ହ୍ୱାଟ୍ସଆପରେ ଆସିଲା ନୂଆ ଫିଚର, ଏଣିକି ପୋଲ୍ ଫିଚର୍ସ କ୍ରିଏଟ୍ କରି ଚାଟିଂ ସମୟରେ ନେଇପାରିବେ ଲୋକଙ୍କ ମତାମତ

ମେଟା ମାଲିକାନାରେ ଥିବା ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ୍ ମେସେଜିଂ ହ୍ଵାଟ୍ସଆପ୍‌ ନିକଟରେ ଆଉ ଏକ ଫିଚର ଲଞ୍ଚ କରିଛି। ଏହି ଫିଚର୍ସର ନାମ ହେଉଛି ହ୍ୱାଟ୍ସଆପ୍ ପୋଲ୍(Poll) ଫିଚର। ଏହି ଫିଚରର ବ୍ୟବହାର ଗ୍ରୁପ୍ ଚାଟ୍ ଏବଂ ଇଣ୍ଡିଭିଜୁଆଲ୍ ଚାଟରେ ବ୍ୟବହାର କରାଯିବ । ହ୍ୱାଟ୍ସଆପ୍ ପୋଲ୍ ଜରିଆରେ ଆପଣ ନିଜର କୌଣସି ବି ପ୍ରଶ୍ନରେ ଲୋକଙ୍କ ପ୍ରତିକ୍ରିୟା ଜାଣିପାରିବେ ।

ଏହି ଫିଚର୍ସ କିପରି କାର୍ଯ୍ୟ କରିବ?

  • ଉପଭୋକ୍ତାମାନଙ୍କୁ ପ୍ରଥମେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହ୍ଵାଟ୍ସଆପ୍‌ ଲାଟେଷ୍ଟ ଭର୍ସନ ଡାଉନଲୋଡ୍ କରିବାକୁ ପଡିବ ।
  • ନିଜ ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ ଖୋଲନ୍ତୁ ଏବଂ ଗ୍ରୁପ୍ ବା ଇଣ୍ଡିଭିଜୁଆଲ୍ ଚାଟକୁ ଯାଆନ୍ତୁ ।
  • ଏବେ ଆଣ୍ଡ୍ରଏଡରେ ଆଟାଚମେଣ୍ଟ ବଟନ ଏବଂ ଆଇଓଏସରେ ପ୍ଲସ୍(+) ବଟନ ଉପରେ ଟ୍ୟାପ୍ କରନ୍ତୁ ।
  • ଏହା ପରେ ଆପଣ ପୋଲ୍ ଫିଚରର ଅପସନ ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ।
  • ଏବେ ନିଜ ପ୍ରଶ୍ନ ‘Ask question’ ବିଶିଷ୍ଟ ବ୍ଲକରେ ଲେଖନ୍ତୁ ।
  • ଏହା ପରେ ଆପଣଙ୍କୁ ଭୋଟିଂ(ଅପ୍ସନ)ରେ ଜବାବ ଯୋଡିବାକୁ ହେବ ।
  • ଏହା ପରେ ସେଣ୍ଡ ବଟନ ଉପରେ କ୍ଲିକ୍ କରନ୍ତୁ ।

1-8

ଏବେ ଆପଣଙ୍କୁ ପୋଲ୍ ପଠାଇବାକୁ ହେବ ଏବଂ ଗ୍ରୁପର ୟୁଜର ସେହି ବ୍ୟକ୍ତି ଯାହା ସହିତ ଆପଣ ପୋଲ୍ ସେୟାର କରିଛନ୍ତି, ପୋଲରେ ପ୍ରତିକ୍ରିୟା ଦେଇପାରିବେ । ଯଦି ଜଣେ ବ୍ୟକ୍ତି ଚାହିଁବ ତେବେ ଉତ୍ତର ରୂପେ ସମସ୍ତ ଅପ୍ସନକୁ ମଧ୍ୟ ସିଲେକ୍ଟ କରିପାରିବ । ପୋଲ୍ସ ସେୟାର ବା ଫରୱାର୍ଡ କରାଯାଇପାରିବ ନାହିଁ । ଆପଣ ସେଥିରେ ରିପ୍ଲାଏ ବା ରିଆକ୍ଟ କରିପାରିବେ । ଯଦି ଆପଣ ହ୍ଵାଟ୍ସଆପ୍‌ ଲାଟେଷ୍ଟ ଭର୍ସନ ଅପଡେଟ୍ କରିବା ପରେ ମଧ୍ୟ ଏହି ଫିଚର୍ସ ପାଇ ନାହାଁନ୍ତି, ତେବେ କିଛି ସମୟ ଅପେକ୍ଷା କରନ୍ତୁ। ଖୁବ୍ ଶୀଘ୍ର ଏହି ଫିଚର୍ସ ସମସ୍ତ ଉପଭୋକ୍ତାମାନଙ୍କ ପାଇଁ ରୋଲଆଉଟ କରାଯିବ।

2-8

ତେବେ ହ୍ଵାଟ୍ସଆପ୍‌ ଉପଭୋକ୍ତାମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ସମୟ ସମୟରେ ନୂତନ ଫିଚର୍ସ ଯୋଡିବାରେ ଲାଗିଥାଏ। କିଛି ଦିନ ପୂର୍ବରୁ, କମ୍ପାନୀ କମ୍ୟୁନିଟି ଫିଚର୍ସ ଲଞ୍ଚ କରିଥିଲା । କେବଳ ଏତିକି ନୁହେଁ ହ୍ଵାଟ୍ସଆପ୍‌ ଅନେକ ନୂତନ ଫିଚର୍ସର ପରୀକ୍ଷା ଚାଲିଛି। ଭାରତରେ ହ୍ୱାଟ୍ସଆପର ପ୍ରାୟ ୪୮.୯ କୋଟି ୟୁଜର ଅଛନ୍ତି । ସେହିଭଳି ସାରା ବିଶ୍ୱରେ ଏହାର ପ୍ରାୟ ୨ ଅରବରୁ ଅଧିକ ୟୁଜର ଅଛନ୍ତି । ହ୍ୱାଟ୍ସଆପକୁ ୨୦୦୯ରେ ଲଞ୍ଚ୍ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.