ହ୍ଵାଟ୍ସଆପ ବନ୍ଦ କରିବାକୁ ଯାଉଛି ଏହି ପପୁଲାର ଫିଚର, ଜାଣନ୍ତୁ କ’ଣ କାରଣ

ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ନିଜର ଏକ ଖାସ୍‌ ଫିଚର ବନ୍ଦ କରିବାକୁ ଯାଉଛି । ଏବେ ଆପଣ ମେସେଞ୍ଜର ରୁମ୍‌ ସର୍ଭିସ ଫିଚରକୁ ବ୍ୟବହାର କରିପାରିବେନି । ଏହି ଆପକୁ ଗତ ବର୍ଷ ଲଞ୍ଚ କରାଯାଇଥିଲା ।

ହ୍ଵାଟ୍ସଆପ ଟ୍ରାକର WABetaInfo ରିପୋର୍ଟ ଅନୁସାରେ ହ୍ଵାଟ୍ସଆପ୍‌ ମେସେଞ୍ଜର ରୁମ୍‌ ସର୍ଟକଟକୁ ଶୀଘ୍ର ହଟାଇ ଦିଆଯିବ । କମ୍ପାନୀ iOS ଓ ଏଣ୍ଡ୍ରଏଡ୍‌ ଦୁଇଟ ଯାକ ପ୍ଲାଟଫର୍ମରୁ ଏହାକୁ ହଟାଇବାକ ୁ ଯାଉଛି ।

ଏଥିପାଇଁ ହେଉଛି ବନ୍ଦ :

WABetaInfo କହିବା ଅନୁଯାୟୀ ମେସେଞ୍ଜର ରୁମ ଫିଚରକୁ ୟୁଜର୍ସ ଅଧିକ ବ୍ୟବହାର କରୁନଥିଲେ । ଏହି କାରଣରୁ କମ୍ପାନୀ ଏହି ଫିଚରକୁ ଆପ୍‌ରୁ ହଟାଇବାକୁ ଯାଉଛି । ରିପୋର୍ଟ ଅନୁସାରେ WhatsApp ବିଟା IOS 2.21.190.11 ଏବଂ WhatsApp ବିଟା ଏଣ୍ଡ୍ରଏଡ୍‌ 2.21.19.15 ଏବେ ଦୁଇଟି ବିଟା ଭର୍ଜନରେ ଏହି ଫିଚରକୁ ଡିସାବେଲ୍‌ କରିଦେଇଛି ।

ଆସୁଛି ଏହି ମଜାଦାର ଫିଚର :

WhatsApp ଏମିତି ଏକ ଗ୍ରୁପ ଆଇକନ୍‌ ଏଡିଟରକୁ ଟେଷ୍ଟିଂ କରୁଛି ଯେଉଁଥିରେ ଆପଣ ଏକ ଷ୍ଟିକର କିମ୍ବା ଏକ ଇମୋଜିକୁ ନିଜ ଗ୍ରୁପ ଚାର୍ଟର DP ଭଳି ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.