ହ୍ୱାଟ୍ସଆପ୍‌ ଆଣୁଛି ନୂଆ ଫିଚର୍‌: ଏଣିକି ୩୨ ଜଣଙ୍କୁ ନେଇ ହୋଇପାରିବ ଭିଡିଓ କଲ୍

ୟୁଜର୍ସଙ୍କ ସୁବିଧାକୁ ଧ୍ୟାନରେ ରଖି ହ୍ୱାଟ୍ସଆପ୍‌ ପ୍ରତିଦିନ ନୂଆ ନୂଆ ଫିଚର୍ସ ଆଣିଥାଏ। ଏହି ସୁବିଧା ପରେ ହ୍ୱାଟ୍ସଆପରେ ଭିଡିଓ ଏବଂ ଭଏସ୍ କଲ୍ ରେ ଅଧିକ ସଂଖ୍ୟକ ଲୋକ ଯୋଡି ହୋଇପାରିବ । ୟୁଜରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ପାଇଁ ହ୍ୱାଟ୍ସଆପ୍‌ ପ୍ଲାଟଫର୍ମ ପ୍ରମୁଖ ଭୂମିକା ଗ୍ରହଣ କରିବ। ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ସୁରକ୍ଷିତ ‘ଏନକ୍ରିପ୍ଟ’ ଭିଡିଓ କଲିଂ ପାଇଁ କମ୍ପାନୀ ପରୀକ୍ଷା କରୁଛି। ଯାହା ପରେ ୩୨ ଜଣ ୟୁଜର୍ସଙ୍କୁ ନେଇ ହ୍ୱାଟ୍ସଆପରେ ଏକକାଳୀନ ଭିଡିଓ କଲରେ କଥାବାର୍ତ୍ତା ହୋଇପାରିବେ।

ମାର୍କ ଜୁକରବର୍ଗ ଫେସବୁକ୍‌ରେ କରିଥିବା ପୋଷ୍ଟ ଅନୁସାରେ ୟୁଜର ହ୍ୱାଟ୍ସଆପ୍‌ରେ Link Create କରିବେ। ସେମାନେ ଏହି Linkକୁ ଗ୍ରୁପ କିମ୍ବା ପର୍ସନାଲ ସେୟାର କରିପାରିବେ। ଦିଆଯାଇଥିବା Linkରେ Click କରି Join ହୋଇପାରିବେ ଓ ପରସ୍ପର ସହ କଥା ହୋଇପାରିବେ। ଏହି (Create Call Links) ଲିଙ୍କ ଅପ୍ସନ୍‌ରେ କ୍ଲିକ୍‌ କରି କେବଳ ଭିଡିଓ କଲ୍‌ ନୁହେଁ, ବରଂ ଚାହିଁଲେ ଅଡିଓ କଲ କରିପାରିବେ। ଏହି ଫିଚର୍‌ ଏହି ସପ୍ତାହରେ ଆସିପାରେ ବୋଲି କୁହାଯାଇଛି।

ହ୍ୱାଟ୍ସଆପ୍‌ରେ ୩୨ ଜଣ ୟୁଜର ଏକାବେଳକେ କଲ୍ କରିପାରିବେ ବୋଲି ହ୍ୱାଟ୍ସଆପ୍‌ ଘୋଷଣା କରିସାରିଛି। ସେହି ସମୟରେ ଏହି ପ୍ଲାଟଫର୍ମରେ ୩୨ ଜଣ ପର୍ଯ୍ୟନ୍ତ ଚାହିଁଲେ ଗ୍ରୁପ୍ ଭଏସ କଲ୍ କରିପାରିବେ। ତେବେ ଏହାସହ ନୂଆ ଫିଚର୍‌ ତଥା ଆପଣଙ୍କ ଫେସ୍‌ର ଷ୍ଟିକର ପ୍ୟାକ୍‌ ଆଣିବା ପାଇଁ ଯୋଜନା କରୁଛି ହ୍ୱାଟ୍ସଆପ୍। ବର୍ତ୍ତମାନ ହ୍ୱାଟ୍ସଆପ୍‌ ଭିଡିଓ କଲରେ ଆଠ ଜଣ ଯୋଗ ଦେଇପାରୁଛନ୍ତି । ଏହି ସୁବିଧା ପରେ ଉପଭୋକ୍ତାମାନେ ନିଜେ ହ୍ୱାଟ୍ସଆପ୍‌ରେ କୌଣସି ମିଟିଂ, ପରିବାର ଏବଂ ସାଙ୍ଗମାନଙ୍କ ସହ କଥା ହୋଇପାରିବେ।

ହ୍ୱାଟ୍ସଆପ୍‌ ବ୍ୟବହାରକାରୀମାନେ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଆପର କଲ୍ ଟ୍ୟାବରେ ଏକ ନୂତନ ‘କଲ୍ ଲିଙ୍କ୍’ ବିକଳ୍ପ ଦେଖିବେ। ଏହା ଉପରେ ଟ୍ୟାପ୍ କରିବା ପରେ, ସେମାନେ ଅଡିଓ କିମ୍ବା ଭିଡିଓ ଗ୍ରୁପ୍ କଲ୍ ପାଇଁ ଏକ ଲିଙ୍କ୍ ସୃଷ୍ଟି କରିବାକୁ ସମର୍ଥ ହେବେ। WABetaInfo ରିପୋର୍ଟ ଅନୁସାରେ ଅବତାର୍ ହ୍ୱାଟ୍ସଆପ୍‌ରେ ଆସିବ। ଆଗରୁ କାର୍ଟୁନ୍ ଅବତାର୍ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ରେ ଆସିସାରିଛି। ତେବେ ଭିଡିଓ କଲ ଓ ଚାଟିଂ ବେଳେ ଏହି କାର୍ଟୁନ୍‌ ଅବତାର ଫେସ୍‌ ଆକାରରେ ଡିସପ୍ଲେ ହେବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.