ଟେକ୍

ସାବଧାନ ! ହ୍ୱାଟ୍ସଆପ୍‌ ବ୍ୟାନ କଲା ୧୭.୫ ଲକ୍ଷ ଆକାଉଣ୍ଟ, ଆପଣ ଏପରି ଭୁଲ୍ କରୁ ନାହାଁନ୍ତି ତ ?

ସୋସିଆଲ ମିଡିଆ କମ୍ପାନୀ ହ୍ଵାଟସଆପ୍‌ ନଭେମ୍ବର ୨୦୨୧ ରେ ୧୭.୫ ଲକ୍ଷରୁ ଅଧିକ ଭାରତୀୟ ବ୍ୟବହାରକାରୀଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। କମ୍ପାନୀ ଏହାର ରିପୋର୍ଟରେ ଏହା ପ୍ରକାଶ କରିଛି। ହ୍ଵାଟସଆପ୍‌ ଏହା ମଧ୍ୟ କହିଛି ଯେ ଏହି ସମୟ ମଧ୍ୟରେ ସେମାନେ ୬୦୨ ଟି ଅଭିଯୋଗ ଗ୍ରହଣ କରିଛନ୍ତି, ସେଥିମଧ୍ୟରୁ ୩୬ ଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ ଅକ୍ଟୋବର ୨୦୨୧ ରେ ହ୍ଵାଟସଆପ୍‌ ଭାରତରେ ୨୦ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ହ୍ଵାଟସଆପ୍‌ ମୁଖପାତ୍ର କହିଛନ୍ତି, ଆଇଟି ନିୟମ ୨୦୨୧ ଅନୁଯାୟୀ, ଆମେ ନଭେମ୍ବର ମାସ ପାଇଁ ଆମର ଷଷ୍ଠ ମାସିକ ରିପୋର୍ଟ ପ୍ରକାଶ କରିଛୁ। ଏହି ୟୁଜର ସେଫ୍ଟି ରିପୋର୍ଟରେ ୟୁଜରଙ୍କର ଅଭିଯୋଗର ବିବରଣୀ ଓ ହ୍ୱାଟ୍ସଆପ୍‌ ଦ୍ୱାରା କରାଯାଇ ଥିବା ସମ୍ୱନ୍ଧିତ କାର୍ଯ୍ୟାନୁଷ୍ଠାନ ସହ ହ୍ୱାଟ୍ସଆପ୍‌ ଦ୍ୱାରା ନିଜେ କରିଥିବା ପଦକ୍ଷେପ ବି ସାମିଲ ଅଛି। ସଚିବ ଜଣଙ୍କ କହିଛନ୍ତି ହ୍ୱାଟ୍ସଆପ୍‌ ନଭେମ୍ୱରରେ ୧୭.୫ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍‌ କରି ଦେଇଛନ୍ତି ।

ହ୍ଵାଟସଆପ୍‌ ଦାବି କରିଛି ଯେ ନଭେମ୍ବର ୨୦୨୧ ରେ ଏହା ୬୦୨ ୟୁଜର୍ସଙ୍କ ରିପୋର୍ଟ ପାଇଛି। ଏଥିରେ ୩୫୭ ନିଷେଧ ଆବେଦନ, ୧୪୯ ଆକାଉଣ୍ଟ ପାଇଁ ସ୍ପାଉନିଂ ଇସୁ, ୪୮ ପ୍ରଡକ୍ଟ ସପୋର୍ଟ ରିପୋର୍ଟ ଏବଂ ୨୭ ସୁରକ୍ଷା ସମସ୍ୟା ରିପୋର୍ଟ ଅନ୍ତର୍ଭୁକ୍ତ । ପ୍ରାପ୍ତ ରିପୋର୍ଟଗୁଡିକ ଉପରେ ଆଧାର କରି, ୩୬ ଟି ଆକାଉଣ୍ଟରେ “କାର୍ଯ୍ୟ” ନିଆଯାଇଥିଲା । ରିପୋର୍ଟ ଅନୁଯାୟୀ, ଭାରତୀୟ ଆକାଉଣ୍ଟଗୁଡିକ +୯୧ ଫୋନ୍ ନମ୍ବର ମାଧ୍ୟମରେ ଚିହ୍ନଟ ହୋଇଛି ।

ଆପଣ ଏପରି ଭୁଲ୍ କରୁ ନାହାଁନ୍ତି ତ ?

କମ୍ପାନୀ କହିଛି ଯେ ୯୫ ପ୍ରତିଶତରୁ ଅଧିକ ବ୍ୟାନ୍‌ ଅଟୋମେଟିକ୍‌ ବା ବଳ୍କ ମେସେଜିଂ( ସ୍ମାମ୍‌)ର ଭୁଲ୍‌ ଉପଯୋଗ କାରଣରୁ ହୋଇଥାଏ । ନିଜର ହ୍ୱାଟ୍ସଆପ୍ ଆକାଉଣ୍ଟକୁ ବ୍ୟାନ୍‌ ହେବାରୁ ବଞ୍ଚାଇବା ପାଇଁ ଏହି ଭୁଲ୍ କରନ୍ତୁ ନାହିଁ ।

୧- ହ୍ୱାଟ୍ସଆପ୍‌ରେ କେବେ ବି ନକଲି ଆକାଉଣ୍ଟ କରିବାର ପ୍ରୟାସ କରନ୍ତୁ ନାହିଁ ।

୨- ଅଜଣା କଣ୍ଟାକ୍ଟକୁ ବହୁତ ଅଧିକ ମେସେଜ ପଠାଇବାରୁ ନିବୃତ୍ତ ରୁହନ୍ତୁ ।

୩- ହ୍ୱାଟ୍ସଆପ୍‌ ନାମରେ କରାଯାଇ ଥିବା ଥାର୍ଡ-ପାର୍ଟି ଆପ୍ସ ବ୍ୟବହାର କରନ୍ତୁ ନାହିଁ ।

୪- ହିଂସୁକ ଓ ଧମକ ପୂର୍ଣ୍ଣ ବା ଖୁଲମଖୁଲା ସ୍ତରରେ ଯୌନ ବାର୍ତ୍ତା ଓ ମିଡ଼ିଆ ପଠାଇବାରୁ ନିବୃତ୍ତ ରହିବା ଉଚିତ୍‌।

୫- କେବେ ବି ମାଲୱେୟର ବା ଫିଶିଂ ଲିଙ୍କ୍‌ ପଠାନ୍ତୁ ନାହିଁ ।

Barsha

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

6 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

12 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

42 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

49 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago