ଟେକ୍

ମୋବାଇଲ ନମ୍ବର ବିନା ଚଲାଇପାରିବେ ହ୍ଵାଟସଆପ୍‌, ଜାଣନ୍ତୁ ଷ୍ଟେପ

ହ୍ଵାଟସଆପ୍‌ ଆକାଉଣ୍ଟ କରିବା ପାଇଁ ମୋବାଇଲ ନମ୍ବର ନିହାତି ଆବଶ୍ୟକ ହୋଇଥାଏ। କାରଣ ବିନା ମୋବାଇଲ ନମ୍ବରରେ ହ୍ଵାଟସଆପ୍‌ ବ୍ୟବହାର କରାଯାଇପାରିବ ନାହିଁ। କିନ୍ତୁ ବିନା ମୋବାଇଲ ନମ୍ବରରେ ମଧ୍ୟ ଆପଣ ହ୍ଵାଟସଆପ୍‌ ଚଲାଇପାରିବେ। ଆଜ୍ଞା ହଁ ଏକଥା ଶୁଣିବା ପରେ ଆପଣମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କି ଏପରି କେମିତି ହୋଇପାରେ। ଏନେଇ କିପରି ଆପଣ ବିନା ମୋବାଇଲ ନମ୍ବରରେ ହ୍ଵାଟସଆପ୍‌ ବ୍ୟବହାର କରିପାରିବେ ସେ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ।

ଆପଣ ଲ୍ୟାଣ୍ଡଲାଇନ୍‌ ଜରିଆରେ ମଧ୍ୟ ଆପଣଙ୍କ ହ୍ଵାଟସଆପ୍‌ ଆକାଉଣ୍ଟକୁ ରେଜିଷ୍ଟର କରିପାରିବେ। ତେବେ ରେଜିଷ୍ଟର କରିବା ପାଇଁ ଜାଣନ୍ତୁ କିଛି ଜରୁରୀ ଷ୍ଟେପ୍ସ।

ଏପରି କରନ୍ତୁ ସେଟଅପ୍‌

-ଆପଣ ଲ୍ୟାଣ୍ଡଲାଇନ୍‌ ଜରିଆରେ ସାଧାରଣ ହ୍ଵାଟସଆପ୍‌ ନୁହେଁ ବରଂ WhatsApp Business ଆକାଉଣ୍ଟ ସେଟଅପ୍‌ କରିପାରିବେ। ସର୍ବପ୍ରଥମେ ଫୋନରେ ହ୍ଵାଟସଆପ୍‌ ବିଜନେସ୍‌ ଆପ୍‌ କୁ ଇନଷ୍ଟଲ କରନ୍ତୁ। ଏହାପରେ ଆପ୍‌ ଇନଷ୍ଟଲ ପରେ ଏହାକୁ ଓପନ୍‌ କରନ୍ତୁ।

-ଏହାପରେ ଆପଣଙ୍କୁ କଣ୍ଟ୍ରି କୋଡ୍‌ ଏବଂ ନମ୍ବର ପଚରାଯିବ, ଏଠାରେ ଆପଣ ମୋବାଇଲ ନମ୍ବର ଜାଗାରେ ଲ୍ୟାଣ୍ଡଲାଇନ୍‌ ନମ୍ବର ଦେଇପାରିବେ। ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ଏସଟିଡି କୋଡ ସହ ନମ୍ବର 0334564XXX4 ହୋଇଥାଏ ତେବେ ନମ୍ବର ଜିରୋକୁ ହଟାଇ ଲେଖିବାକୁ ପଡିବ +91332654XXX4।

-ନମ୍ବର ପକାଇବା ପରେ ହ୍ଵାଟସଆପ୍‌ ବିଜନେସ୍‌ ଆପ୍‌ କୋଡ ଓଟିପି (OTP) ଆସିବ। କିନ୍ତୁ ଆମମୋନେ ଜାଶୁ କି ଲ୍ୟାଣ୍ଡଲାଇନ୍‌ ନମ୍ବରକୁ ଓଟିପି ଆସିବ କିପରି। ତେଣୁ କିଛି ସମୟ ପରେ ଆପଣଙ୍କୁ ଓଟିପି ଭେରିଫିକେସନ୍‌ ପାଇଁ Call Meର ବିକଳ୍ପ ମିଳିବ।

-ଏହାପରେ ଆପଣଙ୍କ ଲ୍ୟାଣ୍ଡଲାଇନ୍‌ ନମ୍ବରକୁ କଏ୍‌ ଆସିବ ଏବଂ ଆପଣଙ୍କୁ ଓଟିପି କୁହାଯିବ।

-ଏହାପରେ ଆପଣ ଓଟିପି ନୋଟ୍‌ ଡାଉନ୍‌ କରି ରେଜିଷ୍ଟେସନ୍‌ ପ୍ରକ୍ରିୟା ପୂରଣ କରିପାରିବେ। ଏହାପରେ ଆପଣଙ୍କ ହ୍ଵାଟସଆପ୍‌ ବିଜନେସ୍‌ ଆପ୍‌ ଲ୍ୟାଣ୍ଡଲାଇନ୍‌ ନମ୍ବର ସହ କାମ କରିବ।

D Sonali

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

5 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

14 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

49 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

56 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago