ପୁଣି ହ୍ଵାଟସଆପ୍‌ ଲଞ୍ଚ କଲା ଦୁଇଟି ନୂଆ ଫିଚର, ଜାଣନ୍ତୁ ମେସେଜ ଲେବଲ ରିପୋଟିଂ ଏବଂ ଫ୍ଲାସ୍‌ କଲ୍‌ କେମିତି କରିଥାଏ କାମ

ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟସଆପ୍‌ ପ୍ରତିଦିନ ନୂଆ ନୂଆ ଫିଚର ଲଞ୍ଚ କରୁଛି। ଆଉ ଆଜିକାଲି ସମସ୍ତେ ପ୍ରାୟତଃ ଇନଷ୍ଟାଣ୍ଟ ମେସେଜିଂ ଆପ୍‌ Whatsapp କୁ ବେଶି ବ୍ୟବହାର କରୁଛନ୍ତି। ଏଥିପାଇଁ ସବୁଠାରୁ ଲୋକପ୍ରିୟ ଆପ୍‌ ହୋଇଛି ହ୍ଵାଟସଆପ୍‌। ମେସେଜ ପଠାଇବା, ଷ୍ଟାଟସ ଚେକ୍‌ କରିବା ଇତ୍ୟାଦି ଆଜିକାଲିର ଯୁବପିଢି ବେଶି କରୁଛନ୍ତି।

କୋଟି କୋଟି ଭାରତୀୟ ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟସଆପ୍‌କୁ ବ୍ୟବହାର କରୁଛନ୍ତି। ଏହାକୁ ମଜାଦାର କରିବା ପାଇଁ କମ୍ପାନୀ ମଧ୍ୟ ଆପରେ ଜବରଦସ୍ତ ଫିଚର୍ସ ଆଣୁଛି। ହ୍ଵାଟସଆପ୍‌ ଏବେ ଦୁଇଟି ନୂଆ ଫିଚର୍ସ ଲଞ୍ଚ କରିଛନ୍ତି। ଯାହା ଆପଣଙ୍କ ଆକାଉଣ୍ଟକୁ ଆହୁରି ଅଧିକ ସୁରକ୍ଷିତ ରଖିବ। ନିଜ ୟୁଜର୍ସଙ୍କୁ ବାନ୍ଧି ରଖିବା ପାଇଁ ହ୍ଵାଟସଆପ୍‌ ବେଶ୍‌ ପରିଶ୍ରମ ମଧ୍ୟ କରୁଛି। ଲଞ୍ଚ କରିଥିବା ଦୁଇଟି ନୂଆ ଫିଚର୍ସ ହେଉଛି ‘ମେସେଜ ଲେବଲ ରିପୋଟିଂ ଏବଂ ଫ୍ଲାସ୍‌ କଲ୍ସ’।

ମେସେଜ ଲେବଲ ରିପୋଟିଂ:

ୟୁଜର୍ସ ଏବେ ମେସେଜ ଲେବଲ ଫିଚର ସହିତ ଏକ ସ୍ପେସିଫିକ ମେସେଜକୁ ପ୍ଲଗ କରି ହ୍ଵାଟସଆପ୍‌କୁ ଆକାଉଣ୍ଟ ରିପୋର୍ଟ କରିପାରିବେ। କୌଣସି ୟୁଜରଙ୍କୁ ରିପୋର୍ଟ କରିବା କିମ୍ବା ବ୍ଲକ୍‌ କରିବା ପାଇଁ କୌଣସି ସ୍ୱତନ୍ତ୍ର ମେସେଜ ଉପରେ ଅଧିକ ସମୟ ପ୍ରେସ କରି ରଖି କରିପାରିବେ। ଆଉ ସେହି ମେସେଜ ସମ୍ବନ୍ଧୀୟ କିଛି ବି ଆପଣଙ୍କ ପାଖକୁ ଆସିବନାହିଁ।

ସେପଟେ ସ୍ପାମ୍‌ ମେସେଜ, ଟାଙ୍ଗଟେଡ୍‌ ହାରାସମେଣ୍ଟ, ଅବାଞ୍ଛିତ ମେସେଜ, ଅପରାଧିକ ମେସେଜ ଠାରୁ ବଞ୍ଚିବା ପାଇଁ ମେସେଜଲେବଲ ରିପୋଟିଂ କାମରେ ଆସିଥାଏ। ଏହି ଫିଚର ଯୋଗୁଁ କେବଳ ସେପ୍ଟେମ୍ବରରେ ୨.୨ ମିଲିଅନରୁ ଅଧିକ ଆକାଉଣ୍ଟରେ ପ୍ରତିବନ୍ଧକ ଲଗାଯାଇଛି।

ଫ୍ଲାସ୍‌ କଲ୍ସ:

ନୂଆ ଫ୍ଲାସ କଲ୍ସ ଦ୍ୱାରା ଆଣ୍ଡ୍ରଏଡ ୟୁଜର୍ସକୁ ସକ୍ଷମ କରିବା ପାଇଁ ନିଜ ଡିଭାଇସରେ ହ୍ଵାଟସଆପ୍‌ ଇନଷ୍ଟଲ କିମ୍ବା ରି-ଇନଷ୍ଟଲ କରୁଥିଲେ ଏସଏମଏସ ଛଡା ଅଟୋମେଟେଡ କଲ୍‌ ସହିତ ନିଜର ଫୋନ ନମ୍ବର ଭେରିଫାଏ କରିପାରିବେ। ଏହା ଅନ୍ୟ ସବୁ ବିକଳ୍ପ ଠାରୁ ଅଧିକ ସୁରକ୍ଷିତ ବୋଲି ହ୍ଵାଟସଆପ୍‌ ଦାବି କରିଛି।

Leave A Reply

Your email address will not be published.