ଭାରତ ସମେତ ବହୁ ଦେଶରେ ହ୍ୱାଟ୍ସଆପ୍ପ ସେବା ବନ୍ଦ ଯୋଗୁ ୟୁଜର୍ସ ହଇରାଣ , ୨ ଘଣ୍ଟା ପରେ ଆରମ୍ଭ ହେଲା ସେବା

ନୁଆଦିଲ୍ଲୀ : ମେଟା ର ହ୍ୱାଟ୍ସଆପ୍ପ ସେବା କିଛି ସମୟ ପାଇଁ ବନ୍ଦ ରହିଥିଲା | ଏଥିପାଇଁ ବିଶ୍ୱର ଆଦିକାନ୍ସ ଦେଶର ୟୁଜର୍ସ ହଇରାଣ ହୋଇଥିଲେ | ଧୀରେ ଧୀରେ ସେବା ଅପରାହ୍ନ 2.15 ରେ ଆରମ୍ଭ ହୋଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି | ହ୍ୱାଟ୍ସଆପ୍ପ ସେବା ଖୁବ ଶୀଘ୍ର ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ ବୋଲି କମ୍ପାନୀ କହିଛି | ଦିନ 12 ଟା ରୁ ସେବା ରେ ଅସୁବିଧା ଦେଖାଯାଇଥିଲା |

କେଉଁ ସବୁ ଦେଶରେ ହୋଇଥିଲା ଅସୁବିଧା :

ମିଳିଥିବା ସୂଚନା ଅନୁଯାଇ ଇଟାଲୀ ଓ ତୁର୍କୀ ର ୟୁଜର୍ସ ମଧ୍ୟ ମେସେଜ ପଠାଇ ପାରୁନଥିଲେ | ଭାରତର କେତେକ ସ୍ଥାନରେ କାଲି ସନ୍ଧ୍ୟାରୁ ହ୍ୱାଟ୍ସଆପ୍ପ ଠିକ ଭାବେ କାମ କରୁ ନଥିବା ଅଭିଯୋଗ ହୋଇଥିଲା | ମେଟା ଡାଟାକୁ ପୁଣି ଥରେ ରିଷ୍ଟର କରିବା ବୋଲି କହିଛି | ଆମେ ଖୁବ ଶୀଘ୍ର ସମସ୍ତଙ୍କ ପାଖରେ ସେବା ପହଞ୍ଚାଇବାକୁ ଚେଷ୍ଟା ଜାରି ରଖୁଛୁ ବୋଲି ମେଟା ପକ୍ଷରୁ କୁହାଯାଇଛି | ତେବେ କଣ ପାଇଁ ଏପରି ଅସୁବିଧା ହୋଇଥିଲା କିମ୍ବା ହେକ କରାଯାଇଥିଲା ସେ ସମ୍ପର୍କରେ କମ୍ପାନୀ ପକ୍ଷରୁ କିଛି କୁହାଯାଇନାହିଁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.