ବିନା ଚାଟ ବକ୍ସ ଖୋଲି ଆପଣ ବି ହ୍ବାଟସଆପ୍ ରେ ପଢିପାରିବେ ମେସେଜ, ଜାଣନ୍ତୁ ଏହାର ସହଜ ଉପାୟ

ଆପଣ ସମସ୍ତେ ଜାଣନ୍ତି ଯେ ନୋଟିଫିକେସନ ଦ୍ୱାରା ମଧ୍ୟ ମେସେଜ ପଢ଼ିପାରିବା । ସେହିପରି ଏକ ଉପାୟ ଅଛି ଯାହା ଦ୍ୱାରା ଆପଣ ବିନା ହ୍ବାଟସଆପ୍ ଏବଂ ଚାଟ ବକ୍ସ ଖୋଲି ହ୍ବାଟସଆପ୍ ମେସେଜ୍ ପଢିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ସରଳ ଉପାୟ ।

ବର୍ତ୍ତମାନ ଆପଣଙ୍କୁ Widgets ଉପରେ କ୍ଲିକ୍ କରିବାକୁ ପଡିବ । ଯେଉଁଠାରେ ଆପଣ ଆପଣଙ୍କର ସମସ୍ତ ଆପ୍ ପାଇଁ ସର୍ଟକଟ୍ ପାଇବେ।

ଏଠାରେ ଆପଣଙ୍କୁ ହ୍ବାଟସଆପ୍ ସର୍ଟକଟ୍ ଖୋଲି ତାହା ଉପରେ କ୍ଲିକ କରିବାକୁ ପଡିବ । ଏହାପରେ ‘4 × 1’ହ୍ବାଟସଆପ୍ ଅପସନକୁ ଚୟନ କରନ୍ତୁ।

ଏହା ସହିତ ଆପଣ ହୋମ ସ୍କ୍ରିନରେ ହ୍ବାଟସଆପ୍ କୁ ଯୋଡିପାରିବେ ଏବଂ ଏହି Widgetsକୁ ବିସ୍ତାର କରିପାରିବେ । ବର୍ତ୍ତମାନ ଆପଣ ବିନା ହ୍ବାଟସଆପ୍ଆପ୍ ଖୋଲି ସମସ୍ତ
ମେସେଜକୁ ପଢିପାରିବେ ।

କିନ୍ତୁ ସାମସଙ୍ଗ ବ୍ୟବହାରକାରୀଙ୍କ ପାଇଁ ଏହି ପଦ୍ଧତି ଟିକିଏ ଅଲଗା, ସେମାନଙ୍କୁ ପ୍ରଥମେ ହ୍ବାଟସଆପ୍ Widgets ଉପରେ କ୍ଲିକ୍ କରିବାକୁ ପଡିବ ଏବଂ ତା’ପରେ ଏହାକୁ ଡାହାଣକୁ ସ୍ୱାଇପ୍ କରିବାକୁ ପଡିବ ।

ଏହା ପରେ ତୁରନ୍ତ ସ୍କ୍ରିନରେ ଦେଖାଯାଉଥିବା ଦ୍ୱିତୀୟ ସ୍ଲାଇଡ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆଡ୍ ବଟନ୍ ଉପରେ କ୍ଲିକ୍ କରି ଏହି Widgets ହୋମ ସ୍କ୍ରିନକୁ ଯାଆନ୍ତୁ ।

ସମସ୍ତ ଆଣ୍ଡ୍ରଏଡ୍ ଉପଭୋକ୍ତା, ନୂତନ ଏବଂ ପୁରୁଣା ଫୋନ ରେ ଏହି ପ୍ରକ୍ରିୟା ମାଧ୍ୟମରେ ସମସ୍ତ ପ୍ରକାରର ମେସେଜକୁ ସହଜରେ ପଢିପାରିବେ ।

ୱେବ୍ ହ୍ବାଟସଆପ୍ ମେସେଜ୍

ଯଦି ଆପଣ ୱେବ୍ ହ୍ବାଟସଆପ୍ ମେସେଜ୍ ପଢିବାକୁ ଚାହାଁନ୍ତି, ତେବେ ଆପଣ ଚାଟ୍ ନ ଖୋଲି ସହଜରେ ପଢିପାରିବେ ।

ଏଥିପାଇଁ, ସର୍ବପ୍ରଥମେ, ଆସୁଥିବା ୱେବ୍ ମେସେଜ୍ ଉପରେ ଆପଣଙ୍କୁ କର୍ସର୍ ରଖିବାକୁ ପଡିବ, ଏହାପରେ ଆପଣ ସେହି ମେସେଜକୁ ଉପରେ ଦେଖିପାରିବେ । ଏହିପରି, ଚାଟ୍ ବକ୍ସ ନ ଖୋଲି ମଧ୍ୟ ଆପଣ ମେସେଜ ପଢିପାରିବେ , କିନ୍ତୁ ୱେବ୍ ଭର୍ସନରେ କେବଳ ନୂଆ ମେସେଯାଉ ଆପଣ ଦେଖିପାରିବେ , କିନ୍ତୁ ପୁରୁଣା ମେସେଜକୁ ପଢିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.