WhatsApp Call କୁ ମଧ୍ୟ କରିପାରିବେ ରେକର୍ଡ, ସ୍ମାର୍ଟଫୋନର ଏହି ଫିଚର କରିବ ସାହାଯ୍ୟ

WhatApp ବର୍ତ୍ତମାନ ସମୟରେ ଏକ ଜରୁରୀ ଆପ୍ଲିକେସନ୍ ପାଲଟିଛି । ସାରା ବିଶ୍ବରେ ୩.୫ ବିଲିୟନରୁ ଅଧିକ ଲୋକ ଏହି ଆପ୍ଲିକେସନକୁ ନିଜ ସ୍ମାର୍ଟଫୋନରେ ବ୍ୟବହାର କରୁଛନ୍ତି । ଚାଟିଂ ସହିତ ଭଏସ୍ କଲିଂ ଏବଂ ଭିଡିଓ କଲିଂ ପାଇଁ ମଧ୍ୟ ବହୁତ ମାତ୍ରାରେ ବ୍ୟବହାର କରାଯାଏ । WhatApp ନିଜର କୋଟ କୋଟି ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ସେଫ୍ଟି ଏବଂ ପ୍ରାଇଭେସି ସମ୍ବନ୍ଧୀୟ ଫିଚର୍ସ ଦେଇଥାଏ । ଯଦି ଆପଣ କଲିଂ କରିବା ପାଇଁ WhatApp ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍ ।
ଯଦି ଆପଣ କାହାକୁ ନର୍ମାଲ୍ କଲ୍ କରୁଛନ୍ତି ତେବେ ଅନ୍ୟପଟେ Call recording ର ଚିନ୍ତା ମଧ୍ୟ ରହୁଛି । ଏହା ସହିତ ଯେତେବେଳେ ଲୋକମାନେ କିଛି ଇମ୍ପୋଟେଣ୍ଟ କଥା ହେବାକୁ ଚାହାଁନ୍ତି ଯେପରି କଲ୍ ରେକର୍ଡ ନହୋଇ ପାରିବ, ତେବେ ସେଥିପାଇଁ WhatApp ରେ କଲ୍ କରିଥାନ୍ତି । WhatApp ରେ କଲ୍ ରେକଡିଂର ଫିଚର ନଥାଏ, ସେଥିପାଇଁ ଲୋକମାନେ ଅଚିନ୍ତାରେ WhatApp ରେ ନିଜର ଇମ୍ପୋଟେଣ୍ଟ କଥା ସେୟାର କରିପାରନ୍ତି । କିନ୍ତୁ ଆପଣ ଯାହା ଭାବୁଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ୍ । WhatsApp Call କୁ ମଧ୍ୟ ରେକର୍ଡ କରାଯାଇପାରିବ ।
ବର୍ତ୍ତମାନ ଆପଣଙ୍କୁ ଏକ ଟ୍ରିକ୍ ବିଷୟରେ କହିବୁ ଯେଉଁଥିରେ ଆପଣ ନିଜର ସେଫ୍ଟି ଏବଂ ପ୍ରାଇଭେସି ପାଇଁ WhatsApp Call କୁ ମଧ୍ୟ ରେକର୍ଡ କରିପାରିବେ । କୌଣସି ଥାର୍ଡ ପାର୍ଟି ଆପ୍ଲିକେସନ୍ ସାହାଯ୍ୟ ବିନା ଆପଣ ସହଜରେ WhatsApp Call ରେକର୍ଡ କରିପାରିବେ ।
ଆସନ୍ତୁ ଆପଣଙ୍କୁ କହିବୁ ଯେ ଆପଣଙ୍କ ସ୍ମାର୍ଟଫୋନରେ ଉପଲବ୍ଧ ଥିବା ଏକ ଫିଚର ସାହାଯ୍ୟରେ, ଯେକୌଣସି WhatsApp Call କୁ ଗୋଟିଏ କ୍ଲିକରେ ମଧ୍ୟ ରେକର୍ଡ କରିପାରିବେ । ଏଥି ସହିତ ସ୍ମାର୍ଟଫୋନରେ ଉପଲବ୍ଧ ଥିବା Screen Recording ଫିଚର ଆପଣଙ୍କର WhatsApp Call କୁ ମଧ୍ୟ ରେକର୍ଡ କରିବାରେ ସାହାଯ୍ୟ କରିବ । ଯଦି ଆପଣ କିଛି WhatsApp Call କୁ ରେକର୍ଡ କରିବା ପାଇଁ ଚାହୁଁଥାନ୍ତି, ତେବେ କଲ୍ ଆସିବା ମାତ୍ରେ ଆପଣ Screen Recording ଅନ୍ କରନ୍ତୁ ଏବଂ ଏହାପରେ ଆପଣଙ୍କ WhatsApp Call ରେକର୍ଡ ହୋଇଯିବ ।
ଏଥି ସହିତ ଆପଣଙ୍କୁ ମନେ ରଖିବା ଉଚିତ୍ ଯେ ଯଦି ଆପଣ Screen Recording ସାହାଯ୍ୟରେ WhatsApp Call କୁ ରେକର୍ଡ କରୁଛନ୍ତି, ତେବେ ଫୋନରେ ସେଭ୍ ହୋଇଥିବା ଫାଇଲ୍ ଏକ ଭିଡିଓ ଫାଇଲ ହେବ ହେଲେ ଅଡିଓ ଫାଇଲ୍ ନୁହେଁ । ରେକଡିଂ ପରେ ଯଦି ଆପଣ ଏହାକୁ ଆକ୍ସେସ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଫୋନର ଗ୍ୟାଲେରିକୁ ଯିବାକୁ ପଡିବ । ସେଠାରେ ଆପଣଙ୍କୁ Screen Recording ର ଫୋଲ୍ଡର ମିଳିବ । ଏହି ଫୋଲ୍ଡରରେ ଆପଣଙ୍କ WhatsApp Call Recording ର ଭିଡିଓ ଫାଇଲ୍ ପାଇବେ ।