ଟେକ୍

ଏବେ ବିନା ମୋବାଇଲ ନମ୍ବରରେ ଚଲାଇପାରିବେ ହ୍ଵାଟସଆପ୍‌, ଜାଣନ୍ତୁ କିପରି?

ଅଧିକାଂଶ ଲୋକମାନେ ଫେସବୁକ୍‌ ର ଇନଷ୍ଟାଣ୍ଟ ମେସେଜ୍‌ ଆପ୍‌ ହ୍ଵାଟସଆପ୍‌ ବ୍ୟବହାର କରିଥାନ୍ତି। ଏଥିପାଇଁ ଆକାଉଣ୍ଟ କରିବା ପାଇଁ ମୋବାଇଲ ନମ୍ବର ନିହାତି ଆବଶ୍ୟକ ହୋଇଥାଏ। କାରଣ ବିନା ମୋବାଇଲ ନମ୍ବରରେ ହ୍ଵାଟସଆପ୍‌ ବ୍ୟବହାର କରାଯାଇପାରିବ ନାହିଁ। କିନ୍ତୁ ବିନା ମୋବାଇଲ ନମ୍ବରରେ ମଧ୍ୟ ଆପଣ ହ୍ଵାଟସଆପ୍‌ ଚଲାଇପାରିବେ। ଆଜ୍ଞା ହଁ ଏକଥା ଶୁଣିବା ପରେ ଆପଣମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କି ଏପରି କେମିତି ହୋଇପାରେ। ଏନେଇ କିପରି ଆପଣ ବିନା ମୋବାଇଲ ନମ୍ବରରେ ହ୍ଵାଟସଆପ୍‌ ବ୍ୟବହାର କରିପାରିବେ ସେ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ।

ବିନା ମୋବାଇଲ ନମ୍ବରରେ ହ୍ଵାଟସଆପ୍‌ ଚଲାଇବାର ଅର୍ଥ ହେଉଛି ଆପଣ ଲ୍ୟାଣ୍ଡଲାଇନ୍‌ ଜରିଆରେ ମଧ୍ୟ ଆପଣଙ୍କ ହ୍ଵାଟସଆପ୍‌ ଆକାଉଣ୍ଟକୁ ରେଜିଷ୍ଟର କରିପାରିବେ। ତେବେ ରେଜିଷ୍ଟର କରିବା ପାଇଁ ଜାଣନ୍ତୁ କିଛି ଜରୁରୀ ଷ୍ଟେପ୍ସ।
ଏପରି କରନ୍ତୁ ସେଟଅପ୍‌

-ଆପଣ ଲ୍ୟାଣ୍ଡଲାଇନ୍‌ ଜରିଆରେ ସାଧାରଣ ହ୍ଵାଟସଆପ୍‌ ନୁହେଁ ବରଂ WhatsApp Business ଆକାଉଣ୍ଟ ସେଟଅପ୍‌ କରିପାରିବେ। ସର୍ବପ୍ରଥମେ ଫୋନରେ ହ୍ଵାଟସଆପ୍‌ ବିଜନେସ୍‌ ଆପ୍‌ କୁ ଇନଷ୍ଟଲ କରନ୍ତୁ। ଏହାପରେ ଆପ୍‌ ଇନଷ୍ଟଲ ପରେ ଏହାକୁ ଓପନ୍‌ କରନ୍ତୁ।

-ଏହାପରେ ଆପଣଙ୍କୁ କଣ୍ଟ୍ରି କୋଡ୍‌ ଏବଂ ନମ୍ବର ପଚରାଯିବ, ଏଠାରେ ଆପଣ ମୋବାଇଲ ନମ୍ବର ଜାଗାରେ ଲ୍ୟାଣ୍ଡଲାଇନ୍‌ ନମ୍ବର ଦେଇପାରିବେ। ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ଏସଟିଡି କୋଡ ସହ ନମ୍ବର 0334564XXX4 ହୋଇଥାଏ ତେବେ ନମ୍ବର ଜିରୋକୁ ହଟାଇ ଲେଖିବାକୁ ପଡିବ +91332654XXX4।

-ନମ୍ବର ପକାଇବା ପରେ ହ୍ଵାଟସଆପ୍‌ ବିଜନେସ୍‌ ଆପ୍‌ କୋଡ ଓଟିପି (OTP) ଆସିବ। କିନ୍ତୁ ଆମମୋନେ ଜାଶୁ କି ଲ୍ୟାଣ୍ଡଲାଇନ୍‌ ନମ୍ବରକୁ ଓଟିପି ଆସିବ କିପରି। ତେଣୁ କିଛି ସମୟ ପରେ ଆପଣଙ୍କୁ ଓଟିପି ଭେରିଫିକେସନ୍‌ ପାଇଁ Call Meର ବିକଳ୍ପ ମିଳିବ।

-ଏହାପରେ ଆପଣଙ୍କ ଲ୍ୟାଣ୍ଡଲାଇନ୍‌ ନମ୍ବରକୁ କଏ୍‌ ଆସିବ ଏବଂ ଆପଣଙ୍କୁ ଓଟିପି କୁହାଯିବ।

-ଏହାପରେ ଆପଣ ଓଟିପି ନୋଟ୍‌ ଡାଉନ୍‌ କରି ରେଜିଷ୍ଟେସନ୍‌ ପ୍ରକ୍ରିୟା ପୂରଣ କରିପାରିବେ। ଏହାପରେ ଆପଣଙ୍କ ହ୍ଵାଟସଆପ୍‌ ବିଜନେସ୍‌ ଆପ୍‌ ଲ୍ୟାଣ୍ଡଲାଇନ୍‌ ନମ୍ବର ସହ କାମ କରିବ।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

24 seconds ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

6 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago