ହ୍ବାଟ୍ସଆପରେ ଏବେ କେବେବି ସେଣ୍ଡ କରିପାରିବେ ବ୍ଲର ଫଟୋ, ଗୋଟିଏ ବଟନ୍ ଉପରେ କ୍ଲିକ କଲେ ହିଁ ହୋଇଯିବ HD Photo

ଗୋଟିଏ କ୍ଲିକରେ ସେୟାର କରନ୍ତୁ HD ଫଟୋ

ହ୍ବାଟ୍ସଆପ୍ ବହୁତ ପପୁଲାର ଆପ୍ । ଆଉ ଖାସ୍ ଏଥିପାଇଁ ୟୁଜରଙ୍କ ଏକ୍ସପେରିୟନ୍ସକୁ ବଢ଼ାଇବା ପାଇଁ କମ୍ପାନୀ ନୂଆ ନୂଆ ଫିଚର୍ସ ନେଇ ଆସିଛି । ହ୍ବାଟ୍ସଆପରେ ଅନେକ ବର୍ଷ ଧରି ବ୍ଲର ଫଟୋ ସେୟାରିଙ୍ଗ ପ୍ରୋବଲେମ ଆସୁଥିଲା । କମ୍ପାନୀ ଏବେ ଏହାକୁ ନେଇ ସମାଧାନ ବାହାର କରିଛି । ଗୋଟିଏ ବଟନ୍ କ୍ଲିକ କରି ହିଁ ଆପଣ ଫଟୋକୁ ଏଚଡିରେ ସେୟାର କରିପାରିବେ । କମ୍ପାନୀ ନିଜ ଲାଟେଷ୍ଟ ବିଟା ଭର୍ସନ ସହିତ ଫଟୋ ସେୟାର କରିବା ପାଇଁ ୟୁଜର ଏକ୍ସପେରିୟନ୍ସକୁ ବଢ଼ାଉଛି । ଆଇଓଏସ ଏବଂ ଆଣ୍ଡ୍ରଏଡରେ ହ୍ବାଟ୍ସଆପ୍ ପାଇଁ ବିଟା ଅପଡେଟ ଏବେ ୟୁଜରଙ୍କୁ ଏଚଡି ଫଟୋ ପଠାଇବା ପାଇଁ ଅନୁମତି ଦେଇଥାଏ ।

ଏହି ସୁବିଧାର ମୂଳ ଉଦ୍ଦେଶ୍ୟ ହେଉଛି ଭଲ ଫଟୋ କ୍ବାଲିଟୀ ଏବଂ ସମୃଦ୍ଧ ମିଡିଆ-ସେୟାରିଙ୍ଗ ଅନୁଭବ ପ୍ରଦାନ କରିବା । ଯଦିଓ ରୋଲଆଉଟ ବର୍ତ୍ତମାନରେହ ବିଟା ଟେଷ୍ଟର ପର୍ଯ୍ୟନ୍ତ ସୀମିତ ରହିଛି । କିନ୍ତୁ ଆସନ୍ତା ସପ୍ତାହରେ ଏହାକୁ ଦର୍ଶକଙ୍କ ପର୍ଯ୍ୟନ୍ତ ପହଁଚାଯିବ ବୋଲି ଆଶା କରାଯାଉଛି । ନିକଟରେ ହ୍ବାଟ୍ସଆପ ବିଟା ଅପଡେଟ, ଆଇଓଏସ ୨୩.୧୧.୦.୭୬ ଏବଂ ଆଣ୍ଡ୍ରଏଡ ୨.୨୩.୧୨.୧୩ରେ ଫଟୋ କ୍ବାଲିଟୀକୁ ବଢ଼ାଇବାର ଅପ୍ସନ ସାମିଲ ରହିଛି ।

ୟୁଜର ଏବେ ଇମେଜକୁ ସେଣ୍ଡ କରିବା ସମୟରେ ‘ଏଚଡି’ ଅପ୍ସନର ଚୟନ କରି ହାଇ କ୍ବାଲିଟୀରେ ଫଟୋ ପଠାଇପାରିବେ । ଯେତେବେଳେ ୟୁଜର ଫଟୋକୁ ସିଲେକ୍ଟ କରିବେ ସେତେବେଳେ ଏଚଡି ବଟନ ଆକ୍ଟିଭେଟ ହୋଇଯାଏ । ସେହିପରି ତାହା ଉପରେ କ୍ଲିକ କରି ଫଟୋ ଏଚଡିରେ ନଜର ଆସିବାକୁ ଲାଗିବ । କିନ୍ତୁ ଡିଫଲ୍ଟ ସେଟିଙ୍ଗରେ ଷ୍ଟାଣ୍ଡାର୍ଡ କ୍ବାଲିଟର ମଧ୍ୟ ନଜର ଆସିବ । ଏହାଦ୍ବାରା ଯେଉଁମାନେ ଫଟୋ ପାଇବେ ସେମାନେ ହାଇ କ୍ବାଲିଟୀର ଫଟୋ ପାଇ ଚିହ୍ନଟ କରିବାରେ ସହଜ ହୋଇଥାଏ ।

ଯେମିତି ଯେମିତି ରୋଲଆଉଟ ଆଗକୁ ବଢ଼ିବ, ଅଧିକ ୟୁଜର ଏଚଡି ଫଟୋ ସେୟାର କରିବାର କ୍ଷମତା ପାଇଁ ଲାଭାନ୍ବିତ ହେବେ । ଏବଂ ଅଧିକ ଆକର୍ଷକ ପ୍ଲାଟଫର୍ମ ପ୍ରଦାନ କରିବ । ନୂଆ ବିଟା ଅପଡେଟରେ ଅନ୍ୟ ସୁବିଧା ସହିତ ଏକ ନୂଆ ଡିଜାଇନ କରାଯାଇଛି ଇମୋଜି କିବୋର୍ଡ ବି ଲଞ୍ଚ୍ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.