WhatsApp ର ନୂଆ ଫିଚର Fast Playback ରେ ମେସେଜ ପଠାଇବା ହେବ ସହଜ, ଟାଇପିଂ ଝିନଝଟରୁ ମିଳିବ ମୁକ୍ତି

WhatsApp ଆଣିଛି ନୂଆ ଫାଷ୍ଟ ପ୍ଲେର ଫିଚର। ଏହି ଫିଚର ଯୋଗୁଁ ଏବେ ଆପଣଙ୍କୁ ମେସେଜ ଟାଇପିଂ କରିବା ଝିନଝଟରୁ ମିଳିବ ମୁକ୍ତି। ଆଉ ଟାଇପିଂ କରି ଅଯଥା ସମୟ ବରବାଦ କରିବାକୁ ପଡିବ ନାହିଁ। ଯେଉଁମାନେ ମେସେଜିଂ ପ୍ଲାଟଫର୍ମ WhatsAppରେ ଲମ୍ବା ଭଏସ୍ ମେସେଜ୍ କରନ୍ତି, ସେମାନଙ୍କ ପାଇଁ ଏହି ଫିଚର ବେଶ ଉପଯୋଗ୍ଯ ହେବ।

ଏହା ମାଧ୍ୟମରେ ଉପଭୋକ୍ତାମାନେ ଭଏସ୍ ମେସେଜ୍ ପାଇଁ ପ୍ଲେ ସ୍ପିଡ୍ ସେଟିଂରେ ପରିବର୍ତ୍ତନ କରିପାରିବେ। କେବଳ ସେତିକି ନୁହେଁ ଜଣେ ନିଜ ସ୍ୱରର ପିଚ୍ ପରିବର୍ତ୍ତନ ନକରି ପ୍ଲେ ସ୍ପିଡ୍ 2 ଗୁଣ ପର୍ଯ୍ୟନ୍ତ ବଢାଇପାରିବ।

ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଶୀଘ୍ର ସବୁକିଛି କରିବାକୁ ଚାହିଁଥାନ୍ତି । ଏପରି ପରିସ୍ଥିତିରେ, ଲୋକମାନେ ଟାଇପ୍ କରି ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ । ଫାଷ୍ଟ ପ୍ଲେବ୍ଯାକ୍ ମାଧ୍ୟମରେ ଉପଭୋକ୍ତାମାନେ ଭଏସ୍ ମେସେଜ୍ ପଠାଇ ପାରିବେ ଏବଂ ଏହାର ସ୍ପିଡ ମଧ୍ୟ ବଢାଇପାରିବେ। ଏହି ଆପ୍ ଅପଡେଟ୍ କରି ଆପଣ WhatsApp ଫାଷ୍ଟ ପ୍ଲେକ୍ ର ଫିଚର୍ସ ମଧ୍ୟ ବ୍ୟବହାର କରିପାରିବେ । ଏହା ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ଡେସ୍କଟପ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଉପଲବ୍ଧ ।

କେମିତି କାମ କରିବ ?

WhatsApp ରେ ଆପଣ ଡିଫଲ୍ଟ 1x ସେଟିଂରୁ ପ୍ଲେକ୍ ସ୍ପିଡ୍ 1.5x କିମ୍ବା 2x ସ୍ପିଡ୍ କୁ ବୃଦ୍ଧି କରିପାରିବେ । ନୂଆ ଫିଚର୍ସ ବିଷୟରେ ସବୁଠାରୁ ଭଲ କଥା ହେଉଛି ଏହା କାହାର ସ୍ୱରର ପିଚ୍ ପରିବର୍ତ୍ତନ କରେ ନାହିଁ । ପ୍ଲେକ୍ ସ୍ପିଡ୍ ପରିବର୍ତ୍ତନ ପାଇଁ ଭଏସ୍ ମେସେଜ୍ ର ଡାହାଣକୁ 1x ଟ୍ୟାପ୍ କରନ୍ତୁ । ଥରେ ଟ୍ୟାପ୍ ହୋଇଗଲେ ଏହାର ଗତି 1.5x କୁ ବଢାଇପାରିବେ। ଯଦି ଆପଣ ଆଇକନ୍ ଉପରେ ଦୁଇଥର ଟ୍ୟାପ୍ କରନ୍ତି, ପ୍ଲେକ୍ ବେଗ 2x କୁ ବୃଦ୍ଧି ପାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.