କରୁଛି ଏବଂ ଏହି କ୍ରମରେ କମ୍ପାନୀ କେତେକ ବଡ଼ ପଦକ୍ଷେପ ଉଠାଇଛି। ହ୍ଵାଟସ୍‌ଆପ ନିଜର ଏକ ରିପୋର୍ଟରେ ଖୁଲାସା କରିଛି କି, କମ୍ପାନୀ ୧୬ ଜୁନ୍‌ରୁ ୩୧ ଜୁଲାଇ ମଧ୍ୟରେ କେବଳ ୪୬ ଦିନରେ ହିଁ ପାଖାପାଖି ୩,୦୨୭,୦୦୦ ଆକାଉଣ୍ଟକୁ ବ୍ୟାନ୍‌ କରି ଦେଇଛି।

କମ୍ପାନୀର ରିପୋର୍ଟ ଅନୁସାରେ, ହ୍ଵାଟସ୍‌ଆପ ସେହି ଆକାଉଣ୍ଟଗୁଡ଼ିକୁ ବ୍ୟାନ୍‌ କରିଛି, ଯେଉଁଗୁଡ଼ିକ ସ୍ପାମ୍‌ କିମ୍ବା ବ୍ଲକ୍‌ ମେସେଜିଙ୍ଗ୍‌କୁ ବେଆଇନ ରୂପେ ବ୍ୟବହାର କରୁଥିଲେ। ୯୫ ପ୍ରତିଶତରୁ ଅଧିକ ବ୍ୟାନ ଆକାଉଣ୍ଟ ଅଟୋମେଟେଡ୍‌ କିମ୍ବା ବ୍ଲକ ମେସେଜିଙ୍ଗ୍‌କୁ ବେଆଇନ ରୂପେ ବ୍ୟବହାର କରୁଥିଲେ। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଏହି ଆକାଉଣ୍ଟଗୁଡ଼ିକୁ ବ୍ୟାନ୍‌ କରି ଦିଆଯାଇଛି।

କହି ରଖୁଛୁ, ହ୍ଵାଟସ୍‌ଆପ ନିଜ ପ୍ଲାଟ୍‌ଫର୍ମର ଦୂରୁପଯୋଗ ରୋକିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛି। ଏଥି ପୂର୍ବରୁ ବି କମ୍ପାନୀ ୧୫ ମେ’ରୁ ୧୫ ଜୁନ୍‌ ଭିତରେ ଭାରତରେ ୨୦ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍‌ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.