ଟେକ୍

WhatsApp ଆଣିବ ନୂଆ ଫିଚର, ଏକାସାଙ୍ଗେ ପହଁଚିବ ପବ୍ଲିକ ପାଖକୁ ମେସେଜ୍

କେନ୍ୟୁଜ୍‌(ବ୍ୟୁରୋ): ଇନଷ୍ଟାଣ୍ଡ ମେସେଜିଂ ଆପ୍ଲିକେସନ WhatsApp ସବୁବେଳେ ନୂଆ ନୂଆ ଫିଚର ସାମନାକୁ ଆଣିଥାଏ । ଫଳରେ ଏହାର ୟୁଜର ଏହି ନୂଆ ଫିଚର ସବୁର ଫାଇଦା ନେଇ ପାରନ୍ତି । ଏହାସହ ଏହିସବୁ ଫିଚର ଆସିବା ଫଳରେ ୟୁଜରଙ୍କ କାମ ଆଉ ଟିକେ ସହଜ ହୋଇଯାଏ । ଅନେକ ୟୁଜର ଏହି ଆପ୍ଲିକେସନ ଜରିଆରେ ନିଜର ସହଯୋଗୀଙ୍କ ସହ କାମ କରିଥାନ୍ତି । ଏହାସହ ବିଭିନ୍ନ ସୂଚନା ତଥା ମେସେଜକୁ ନିଜ ଟିମ୍‌ସହ ସେୟାର କରିବାରେ ଏହା ଲାଭଦାୟକ ହୋଇଥାଏ । WhatsApp ଏବେ ସେପରି ଏକ ଫିଚର ଉପରେ କାମ କରୁଛି । ଖୁବଶୀଘ୍ର ଏହାକୁ ଆଗାମୀ ଅପଡେଟ୍‌ରେ ଲଞ୍ଚ କରିବ । ଏହି ଫିଚର ପୂର୍ବରୁ ଟେଲିଗ୍ରାମରେ ରହିଥିବା ବେଳେ WhatsApp ଏହାକୁ ଆଣିବାକୁ ଯାଉଛି ।

ରିପୋର୍ଟ ଅନୁସାରେ WhatsApp ଚ୍ୟାନେଲ ନାମକ ଏକ ଫିଚର ଆଣିବାକୁ ଯାଉଛି । ଏହା WhatsApp ର ଏକ ନୂଆ ଟୁଲସ ହେବ । ଏହି ଟୁଲସ ସୂଚନାକୁ ବ୍ରୋଡକାଷ୍ଟ କରିପାରିବ । ଫଳରେ ଅଧିକ ସଂଖ୍ୟକ ୟୁଜରଙ୍କ ପାଖରେ ସୂଚନା ପହଁଚି ପାରିବ । ହ୍ଵାଟସଆପ ବେଟା ଇନଫୋର ରିପୋର୍ଟ ଅନୁଯାୟୀ କମ୍ପାନୀ ଏବେ ଏକ ନୂଆ ଅପଡେଟ ଉପରେ କାମ କରୁଛି । ଫଳରେ ଏହି ଫିଚର ଆଣ୍ଡ୍ରଏଡ, ଆଇଓଏସ ଓ ଡେକ୍ସଟପ ବେଟା ଯୁଜରଙ୍କ ପାଖରେ ଉପଲବ୍ଧ ହେବ ।
ଏବେ ହ୍ଵାଟସଆପରେ ଓ୍ଵାନ-ଅନ-ଓ୍ଵାନ କମ୍ୟୁନିକେସନ ଫିଚର ଉପଲବ୍ଧ ରହିଛି । ଏହି ଅପଡେଟ ଆସିବା ପରେ ଏହା ଆଉଏକ ପାଦ ଆଗକୁ ବଢିବ । ଏଥିରେ ବ୍ରଡକାଷ୍ଟିଂ ଜରିଆରେ ଆମେ ଅଧିକରୁ ଅଧିକ ଲୋକଙ୍କୁ ମେସେଜ ତଥା ସୂଚନାକୁ ପହଁଚାଇ ପାରିବା । ଇନଷ୍ଟାଗ୍ରାମରେ ଥିବା ଟୁଲସ ଭଳି ଏହି ଫିଚର କାମ କରିବ ।

ଏବେ ଆସନ୍ତୁ ଜାଣିବା ଚ୍ୟାନେଲ ଫିଚର କଣ?
ଏହା ଏକ ବ୍ରଡକାଷ୍ଟିଂ ଟୁଲସ । ଏହା ବିଭିନ୍ନ ଟପିକ୍‌ ଉପରେ ଉପଲବ୍ଧ ହେବ । ହ୍ଵାଟସଆପ୍‌ ୟୁଜର ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲକୁ ସବସ୍କ୍ରାଇବ କରିପାରିବେ । ନିଜର ଚଏସ ମୁତାବକ ଚ୍ୟାନେଲକୁ ସବସ୍କ୍ରାଇବ କରିପାରିବେ । ଯାହା ମାଧ୍ୟମରେ ତାଙ୍କ ମେସେଜକୁ ଏକ ଲାର୍ଜର ୟୁଜରଙ୍କ ପାଖକୁ ପହଁଚି ପାରିବ । ଏହାଏକ ପବ୍ଲିକ ଟୁଲସ ହୋଇ ଥିବାରୁ ଏଥିରେ ଆପଣଙ୍କୁ ଏଣ୍ଡ-ଟୁ-ଏଣ୍ଡ ଏନସ୍କ୍ରିପଟେଡ ଫିଚର ମିଳିବ ନାହିଁ । କିନ୍ତୁ ଫୋନ୍ ନମ୍ବର ଓ ୟୁଜର ଇନଫରମେସନ ପ୍ରାଇଭେଟ ହୋଇ ରହିବ ।

KNews Bureau

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

5 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

31 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

40 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago