ହ୍ଵାଟସଆପ୍‌: Delete for Everyone ଫିଚରରେ ଆଣିଲା ବଡ଼ ପରିବର୍ତ୍ତନ, ଏବେ ଚାଟିଂ କରିବା ହେବ ଆହୁରି ସହଜ

ଦୁନିଆର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଚାଟିଂ ଆପ୍ ମଧ୍ୟରୁ ହ୍ଵାଟସଆପ୍‌ ଗତ କିଛି ବର୍ଷ ମଧ୍ୟରେ ଏହାର ଉପଭୋକ୍ତାମାନଙ୍କ ପାଇଁ ଅନେକ ନୂଆ ଅପଡେଟ୍ ପ୍ରକାଶ କରିଛି, ଯେଉଁଥିରେ ଅନେକ ପରିବର୍ତ୍ତନ ମଧ୍ୟ ହୋଇଛି । ଏଥିମଧ୍ୟରୁ ଗୋଟିଏ ହେଉଛି ହ୍ଵାଟସଆପ୍‌ Delete for Everyone ଫିଚର୍। ଖବର ଅନୁଯାୟୀ, ଏହି ଫିଚର୍ ରେ ଏକ ବଡ ପରିବର୍ତ୍ତନ ଆସିବାକୁ ଯାଉଛି।

ହ୍ଵାଟସଆପ୍‌ ର ଏହି ଫିଚର୍ ସହିତ, ଆପଣ ସେହି ମେସେଜକୁ ଡ଼ିଲେଟ କରିପାରିବେ ଯାହାକୁ ଆପଣ କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ନିକଟକୁ ପଠାଇଥିବେ। ଆମେ ଆପଣଙ୍କୁ କହି ରଖିବୁ ଯେ ଯେ ଯେତେବେଳେ ହ୍ଵାଟସଆପ୍‌ ଏହି ଫିଚରକୁ ଜାରି କରିଥିଲା ସେତେବେଳେ ଆପଣ ମେସେଜ ପଠାଇବାର ଆଠ ମିନିଟ୍ ମଧ୍ୟରେ ତାହାକୁ ଡ଼ିଲେଟ କରିପାରୁଥିଲେ। କିନ୍ତୁ ପରେ କିଛି ସମୟ ମଧ୍ୟରେ ଏହି ସମୟକୁ ଏକ ଘଣ୍ଟାକୁ ବୃଦ୍ଧି କରାଯଇଥିଲା ।

WABetaInfo ର ଏକ ରିପୋର୍ଟ ଅନୁଯାୟୀ, ହ୍ଵାଟସଆପ୍‌ ଏହାର Delete for Everyone ଫିଚରରେ ଏକ ନୂତନ ପରିବର୍ତ୍ତନ ଆଣିବାକୁ ଯାଉଛି। ହ୍ଵାଟସଆପ୍‌ ବିଟା ଭର୍ସନରେ ଏହି ପରିବର୍ତ୍ତନ ପରୀକ୍ଷା କରାଯାଉଛି । ବର୍ତ୍ତମାନ Delete for Everyone ଫିଚରରେ କୌଣସି ମେସେଜ୍ ଡିଲିଟ୍ କରିବାର ସମୟ ସୀମା ରହିବ ନାହିଁ, ଆପଣ ଅନ୍ୟମାନଙ୍କୁ ମେସେଜ ପଠାଇବା ପରେ ଯେକୌଣସି ସମୟରେ ଆପଣଙ୍କ ମେସେଜକୁ ଡ଼ିଲେଟ କରିପାରିବେ । WABetaInfo ରିପୋର୍ଟରେ କୁହାଯାଇଛି ଯେ ହ୍ଵାଟସଆପ୍‌ ବିଟା ଭର୍ସନ ୨.୨୧ .୨୧.୧ ରେ ସମସ୍ତଙ୍କ ପାଇଁ ଡିଲିଟ୍ କରିବାର ଅପସନ ମଧ୍ୟ ଦିଆଯାଇଛି ।

ତେବେ ଉପଭୋକ୍ତାମାନେ ଏହି ଫିଚର କେତେ ଦିନ ମଧ୍ୟରେ ପାଇବେ ଓ Delete for Everyone ର ଏହି ପରିବର୍ତ୍ତନକୁ କେତେ ଦିନ ବ୍ୟବହାର କରିପାରିବେ ଏବଂ ସେମାନେ ଏହାକୁ ବ୍ୟବହାର କରିବାକୁ ସମର୍ଥ ହେବେ କି ନାହିଁ? ଏହି ସବୁର କୌଣସି ସୂଚନା ଦିଆଯାଇ ନାହିଁ ହ୍ଵାଟସଆପ୍‌ ଗତ କିଛି ମାସ ମଧ୍ୟରେ ଅନେକ ନୂତନ ଫିଚର ପ୍ରକାଶ କରିଛି, ଯେଉଁଥିରେ ଡ଼ିସ୍ଅପ୍ୟରିଙ୍ଗ ମେସେଜ ଓ ହ୍ଵାଟସଆପ୍‌ ପେମେଣ୍ଟ ଭଳି ଫିଚର ଆଦି ଅନ୍ତର୍ଭୁକ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.