ଟେକ୍

ହ୍ଵାଟସଆପ ଫିଚରରେ ହେଲା ଖାସ୍‌ ପରିବର୍ତ୍ତନ, ଏବେ କେହି ଚାହିଁଲେ ବି ଖୋଲିପାରିବେନି ପୁରୁଣା ମେସେଜ୍‌

ହ୍ଵାଟସଆପ୍‌ ୟୁଜର୍ସଙ୍କ ପାଇଁ ଖବର। ହ୍ଵାଟ୍ସଆପ ତାର ୟୁଜର୍ସଙ୍କ ପାଇଁ ଡିସଆପିୟରିଂ ଫିଚରକୁ ରୋଲ ଆଉଟ କରିଥିଲା। ଯାହା ଆପେ ଆପେ ଗାୟବ ହୋଇଯିବ ଏବଂ ଏହାକୁ ଡିଲିଟ କରିବାକୁ ବି ପଡେନାହିଁ। ଏବେ କମ୍ପାନୀ ନିଜର ୟୁଜର୍ସଙ୍କୁ ପୂର୍ବ ଅପେକ୍ଷା ଅଧିକ ଭଲ ଏକ୍ସପ୍ରିଏନ୍ସ ଦେବା ପାଇଁ ଡିସଆପିୟରିଂ ଫିଚରକୁ ରୋଲ ଆଉଟ୍‌ କରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହ୍ଵାଟସଆପ ଜଣାଇଛି ଯେ ଏବେ ୟୁଜର୍ସଙ୍କ ପାଖରେ ନିଜର ସମସ୍ତ ନୂଆ ଓ୍ଵାନ-ଅନ୍‌-ଓ୍ଵାନ୍‌ ଚାଟ୍‌ ପାଇଁ ଡିସଆପିୟରିଂ ମେସେଜକୁ ଅଟୋମେଟିକାଲୀ ଅନ୍‌ କରିବାର ଅପ୍ସନ ମିଳିବ। ଏହାର ଅର୍ଥ ହେଉଛି ଥରେ ସେଟ୍‌ ହେବା ପରେ ହ୍ଵାଟସଆପ୍‌ ଚାଟ ଆପେ ଆପେ ହିଁ ଡିଲିଟ୍‌ ହୋଇଯିବ।

ହ୍ଵାଟସଆପ୍‌ ୟୁଜର୍ସ ଉପଯୋଗକର୍ତ୍ତାଙ୍କ ପାଖରେ ଏବେ ସବୁ ନୂଆ ଚାଟ ପାଇଁ ଡେଫଲ୍ଟ ରୂପରେ ଡିସଆପିୟରିଂ ମେସେଜ୍‌ ଚାଲୁ ହୋଇଯିବ। ଆପଣଙ୍କ ଦ୍ୱାରା କିମ୍ବା ଅନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସମସ୍ତ ନୂଆ ଚାଟ୍‌ ଆପଣ ସେଟ୍‌ କରିଥିବା ଟାଇମ୍‌ ଭିତରେ ଡିସଆପିୟରିଂ ଫିଚର ଚାଲୁ ହୋଇ ମେସେଜ୍‌ ଗାୟବ ହୋଇଯିବ। କମ୍ପାନୀ ଏକ ନୂଆ ବିକଳ୍ପକୁ ବି ଆଡ୍‌ କରିଛି ଯେଉଁଥିରେ ଗ୍ରୁପ ଚାଟ ବେଳେ ମଧ୍ୟ ଏହି ଡିସୟାପିୟରିଂ ଫିଚର କାମ କରିବ।

ହ୍ଵାଟସଆପ ଗତବର୍ଷ ନଭେମ୍ବରରେ ଡିସଆପିୟରିଂ ହେଉଥିବା ମେସେଜ ଫିଚରକୁ ଲଞ୍ଚ୍‌ କରିଥିଲା, ଯାହାର ଡ୍ୟୁରେସନ୍‌ ବା ସମୟ ସିମା ଥିଲା ୭ ଦିନ। ବର୍ତ୍ତମାନ କମ୍ପାନୀ ଏହି ମେସେଜ୍‌ ପାଇଁ ନୂଆ ଡ୍ୟୁରେସନକୁ ଯୋଡିଛି ଯାହାପରେ ୟୁଜର୍ସ ୨୪ ଘଣ୍ଟା ଏବଂ ୯୦ ଦିନର ଅବଧିକୁ ଚୟନ କରିପାରିବେ। ଏହାସହିତ ୭ ଦିନର ଅବଧି ମଧ୍ୟ ରହିଛି। ତେବେ ଆସନ୍ତୁ ହ୍ଵାଟସଆପର ଏହି ଡିସୟାପିୟରିଂ ଫିଚର୍ସକୁ ନେଇ ଅଧିକ କିଛି ଜାଣିବା।

ଯଦି କୌଣସି ଉପଯୋଗକର୍ତ୍ତା ଡେଫଲ୍ଟ ରୂପରେ ଗାୟବ ହେଉଥିବା ମେସେଜକୁ ନିଜ ସୁବିଧା ଅନୁସାରେ ସ୍ୱିଚ୍‌ କରିବାକୁ ଚାହୁଁଛନ୍ତି ତାହେଲେ ତାଙ୍କ ଚାଟରେ ଏକ ନୋଟିଫିକେସନ୍‌ ଶୋ କରିବ ଯାହା ଆପଣଙ୍କୁ ଜଣାଇବ ଯେ ଏହା ଡେଫଲ୍ଟ ଅଟେ ଯାହାକୁ ଆପଣ ଚୟନ କରିଛନ୍ତି। ଯଦି ଆପଣ ଏହି ମେସେଜକୁ ରଖିବାବୁ ଚାହିଁବେ ତାହେଲେ ଏହି ଡିସଆପିୟରିଂ ଅପସନକୁ ହଟାଇପାରିବେ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଡିସଆପିୟରିଂ ମେସେଜ୍‌ ସର୍ଭିସ ଅପସିନାଲ ଅଟେ। ଅର୍ଥାତ୍‌ ଆପଣ ଚାହିଁଲେ ଏହାକୁ ଆକ୍ଟିଭେଟ କରିପାରିବେ ନଚେତ ଏହା ଆପଣଙ୍କ ଚାଟକୁ କୌଣସି ପ୍ରକାର ପ୍ରଭାବିତ କରିବନାହିଁ କି ମେସେଜକୁ ଗାୟବ କରିବନାହିଁ। କେବଳ ଏକ ବ୍ୟକ୍ତିଗତ ଚାଟରେ ଆପଣ ଚାହିଁଲେ ଏହି ଗାୟବ ଫିଚରକୁ ଚାଲୁ କରିପାରିବେ ନହେଲେ ବନ୍ଦ ବି କରିପାରିବେ। ଗ୍ରୁପ ଚାଟରେ କୌଣସି ବି ମେମ୍ବର ଡିସଆପିୟରିଂ ମେସେଜ୍‌ ସର୍ଭିସକୁ ଚାଲୁ କିମ୍ବା ବନ୍ଦ କରିପାରିବେ। ଗ୍ରୁପ ଆଡମିନ ସେଟିଙ୍ଗସକୁ ବଦଳାଇପାରିବେ ଯେଉଁଥିରେ କେବଳ ସେହି ବ୍ୟକ୍ତି ମେସେକୁ ଚାଲୁ କିମ୍ବା ବନ୍ଦ କରିପାରିବେ।

Pritiparna

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

6 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

15 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

49 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

57 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago