WhatsApp ପୁଣି ଥରେ ବଡ ପଦକ୍ଷେପ ନେଇଛି ଏବଂ ୮୫ ଲକ୍ଷରୁ ଅଧିକ ଭାରତୀୟ ୟୁଜର୍ସଙ୍କ ଆକାଉଣ୍ଟକୁ ବ୍ୟାନ୍ କରିଛି । Meta ର ଇନଷ୍ଟାଣ୍ଟ ମ୍ୟାସେଜିଂ ପ୍ଲାଟଫର୍ମର ଏହି ପଦକ୍ଷେପ ସେପ୍ଟେମ୍ବର ମାସରେ ନିଆଯାଇଛି । ଏହି ସୂଚନା ନୂଆ IT Rule ୨୦୨୧ ଅନୁଯାୟୀ ଜାରି ହୋଇଥିବା ମନ୍ଥଲି କମ୍ପଲେନ୍ସ ରିପୋର୍ଟରେ କମ୍ପାନୀ ଦ୍ୱାରା ସେୟାର ହୋଇଛି । WhatsApp କହିଛି ଯେ ସେପ୍ଟମ୍ବର ମାସରେ ୧୬.୫୮ ଲକ୍ଷ ଆକାଉଣ୍ଟକୁ ପ୍ରୋଆକ୍ଟିଭ୍ ଭାବରେ ବ୍ୟାନ୍ କରାଯାଇଛି । ଅର୍ଥାତ୍ ଏହି ଆକାଉଣ୍ଟରେ କୌଣସି ୟୁଜର୍ସଙ୍କୁ ରିପୋର୍ଟ ନକରି ଆକାଉଣ୍ଟ ଉପରେ ଆକ୍ସନ ନିଆଯାଇଛି ।
ଏହାର କମ୍ପଲେନ୍ସ ରିପୋର୍ଟରେ, ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ କହିଛି ଯେ ସେପ୍ଟେମ୍ବର ମାସରେ ଏହା ମୋଟ ୮,୧୬୧ଟି ଗ୍ରୀଭାନ୍ସ ଗ୍ରହଣ କରିଛି, ସେଥିମଧ୍ୟରୁ WhatsApp ଆପ୍ ୯୭ ଉପରେ ଆକ୍ସନ ନିଆଯାଇଛି । କମ୍ପାନୀ ୨୦୨୧ ପରଠାରୁ ପ୍ରତି ମାସରେ ଏହାର କମ୍ପଲେନ୍ସ ରିପୋର୍ଟ ଜାରି କରିଛି, ଯେଉଁଥିରେ ବ୍ୟାନ୍ ଆକାଉଣ୍ଟ ଏବଂ ଆକ୍ସନ ଆକାଉଣ୍ଟ ବିଷୟରେ ଡିଟେଲ୍ସ ରହିଛି ।
ନୂଆ IT Rule ୨୦୨୧ ଅନୁଯାୟୀ, ଭାରତରେ ଥିବା ସମସ୍ତ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ (ଯେଉଁଥିରେ ୫୦ ହଜାରରୁ ଅଧିକ ୟୁଜର୍ସ ଅଛନ୍ତି) ସେମାନଙ୍କୁ ପ୍ରତି ମାସରେ ସେମାନଙ୍କ କମ୍ପଲେନ୍ସ ରିପୋର୍ଟ ପ୍ରକାଶ କରିବାକୁ ପଡିବ । ଏହି ରିପୋର୍ଟରେ ୟୁଜର୍ସଙ୍କ ଦ୍ୱାରା ରିପୋର୍ଟ ହୋଇଥିବା ଆକାଉଣ୍ଟ ଏବଂ କମ୍ପାନୀ ଦ୍ୱାରା ସ୍ୱୟଂଚାଳିତ ଭାବରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ରହିବା । ଏହା ବ୍ୟତୀତ, ଗ୍ରୀଭାନ୍ସ ଅପିଲେଟ୍ କମିଟି ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶଗୁଡିକରେ ଲାଟେଷ୍ଟ ଡଟେଲ୍ସ ମଧ୍ୟ ଦେବାକୁ ପଡିବ ।
WhatsApp ଆପ୍ ଏହାର କମ୍ପଲେନ୍ସ ରିପୋର୍ଟରେ କହିଛି ଯେ ଆମେ ଆମର କାର୍ଯ୍ୟରେ ଟ୍ରାନ୍ସପରେନ୍ସି ବଜାୟ ରଖିବୁ । କମ୍ପାନୀ ଆହୁରି ମଧ୍ୟ କହିଛି ଯେ ଆମେ ୟୁଜର୍ସମାନଙ୍କ କଣ୍ଟାକ୍ଟକୁ ବ୍ଲକ୍ କରିବା ଏବଂ କୌଣସି ଅସୁବିଧାଜନକ ବିଷୟ ବସ୍ତୁ ରିପୋର୍ଟ କରିବାକୁ ସ୍ୱାଧୀନତା ଦେଇଛୁ । ସେମାନେ ଯେକୌଣସି କଣ୍ଟାକ୍ଟ ଆପରେ ବ୍ଲକ୍ କରିପାରିବେ । ଏହା ସହିତ ଆପଣ କଣ୍ଟାକ୍ଟ ମଧ୍ୟ ରିପୋର୍ଟ କରିପାରିବେ । ଏହା ବ୍ୟତୀତ ଆହୁରି ମଧ୍ୟ କୁହାଯାଇଛି ଯେ, ଆମେ ୟୁଜର୍ସଙ୍କ ଫିଡବ୍ୟାକ୍ର ପୂରା ଧ୍ୟାନ ରଖିବ ଏବଂ କୌଣସି ପ୍ରକାରର ଭୁଲ ଡିଟେଲ୍ସକୁ ରୋକିବା, ସାଇବର ସିକ୍ୟୁରିଟି ଉପରେ ଫୋକସ କରିଥାଏ ।
ଏହାପୂର୍ବରୁ ଅଗଷ୍ଟ ମାସରେ କମ୍ପାନୀ ୮୪.୫୮ ଲକ୍ଷ WhatsApp ଆପ୍ ଆକାଉଣ୍ଟକୁ ବ୍ୟାନ୍ କରିଥିଲା । ସେଥିମଧ୍ୟରୁ ୧୬.୬୧ ଲକ୍ଷ ଆକାଉଣ୍ଟକୁ କମ୍ପାନୀ ସ୍ୱୟଂଚାଳିତ ଭାବରେ ବ୍ୟାନ କରିଛି । ନିକଟରେ WhatsApp ରେ ଅନେକ ଫିଚର୍ସ ମଧ୍ୟ ଆଡ୍ କରାଯାଇଛି । ଏହି ଫିଚର୍ସ ମାଧ୍ୟମରେ ୟୁଜର୍ସମାନେ ସେମାନଙ୍କର ପ୍ରିୟ କଣ୍ଟାକ୍ଟ ଏବଂ ଗ୍ରୁପ୍ ପାଇଁ ଏକ ଲିଷ୍ଟ ତିଆରି କରିପାରିବେ । ୟୁଜର୍ସମାନଙ୍କୁ ସେମାନଙ୍କ ସହିତ କଣ୍ଟାକ୍ଟ କରିବାରେ କୌଣସି ଅସୁବିଧା ହେବ ନାହିଁ ।