iphone ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପ୍‌ ଆଣିଲା ଖାସ୍‌ ଫିଚର, ଜରୁରୀ ଚାଟ ହେବ ଆହୁରି ସୁରକ୍ଷିତ

ଆଇଫୋନ୍ ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପରେ ଏକ ନୂଆ ଫିଚର ଆସିଛି । ୟୁଜରମାନଙ୍କ ଜରୁରୀ ଚାଟ୍‌ ଏବେ ଆହୁରି ସୁରକ୍ଷିତ ରହିବ । ସେମାନେ ଯେତେବେଳେ ଚାହିଁବେ, ସେତେବେଳେ ଚାଟକୁ ସହଜରେ ଖୋଜି ପାରିବେ । ଏହି ଫିଚର ଉପରେ ପରୀକ୍ଷା କରାଯାଉଥିଲା, ଯାହା ବର୍ତ୍ତମାନ ରୋଲଆଉଟ୍‌ ହୋଇଯାଇଛି । ଆଇଫୋନ୍ ପାଇଁ ହ୍ଵାଟ୍ସଆପରେ ଦିଆଯାଇଥିବା ଏହି ଫିଚର କୋଟି କୋଟି ୟୁଜର୍ସଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ୟୁଜର୍ସମାନେ ଖାସ୍‌ କଣ୍ଟାକ୍ଟ ଏବଂ ଗ୍ରୁପର ଚାଟ କୁ ମ୍ୟାନେଜ୍‌ କରିପାରିବେ । ଏହା ବ୍ୟତୀତ ୟୁଜର୍ସମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚାଟକୁ ସେଭ୍‌ କରିପାରିବେ । ଆପଣ ନିଜ ସାଙ୍ଗ ଏବଂ ଗ୍ରୁପର ଚାଟକୁ ଅଧିକ ଗୁରୁତ୍ୱ ଦେଇ ପାରିବେ ।

WhatsAppର ଏହି ନୂଆ ଫିଚର ସାହାଯ୍ୟରେ, ଆଇଫୋନ୍ ୟୁଜରମାନେ ଶୀଘ୍ର ସେମାନଙ୍କର ପସନ୍ଦ ଚାଟକୁ ଫେରିବାକୁ ସକ୍ଷମ ହେବେ। WhatsAppରେ ଏକ ନୂଆ କଷ୍ଟମ୍ ଫିଲ୍ଟର ଫିଚର ମିଳିବ । ଏହି ଟୁଲ୍‌ ଦ୍ୱାରା ୟୁଜରମାନେ ସେମାନଙ୍କ ସୁବିଧା ଅନୁଯାୟୀ ବାରମ୍ବାର ଆକ୍ସେସ୍ ହୋଇଥିବା ଚାଟ୍ ଏବଂ ଗ୍ରୁପକୁ ପ୍ରାଥମିକତା ଦେଇପାରିବେ । ଆଇଫୋନ୍ ୟୁଜରଙ୍କ ପାଇଁ ମେଟା ଏହି ଫିଚରକୁ ରୋଲଆଉଟ୍‌ କରିଛି । ଏହି ଅପଡେଟ୍‌ ପର୍ଯ୍ୟାୟକ୍ରମେ ରୋଲ ଆଉଟ୍‌ କରାଯାଇଛି, ଯେଉଁ କାରଣରୁ ଏହି ଫିଚର ଶୀଘ୍ର ସମସ୍ତ ଆଇଫୋନ୍ ୟୁଜରଙ୍କ ପାଇଁ ଉପଲବ୍ଧ ହେବ ।

କଷ୍ଟମ୍ ଫିଲ୍ଟର ସାହାଯ୍ୟରେ ୟୁଜରମାନେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଚାଟକୁ ପ୍ରାଥମିକତା ଦେଇପାରିବେ । ୟୁଜରମାନେ ଏହି ଫିଚରକୁ ଆପ୍ ସେଟିଂରେ ଦେଖିପାରିବେ । ଏହା ବ୍ୟତୀତ ମେଟା AI ଫିଚର ମଧ୍ୟ ଇନଷ୍ଟାଣ୍ଟ ମେସେଜିଂ ଆପରେ ଇଣ୍ଟିଗ୍ରେଟେଡ୍‌ କରାଯାଉଛି । WhatsApp ସବୁବେଳେ ନିଜ ୟୁଜରଙ୍କ ପାଇଁ ଫିଚର ରୋଲଆଉଟ୍‌ କରେ । ତେବେ ବର୍ତ୍ତମାନ ଆସିଥିବା ଫିଚରକୁ କେବଳ ଆଇଫୋନ ୟୁଜର ହିଁ ବ୍ୟବହାର କରିପାରିବେ ।

You might also like